Categories: ବାଣିଜ୍ୟ

ରାମ୍‌କୋ ମାସନ କ୍ଲବ୍‌ର ପୁରସ୍କାର ଉତ୍ସବ

ଭୁବନେଶ୍ୱର,୨୧।୮: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ରାମ୍‌କୋ ସିମେଣ୍ଟ ଲିମିଟେଡ୍‌ର ସାମାଜିକ ପ୍ରତିଷ୍ଠାନ ରାମ୍‌କୋ ମାସନ କ୍ଲବର ବାର୍ଷିକ ପୁରସ୍କାର ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ କମ୍ପାନୀର ଡିଜିଏମ୍‌ (ମାର୍କେଟିଂ) ରଞ୍ଜନ ସାହୁ, ଚଣ୍ଡିପ୍ରସାଦ ମହାନ୍ତିଙ୍କ ସମେତ ସୁରେଶ କୁମାର ପଣ୍ଡା, ସିଦ୍ଧାର୍ଥ ଶଙ୍କର ସାହୁ, ସୌମ୍ୟରଞ୍ଜନ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଏ ସମ୍ପର୍କରେ କମ୍ପାନୀର ଓଡ଼ିଶା ହେଡ୍‌ ପ୍ରତୀକ ରାୟ କହିଥିଲେ, କମ୍ପାନୀ ମାସନମାନଙ୍କର ବିକାଶ ଓ ଭିତ୍ତିଭୂମି ଓ ଦକ୍ଷତା ବିକାଶ ଦିଗରେ ଅନେକ ପ୍ରକାର କାର୍ଯ୍ୟ କରୁଛି। ଏପରିକି ମାସନମାନେ ରାଜ୍ୟ ଓ ଶିଳ୍ପର ବିକାଶ ପାଇଁ ଅନେକ କାର୍ଯ୍ୟ କରୁଛନ୍ତି। ସେହିଭଳି ଉକ୍ତ କାର୍ଯ୍ୟକ୍ରମରେ ଉଭୟ ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲାର ମାସନମାନଙ୍କୁ ବିଭିନ୍ନ ପ୍ରକାର ଉପହାର ଦିଆଯାଇଥିଲା। ବିଶେଷକରି ଓଡ଼ିଶାର ୨୫ ଜିଲାରେ ୭୦୦୦ରୁ ଅଧିକ ରାଜମିସ୍ତ୍ରି (ମାସନ) କ୍ଲବରେ ସାମିଲ ଅଛନ୍ତି।

 

Share