ଦିଗପହଣ୍ଡିରେ ରାମଚରିତ ମାନସ ପାରାୟଣ ଶୁଭାରମ୍ଭ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ସିଂହଦାର ସମ୍ମୁଖରେ ଶୁକ୍ରବାର ସାରୁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଆଇନଜୀବୀ ହରପ୍ରସାଦ ରଥଙ୍କ ସଂଯୋଜନା ଏବଂ ଏନ୍‌ଏସି ନଗରପାଳ ପ୍ରଫୁଲ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରାକ୍ତନ ସଭାପତି ହରିକୃଷ୍ଣ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ପୁରୀ ଶ୍ରୀରାମଦୟା ପରିଷଦର ମହାମଣ୍ଡଳେଶ୍ବର ମହନ୍ତ ଗଙ୍ଗାରାମ ଦାସଜୀ ମହାରାଜ ଶିବପାର୍ବତୀଙ୍କ ବିବାହ ପ୍ରସଙ୍ଗ ଉପରେ ପ୍ରାରମ୍ଭିକ ସୂଚନା ଦେବାପରେ ପଣ୍ଡିତ ଉମାକାନ୍ତ ମହାପାତ୍ର ଅତି ସରଳ ଏବଂ ବୋଧଗମ୍ୟ ପ୍ରବଚନ ପ୍ରଦାନ କରି ରାମରସ ପିପାସୁ ଭକ୍ତଗଣଙ୍କ ହୃଦୟ ଜିଣିବାକୁ ସକ୍ଷମ ହୋଇଥିଲେ। ମାନସ ପାରାୟଣ କାର୍ଯ୍ୟକ୍ରମ ପରିଚାଳନା କମିଟି କର୍ମକର୍ତ୍ତା ଭାଗିରଥି ଚୌଧୁରୀ, ସୂର୍ଯ୍ୟନାରାୟଣ ଦାଶ, ହରିକୃଷ୍ଣ ସାହୁ, କାଳୁଚରଣ ପାଣିଗ୍ରାହୀ, ଲକ୍ଷ୍ମୀ ନୃସିଂହ ମାର୍ଥା, ହେମନ୍ତ କୁମାର ପାଣିଗ୍ରାହୀ, ସୁବାସ ଚନ୍ଦ୍ର ପାଢ଼ୀ, ପି. ଗୋବିନ୍ଦ ପାତ୍ର, ବିନୋଦ ଚନ୍ଦ୍ର ଦାଶ, ସୁରେନ୍ଦ୍ର ପଟ୍ଟନାୟକ, ଗୌରଚନ୍ଦ୍ର ପୂଜାରୀ, ଏମ. ବାଇନାଥ ଓ ଅନ୍ୟ ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣ କାର୍ଯ୍ୟକ୍ରମ ୨୬ ତାରିଖ ସନ୍ଧ୍ୟାରେ ଉଦଯାପିତ୍‌ ହେବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri