ଅପରାଧୀଙ୍କ ଚରାଭୂଇଁ ପାଲଟିଛି ରମ୍ଭା ଅଞ୍ଚଳ, ଗୁଳି ଫୁଟାଇ କାଜୁ ଫ୍ୟାକ୍ଟ୍ରି ମାଲିକଙ୍କଠାରୁ ଲୁଟିନେଲେ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ବର୍ତ୍ତମାନ ଅପରାଧୀଙ୍କ ଚରାଭୂଇଁ ପାଲଟିଛି ରମ୍ଭା ଅଞ୍ଚଳ। ହୁମା ଫାଣ୍ଡି ଓ ରମ୍ଭା ଥାନା ପୋଲିସକୁ ଚ୍ୟାଲେଞ୍ଜ କରି ଗୋଟିଏ ଗୋଟିଏ ପରେ ଲୁଟ୍‌ କରି ଚାଲିଛନ୍ତି ଲୁଟେରା ଦଳ। ଏହାକୁ ନିତିଦିନିଆ ଭାବେ ଅଭ୍ୟାସରେ ପରିଣୟ କରିଲେଣି ଦୁର୍ବୃତ୍ତ। ପ୍ରଥମେ ଲୁଟେରା ଦଳ ରମ୍ଭା ଓ ହୁମା ଫାଣ୍ଡି ଅଧୀନରେ ଥିବା ଶିବମନ୍ଦିରଗୁଡ଼ିକୁ ଟାର୍ଗେଟ କରି ସଫଳ ହେବା ପରେ ଜାତୀୟ ରାଜପଥରେ ଗୁଳି ଫୁଟାଇ ଲୁଟ୍‌ କରିବା ଆରମ୍ଭ କଲେଣି। ଦୁଇ ମାସ ମଧ୍ୟରେ ଏଭଳି ବାରମ୍ବାର ଲୁଟ୍‌ ହେଉଥିବା ବେଳେ ପୋଲିସ ଗୋଟିଏ ବି ଘଟଣାର ଟେର୍‌ ପାଇ ନ ପାରିବା ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଳମ୍ବିତ ରାତିରେ ଦଷ୍ଟିଙ୍ଗ ଓ ହୁମା ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥଠାରେ କିଛି ଦୁର୍ବୃତ୍ତ ଏକ କାର୍‌ ଉପରକୁ ଗୁଳି ଫୁଟାଇ କାଜୁ ଫ୍ୟାକ୍ଟ୍ରି ମାଲିକ ଗୌରବ ସେଠୀଙ୍କ ଠାରୁ ଲୁଟ୍‌ କରିନେଇଛନ୍ତି ଲୁଟେରା। ତେବେ ଅଳ୍ପକେ ଗୌରବ ବର୍ତ୍ତି ଯାଇଛନ୍ତି। ଏନେଇ ସେ ପୋଲିସରେ ଅଭିଯୋଗ କରିଛନ୍ତି। ଖବର ପାଇ ହୁମା ପୋଲିସ ଘଟଣାସ୍ଥଳରୁ ଦୁଇଟି ଖୋକା ଗୁଳି ଜବତ କରିଥିବା ଜଣାପଡ଼ିଛି l ଉକ୍ତ ଘଟଣାର ତଦନ୍ତ ଚାଲିଥିବା ହୁମା ଫାଣ୍ଡି ଅଧିକାରୀ ଶୁଭ୍ରଜିତ୍‌ ସାମନ୍ତରାୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri