ଟ୍ରୋଲ ହେଲେ ଆଦିପୁରୁଷର ରାବଣ

ମୁମ୍ବାଇ: ବାହୁବଳୀ ଫେମ୍‌ ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଆଦିପୁରୁଷ’ର ଟିଜର ସୋମବାର ରିଲିଜ ହୋଇଛି। ଟିଜର ରିଲିଜ୍‌ ହେବା ପରେ ଫିଲ୍ମ ଚର୍ଚ୍ଚାର ପରିସରକୁ ଆସିଛି। ପୂର୍ବରୁ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭର୍ତ୍ତି ରହିଥିବା ବେଳେ କିନ୍ତୁ ରିଲିଜ୍‌ ପରେ କିଛି ବେଶ୍‌୍‌ ପ୍ରଭାବ ଦେଖିବାକୁ ମିଳି ନାହିଁ। ଏହି ଫିଲ୍ମରେ ସୈଫ ଅଲ୍ଲୀ ଖାନ ରାବଣ ଭୂମିକାରେ ନଜର ଆସିଛନ୍ତି। ଟିଜର ରିଲିଜ୍‌ ହେବା ପରେ ୟୁଜର୍ସ ସୈଫଙ୍କ ଲୁକ୍‌କୁ ରାମାନନ୍ଦ ସାଗରଙ୍କ ରାବଣର ଲୁକ୍‌ ସହ ତୁଳନା କରିଛନ୍ତି। ରାମାନନ୍ଦ ସାଗରଙ୍କ ରାମାୟଣରେ ରାବଣଙ୍କୁ ଶିବ ଭକ୍ତ ଭାବେ ଦେଖିବାକୁ ମିଳିଥିଲା ବେଳେ ସେ ଜଣେ ହିନ୍ଦୁ ବ୍ରାହ୍ମଣ ଥିଲେ। ହେଲେ ଏହି ଫିଲ୍ମରେ ସୈଫଙ୍କ ରାବଣଙ୍କ ଲୁକ୍‌ ବହୁତ ଭୟଙ୍କର ଦେଖାଯାଉଛି। ମର୍ଡନ ହେୟାର କଟ୍‌ ସହ ଲମ୍ବା ଦାଢ଼ିରେ ନଜର ଆସିଛନ୍ତି ସୈଫ। ଯାହାକୁ ନେଇ ଏବେ ୟୁଜର୍ସ ସୈଫ ଅଲ୍ଲୀ ଖାଁଙ୍କୁ ଟ୍ରୋଲ କରିବା ସହ ପ୍ରତିକ୍ରିୟା ରଖିଛନ୍ତି। ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରାବଣଙ୍କୁ ଭୟଙ୍କର ଏକ ବିଶାଳ ପକ୍ଷୀ ଉପରେ ଚଢ଼ି ଯାଉଥିବାର ଦର୍ଶାଯାଇଛି। କିନ୍ତୁ ରାମାନନ୍ଦଙ୍କ ରାମାୟଣରେ ରାବଣ ଏକ ପୁଷ୍ପକ ବିମାନରେ ଯାଉଥିବାର ଦର୍ଶାଯାଇଥିଲା। ଏହି ଟିଜରକୁ ଦେଖିବା ପରେ ୟୁଜର୍ସ କ୍ଷୋଭ ପ୍ରକାଶ କରିଛନ୍ତି। ୧୯୮୭ରେ ରାମାନନ୍ଦ ସାଗରଙ୍କ ରାମାୟଣ ପ୍ରସାରିତ ହୋଇଥିଲା ଏବଂ ୨୦୨୨ରେ ଆଦିପୁରୁଷର ଟିଜର ରିଲିଜ୍‌ ହୋଇଛି। ଦୀର୍ଘ ୩୫ ବର୍ଷ ପରେ ରାବଣଙ୍କୁ ଏକ ଭିନ୍ନ ଶୈଳୀରେ ଉପସ୍ଥାପିତ କରାଯାଇଛି। କିନ୍ତୁ ରାବଣର ଏହି ନୂଆ ଅବତାର ଦର୍ଶକଙ୍କ ମନ ଜିଣିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri