ରମାଦେବୀ ଛାତ୍ରୀଙ୍କୁ ହତ୍ୟା: ପୋଲିସ ହାତରେ ଧରାପଡ଼ିଲା ପ୍ରେମିକ

ଭୁବନେଶ୍ୱର(ବ୍ୟୁରୋ)/ରସୁଲପୁର,୨୯।୧: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ଜବତ ଘଟଣାରେ ଭୁବନେଶ୍ୱର ଏୟାରଫିଲ୍‌ଡ ପୋଲିସ ପ୍ରେମିକ ରାକେଶ ସ୍ବାଇଁଙ୍କୁ ଧରିବା ସହ ତାଙ୍କର ଜଣେ ସହଯୋଗୀଙ୍କୁ ଅଟକ ରଖିଛି। ଝରାଫୁଲଙ୍କୁ ହତ୍ୟା କରିବା ପରେ ୨ଜଣ ଯୁବକ ଯାଜପୁର ଜିଲା କୁଆଖିଆ ଥାନା ମୂଳାପାଳଛକ ନିକଟସ୍ଥ ଦିଆନଚକ ଗ୍ରାମର ପ୍ରଧାନମନ୍ତ୍ରୀ ସଡ଼କ ପାର୍ଶ୍ୱରେ ଫୋପାଡ଼ି ଦେଇ ଚାଲିଯାଇଥିବା ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଥିଲା। ଅପରପକ୍ଷରେ ମୃତା ଛାତ୍ରୀଙ୍କ ବାପା ଓ ଭାଇଙ୍କ ବୟାନ ଆଧାରରେ ପୋଲିସ ପ୍ରେମିକ ରାକେଶ ସ୍ବାଇଁଙ୍କୁ ଟାର୍ଗେଟ କରିଥିଲା। ଗୁରୁବାର ଏୟାରଫିଲ୍ଡ ଥାନା ପୋଲିସ ଓ ଯାଜପୁର ପୋଲିସ ରାକେଶଙ୍କ ସୁନ୍ଦରପଦାସ୍ଥିତ ଘରେ ପହଞ୍ଚତ୍ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା। ରାକେଶଙ୍କଠାରୁ କୌଣସି ସନ୍ତାଷଜନକ ଉତ୍ତର ନ ପାଇବାପରେ ପୋଲିସ ତାଙ୍କୁ ଥାନାକୁ ଉଠାଇ ନେଇଥିଲା। ତେବେ ରାକେଶଙ୍କୁ ପଚରାଉଚରା ପରେ ତାଙ୍କର ଅନ୍ୟ ଜଣେ ସହଯୋଗୀଙ୍କୁ ଥାନାକୁ ଉଠାଇ ଆଣି ଅଟକ ରଖି ଝରାଫୁଲଙ୍କ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଖୁବ ଶୀଘ୍ର ଘଟଣାର ପର୍ଦ୍ଧାଫାଶ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ତେବେ ଏହି ହତ୍ୟା ଘଟଣାକୁ ନେଇ ସାଧାରଣରେ ଅସମାହିତ ପ୍ରଶ୍ନ ଉଠୁଛି। ଝରାଫୁଲଙ୍କୁ ଭୁବନେଶ୍ୱରରେ ମରାଯାଇଥିବା କଥାକୁ ସହଜରେ ଗ୍ରହଣ କରାଯାଇ ପାରୁନାହିଁ। ଅପରପକ୍ଷରେ ଏହି ଘଟଣା ଯାଜପୁର ଜିଲା ବାହାରେ ଘଟିଛି ବୋଲି କୁଆଖିଆ ଥାନାର ତଦନ୍ତ ଅଧିକାରୀ ମନୋଜ ସ୍ବାଇଁ ସୂଚନା ଦେଇଛନ୍ତି। ଅଭିଯୁକ୍ତଦ୍ୱୟ ଭୁବନେଶ୍ୱର ପାର୍ଶ୍ୱରୁ ମୃତଦେହକୁ ସ୍କୁଟିରେ ଆଣି ରାଜପଥ ମଝି ସ୍ଥାନରେ କୁଆଖିଆ ଥାନା ଲେଖା ହୋଇଥିବା ନାମଫଳକ ନିକଟରେ ଥିବା ଡାଇଭର୍ସନ ପାଖରେ ରାସ୍ତା ବଦଳାଇବା ସମୟରେ ମୃତା ଛାତ୍ରୀଙ୍କ ଏକ ଚପଲ ଖସି ପଡ଼ିଥିବା ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି। ତେବେ ମୃତଦେହ ବୋହିବାରେ କେବଳ ସ୍କୁଟି ବ୍ୟବହାର କରାଯାଇଛି ନାଁ ଚାରି ଚକିଆ ଯାନରେ ଅଣାଯାଇ ବାଟରେ ଏହାକୁ ସ୍କୁଟିରେ ରଖାଯାଇ ନିଆଯାଇଥିଲା ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନ ଥିବା ପୋଲିସ କହୁଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ା ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହେବା ପରେ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟି ପାରିବ ବୋଲି କୁହାଯାଉଛି। ଇତିମଧ୍ୟରେ ପୋଲିସ ମୃତାଛାତ୍ରୀଙ୍କ ପରିବାର ଲୋକ, ସମ୍ପର୍କୀୟ ଓ ତରଭୂଜ ବ୍ୟବସାୟୀଙ୍କ ସେମତ ୭ଜଣଙ୍କ ବୟାନ ରେକର୍ଡ କରିଛି। ମୃତାଛାତ୍ରୀଙ୍କ ମୋବାଇଲ ଫୋନ, ବୟାନ ରୋକର୍ଡଭକ୍ତ ହୋଇଥିବା ବ୍ୟକ୍ତି, ସିସି ଟିଭି ଫୁଟେଜରୁ ମିଳିଥିବା ସ୍କୁଟିକୁ ଯାଞ୍ଚ ଆରମ୍ଭ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେ ସମ୍ପର୍କରେ ଅଧିକ କିଛି ତଥ୍ୟ ମିଳିପାରିବ ବୋଲି ପୋଲିସ ଆଶା ରଖିଛି। ମୃତଦେହକୁ ଭୁବନେଶ୍ୱରରୁ ସ୍କୁଟିରେ ବୁହାହୋଇ ଆସିବା କଥାକୁ ସହଜରେ ବିଶ୍ୱାସ କରିହେଉ ନାହିଁ। କାରଣ ବାଟରେ ଏକାଧିକ ଟ୍ରାଫିକ୍‌, ଛକ, ବଜାର ରହିଛି। ମଙ୍ଗୁଳି ଟୋଲଗେଟ୍‌ ମଧ୍ୟ ରହିଛି। ବାରବାଟୀ ପରିବା ବଜାର ଭଳି ଜନଗହଳୀ ପୂର୍ଣ୍ଣ ସ୍ଥାନ ରହିଛି। ରାଜପଥ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ରାସ୍ତାର ବିଭିନ୍ନ ସ୍ଥାନରେ ଏକାଧିକ ଡାଇଭର୍ସନ ଓ ସ୍ପିଡ୍‌ ବ୍ରେକର ଲଗାଯାଇଛି। ଏହାସତ୍ତ୍ୱେ ପ୍ରାୟ ୮୦ କି.ମି ଦୂର ରାସ୍ତାକୁ ଏକ ସ୍କୁଟିରେ ମୃତଦେହ ବୁହା ହୋଇ ଅଣାଯିବା କିପରି ସମ୍ଭବ ହେଲା, ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।
ପ୍ରକାଶ ଯେ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ବର୍ଷର ଦ୍ୱିତୀୟ ବର୍ଷର ଛାତ୍ରୀ ଝରାଫୁଲ ତାଙ୍କ ଧରମବାପା ଚକ୍ରଧର ବେହେରାଙ୍କ ଘରେ ରହି ପାଠ ପଢୁଥିଲେ। ମହାମାରୀ କରୋନା ପାଇଁ କଲେଜ ବନ୍ଦ ଥିବାରୁ ଝରାଫୁଲ ଗାଁକୁ ଫେରି ଯାଇଥିଲେ। ଗତ ୨୫ ତାରିଖରେ ଚକ୍ରଧରଙ୍କ ଝିଅର ଜନ୍ମ ଦିନ ଥିବାରୁ ଝରାଫୁଲ ଗାଁରୁ ଭୁବନେଶ୍ୱର ଆସିଥିଲେ। ୨୬ ତାରିଖରେ ପୂର୍ବାହ୍ନରେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ଝାଡେଶ୍ୱର ବସ୍‌ରେ ଚକ୍ରଧର ବସାଇଥିଲେ। କିନ୍ତୁ ଅସୁସ୍ଥ ଦର୍ଶାଇ ଝରାଫୁଲ ବାଣୀବିହାର ଷ୍ଟପେଜରୁ ଓହ୍ଲାଇ ଥିଲେ। ଝରାଫୁଲ ବସ୍‌ରେ ବସିବାର କିଛି ସମୟ ପରେ ବାପା ରମାକାନ୍ତ ଫୋନ୍‌ କରିଥିଲେ। ଝରାଫୁଲ ଫୋନ୍‌ ରିସିଭ୍‌ କରି ଦେହ ଅସୁସ୍ଥ ଲାଗିବାରୁ ସାଙ୍ଗ ସୋନାଲିଙ୍କ ଘରେ ଅଛି ବୋଲି କହିଥିଲେ। ତା’ପରଠାରୁ ତାଙ୍କ ମୋବାଇଲ୍‌ ବନ୍ଦ ରହିଥିଲା। ତେବେ ସେ ସୋନାଲିଙ୍କ ଘରେ ରାତିରେ ରହିଥିଲେ କି ଅନ୍ୟ କୁଆଡ଼େ ଯାଇଥିଲେ, ତାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଉକ୍ତ ରାତିରେ ହିଁ ଅଭିଯୁକ୍ତମାନେ ଚକ୍ରାନ୍ତ କରି ଝରାଫୁଲଙ୍କ ଜୀବନକୁ ସବୁଦିନ ପାଇଁ ଅନ୍ଧାରକୁ ଠେଲି ଦେଇଥିଲେ। ତେଣୁ ଝରାଫୁଲଙ୍କ ହତ୍ୟା ପଛରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଦୃଢ ଶାସ୍ତି ମିଳିବା ଦରକାର ବୋଲି ମା’ବାପା, ଭାଇ ଓ ପରିବାର ଲୋକ ଗଣମାଧ୍ୟମକ ନିକଟରେ ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri