ମନ୍ଥରଗତିରେ ରାମଚଣ୍ଡୀ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନିର୍ମାଣକୁ ନେଇ ଅନିଶ୍ଚିତତା

ମହାକାଳପଡ଼ା, ୨ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ରାମନଗରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରର ୨ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକରଣ ଓ ନିର୍ମାଣ କାର୍ଯ୍ୟ ୬ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟ ଅଟକଳରେ ଆରମ୍ଭ ହୋଇଛି। କିନ୍ତୁ ଏହାର ଚନ୍ଦନ ପୋଖରୀ ଖନନ, ରୋଷ ଶାଳା, ଅଭ୍ୟର୍ଥନା ଗୃହ, ସେବାୟତଙ୍କ ବିଶ୍ରାମ ଗୃହ, ଚତୁଃପାର୍ଶ୍ୱ ବାଉଣ୍ଡରୀ, ମୁଖ୍ୟ ପ୍ରବେଶ ପଥ, ଆଲୋକୀକରଣ, ପାର୍କ ନିର୍ମାଣ, ଯାତ୍ରୀ ବିଶ୍ରାମ ଗୃହ ଓ ବିବାହ ମଣ୍ଡପ ଆଦି କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଅଦ୍ୟାବଧି ମା’ଙ୍କ ମୁଖ୍ୟ ଗର୍ଭ ଗୃହ ଓ ମନ୍ଦିର ନିର୍ମାଣ କାର୍ଯ୍ୟ ହୋଇପାରିନି।
ଭବ୍ୟ ଓ ଦିବ୍ୟ ମନ୍ଦିର କାରୁକାର୍ଯ୍ୟ କରିବାପାଇଁ ପୂର୍ତ୍ତ ବିଭାଗ ଅଧୀନରେ ଠିକାଦାର କାମ କରୁଛନ୍ତି। ଅପର ପକ୍ଷରେ ମନ୍ଦିର ନିର୍ମାଣରେ ରାଜସ୍ଥାନ ଖଣ୍ଡେଲାଇଟ ଓ ମୟୂରଭଞ୍ଜ ଜିଲା ଖିଚିଂର କଳା ମୁଗୁନି ପଥରରେ କାର୍ଯ୍ୟ ହେବ ବୋଲି ଆଇନ ମନ୍ତ୍ରୀଙ୍କୁ ଅଞ୍ଚଳର ବରିଷ୍ଠ ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ସାମାଜିକକର୍ମୀ ଓ ରାମଚଣ୍ଡୀ ଆଞ୍ଚଳିକ ସେନା ପକ୍ଷରୁ ଏକ ଦାବୀପତ୍ର ଦିଆଯାଇଥିଲା। ମନ୍ତ୍ରୀ ଏହାକୁ ଗୁରୁତର ସହ ନେଇ ଆବଶ୍ୟକ ସ୍ଥଳେ ମନ୍ଦିରର ପ୍ଲାନିଂ କଟାଯାଇ ଉକ୍ତ ପଥରରେ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅଦ୍ୟାବଧି ପୁରୁଣା ପରିବର୍ତ୍ତେ ନୂତନ ମନ୍ଦିର ନିର୍ମାଣ କରିବା ପାଇଁ ଚଳିବ ବର୍ଷ ସ୍ବତନ୍ତ୍ର ଅର୍ଡର ନଂ.୩୦୧୩ /୨୫୭ – ସି (ଏମ) ୨୪ା୩ା୨୫ ରେ ରାଜ୍ୟ ଏଣ୍ଡାମେଣ୍ଟ କମିଶନଙ୍କ ଏକ ପତ୍ରରେ ଉଲ୍ଲେଖ ରହିଛି ବୋଲି କୁହାଯାଇଛି। ଜିଲାର ପ୍ରମୁଖ ଶକ୍ତିପୀଠ ଭାବରେ ମା’ ରାମଚଣ୍ଡୀ ମନ୍ଦିର ସତନ୍ତ୍ର ପରିଚୟ ସୃଷ୍ଟି କରିଛି।
ଅନୁସାରେ ନଦୀ ନାଳ ଘେରା ସମୁଦ୍ର ତଟର ଅନତି ଦୂରରେ ୧୭୩୭ ମସିହାରେ କୁଜଙ୍ଗର ନରେନ୍ଦ୍ର ବାହାଦୁର ଷଣ୍ଢ ବଂଶୀୟ ରାଜା ରାମଚଣ୍ଡୀ ମନ୍ଦିର ନିର୍ମାଣ କରିଥିଲେ ବୋଲି ଜନଶ୍ରୁତିରୁ ଶୁଣିବାକୁ ମିଳେ। ସେବେଠାରୁ ମା’ଙ୍କ ମନ୍ଦିର ଦୈନନ୍ଦିିନ ନିତିକାନ୍ତି ପାଇଁ ରାଜା ଜମି ଖଞ୍ଜି ଦେଇଥିଲେ। ସେବାୟତ, ପୂଜାପଣ୍ଡା, ହୁରିଆ-ସଙ୍କୀର୍ତ୍ତନ, ବାରିକ, ଘାତକ, ମହୁରିଆ, ବାଦ୍ୟକାର, ପାଟ ଘଣ୍ଟୁଆ, ରାଉଳ, ଟହଲିଆ ଓ ମାଳି ଆଦି ସେବକ ମାନଙ୍କୁ ନିୟୋଜିତ କରିଥିଲେ। ଅଦ୍ୟାବଧି ବର୍ଷର ମୁଖ୍ୟ ପର୍ବ ପଣା ସଂକ୍ରାନ୍ତିରେ ଝାମୁ ଯାତ୍ରା, ଦୋଳ ପୂର୍ଣ୍ଣିମାରେ ମା’ଙ୍କ ବିଜେ ଚଳନ୍ତି ପ୍ରତିମା ସତନ୍ତ୍ର ବିମାନରେ ପ୍ରଥମେ କୁଜଙ୍ଗ ରାଜାଙ୍କ ମେଲଣରେ ଅଗ୍ର ପୂଜ୍ୟ ଓ କୁଜଙ୍ଗ ଅଞ୍ଚଳ ଶ୍ରଦ୍ଧାଳୁମାନଙ୍କ ଦ୍ୱାରେ ଦ୍ୱାରେ ପୂଜା ପାଇବା ବିଧି ରହିଛି ବୋଲି କୁହାଯାଇଛି। ଏହି ମନ୍ଦିର ପଥରରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ଅଞ୍ଚଳର ବିରଞ୍ଚି ନାରାୟଣ ଦାସ, ଲକ୍ଷ୍ମୀକାନ୍ତ ସ୍ବାଇଁ, ସୁବାସ ସ୍ବାଇଁ, ନାଥ କୁମାର ଭୋଳ, ନରୋତ୍ତମ ପାର୍ଥ ସାରଥି ଓ ଅଙ୍କୁର ପଲାଇ ପ୍ରମୁଖ ଦାବୀ କରିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri