ୟୁପିରେ ଧନବର୍ଷା: ଦୁଇ ଦିନ ଭିତରେ ରାମ ମନ୍ଦିରକୁ ଦାନ ହେଲାଣି ୩.୧୭କୋଟି ଟଙ୍କା

ଅଯୋଧ୍ୟା,୨୪।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଅର୍ଥବ୍ୟବସ୍ଥାରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ । ତେଣୁ ଆଗାମୀ ସମୟରେ ସହ ଜଡ଼ିତ ଅର୍ଥବ୍ୟବସ୍ଥାର ବଡ ବିସ୍ତାର ହେବାର ସମ୍ଭାବନା ରହିଛି। ଦେଶର ବ୍ୟବସାୟୀ ସଙ୍ଘ କନଫେଡେରସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ଅନୁଯାୟୀ, ରାମ ମନ୍ଦିରପ୍ରାଣ ପ୍ରତିଷ୍ଠା ଦିନ ଦେଶରେ ପ୍ରାୟ ୧.୨୫ କୋଟି ଟଙ୍କାର ବଡ଼ କାରବାର ହୋଇଛି। ଏଥିରେ କେବଳ ଦିଲ୍ଲୀରେ ପ୍ରାୟ ୨୫ ହଜାର କୋଟି ତଥା ଉତ୍ତର ପ୍ରଦେଶରେ ପ୍ରାୟ ୪୦ ହଜାର କୋଟି ଟଙ୍କାର ସାମଗ୍ରୀ ଏବଂ ସେବା ଦ୍ବାରା ବେପାର ହୋଇଛି।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ପ୍ରାଣ ପ୍ରତିଷ୍ଠାର ଦୁଇ ଦିନ ଭିତରେ ମନ୍ଦିରକୁ ୩.୧୭କୋଟି ଟଙ୍କାର ଦାନ ମିଳିଛି। ଏହିସବୁ ଉଦ୍‌ଘାଟନୀରେ ଆସିଥିବା ଅତିଥିମାନେ ଦେଇଛନ୍ତି। ଏହାବାଦ୍‌ ପ୍ରାଣ ପ୍ରତିଷ୍ଠା ପରେ ସାଧାରଣ ଲୋକ ମନ୍ଦିରକୁ ପ୍ରାୟ ୧୦ଲକ୍ଷ ଟଙ୍କାର ନୈବେଦ୍ୟ ଚଢାଇଛନ୍ତି।

ନିକଟରେ ଏସବିଆଇ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଏକ ରିପୋର୍ଟନୁସାରେ ରାମ ମନ୍ଦିର ଓ ଅନ୍ୟ ପର୍ଯ୍ୟଟନ ଯୋଗୁ ୟୁପିରେ ୨୦୨୪-୨୫ରେ ୨୫ହଜାର କୋଟି ଟଙ୍କାର ଟିକସ ଆଦାୟ ହେବାର ଅନୁମାନ କରାଯାଉଛି। ଏଥିରେ ଅଯୋଧ୍ୟା ସବୁଠୁ ବଡ କାରଣ ହୋଇଛି।

ତେବେ ଦୁନିଆରେ ଥିବା ଅନ୍ୟ ଲୋକପ୍ରିୟ ଧାର୍ମିକ ସ୍ଥଳରେ ପର୍ଯ୍ୟଟକ ଆସିବା ଯୋଗୁ କେତେ ଆୟ ହେଉଛି ଆସନ୍ତୁ ଜାଣିବା। ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରକୁ ବର୍ଷକୁ ପ୍ରାୟ ୨.୫କୋଟି ଲୋକ ଆସୁଥିବାବେଳେ ବାର୍ଷିକ ୧୨୦୦କୋଟି ଆୟ ହୋଇଥାଏ। ଜମ୍ମୁ କଶ୍ମୀରର ବୈଷ୍ଣୋ ଦେବୀ ମନ୍ଦିରକୁ ୮୦ଲକ୍ଷ ଲୋକ ଆସୁଥିବାବେଳେ ପର୍ଯ୍ୟଟକଙ୍କ ଯୋଗୁ ୫୦୦କୋଟି ଟଙ୍କା ଆୟ ହୋଇଥାଏ। ୟୁପି ଆଗ୍ରାର ତାଜ ମହଲକୁ ଦେଖିବାକୁ ୭୦ଲକ୍ଷ ଲୋକ ଆସୁଥିବାବେଳେ ୧୦୦କୋଟି ଟଙ୍କା ଆୟ ହୋଇଥାଏ। ଭାଟିକାନ ସିଟିକୁ ୯୦ଲକ୍ଷ ପର୍ଯ୍ୟଟକ ଆସୁଥିବାବେଳେ ୩୧୫ ମିଲିୟନ ଡଲାର ଆୟ ହୋଇଥାଏ। ସାଉଦି ଆରବର ମକ୍କାକୁ ୨କୋଟି ଲୋକ ଆସୁଥିବାବେଳେ ୧୨ବିଲିୟନ ଡଲାର ଆୟ ହୋଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri