Posted inଜାତୀୟ

ରାମ ରହିମଙ୍କୁ ମିଳିଲା ୨୧ ଦିନର ପାରୋଲ

ରୋହତକ,୧୩।୮: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଆତ୍ମଘୋଷିତ ବାବା ରାମ ରହିମ ଜେଲରୁ ବାହାରିଛନ୍ତି। ରାଜ୍ୟ ସରକାର ତାଙ୍କୁ ୨୧ ଦିନ ପାଇଁ ପାରୋଲ ଦେଇଛନ୍ତି । ମଙ୍ଗଳବାର ସକାଳ ୬ଟା ୪୬ରେ ହନିପ୍ରୀତ ସୁନାରିଆ ଜେଲରୁ ରାମ ରହିମଙ୍କ ସହ ୟୁପିରେ ବର୍ଣ୍ଣାୱା ଆଶ୍ରମ ଅଭିମୁଖେ ଯାତ୍ରା କରିଥିଲେ।

ହନିପ୍ରୀତଙ୍କ ବ୍ୟତୀତ ଗୋଟିଏ କାରରେ ଡ୍ରାଇଭର ରାଜା ଏବଂ ସିପି ଆରୋରା ଥିବାବେଳେ ଅନ୍ୟ କାରରେ ଡ୍ରାଇଭର ପ୍ରୀତମ, ଆଡଭୋକେଟ ହର୍ଷ ଆରୋରା ଏବଂ ଡକ୍ଟର ପି.ଆର ନୈନ ଥିଲେ। ପୋଲିସର ସୁରକ୍ଷା ଅଧୀନରେ ରାମ ରହିମଙ୍କୁ ଜେଲରୁ ଉତ୍ତର ପ୍ରଦେଶ ନିଆଯାଇଛି।
ସାଧ୍ୱି ବଳାତ୍କାର ମାମଲାରେ ଗୁରୁମିତ ରାମ ରହିମଙ୍କୁ ୨୦୧୭ରେ ଦଣ୍ଡିତ କରାଯାଇଥିଲା। ପରେ ତାଙ୍କୁ ଛତ୍ରପତି ହତ୍ୟା ମାମଲା ଏବଂ ରଣଜିତ ହତ୍ୟା ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସେବେଠାରୁ ସେ ସୁନାରିଆ ଜେଲରେ ରହିଛନ୍ତି। ଗତ ଥର ଜାନୁୟାରୀ ୧୯ରେ, ରାମରହିମଙ୍କୁ ସରକାର ୫୦ ଦିନ ପାଇଁ ପାରୋଲ ଦେଇଥିଲେ, ଯାହାକି ୟୁପିର ବର୍ଣ୍ଣାୱା ଆଶ୍ରମରେ ବିତାଇଥିଲା।
ଏହା ପରେ ହାଇକୋର୍ଟ ଏକ ଆବେଦନ ଉପରେ ନିଷ୍ପତ୍ତି ନେଇଛନ୍ତି ଯେ ରାମ ରମ ରହିମଙ୍କୁ ହାଇକୋର୍ଟଙ୍କ ଅନୁମତି ବିନା ପାରୋଲ ଦିଆଯିବ ନାହିଁ। ରାମ ରହିମଙ୍କ ତରଫରୁ ପାରୋଲ ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ ହାଇକୋର୍ଟରେ ଏକ ଆବେଦନ କରାଯାଇଥିଲା।
ହାଇକୋର୍ଟ କହିଛନ୍ତି ଯେ ରାମ ରହିମଙ୍କୁ ପାରୋଲ ପ୍ରଦାନ ଉପରେ ରାଜ୍ୟ ସରକାର ନିଜେ ନିଷ୍ପତ୍ତି ନିଅନ୍ତୁ। ଏହା ପରେ ରାମରାହିମ ୨୧ ଦିନ ପାରୋଲ ପାଇଁ ଏକ ଆବେଦନ କରିଥିଲେ। ସରକାର ଏହି ଆବେଦନକୁ ଗ୍ରହଣ କରି ସୋମବାର ଦିନ ଏହାକୁ ମଞ୍ଜୁର କରିଛନ୍ତି।
ଜେଲ ପରିସରକୁ ନେଇ ପ୍ରଶାସନ ସୁରକ୍ଷା ବୃଦ୍ଧି କରିଥିଲା। ଏଭଳି ପରିସ୍ଥିତିରେ ମଙ୍ଗଳବାର ସକାଳ ୬ଟା ୪୧ରେ ହନିପ୍ରୀତ ତାଙ୍କ ଟିମ ସହିତ ରାମରହିମଙ୍କୁ ନେବା ପାଇଁ ଜେଲ ପରିସରରେ ପହଞ୍ଚିଥିଲେ, ଯେଉଁଠାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପରେ ସକାଳ ୬ଟା ୪୬ରେ ରାମ ରହିମ ୟୁପି ବାଗପାଟର ବର୍ଣ୍ଣାୱା ଆଶ୍ରମ ଅଭିମୁଖେ ଯାତ୍ରା କରିଥିଲା। ରାମରାହିମ ବର୍ତ୍ତମାନ ୧୩ ଥର ପାଇଁ ଜେଲରୁ ବାହାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri