ବାପାଙ୍କୁ ହରାଇଲେ ଏହି ଲୋକପ୍ରିୟ ଅଭିନେତା

ବମ୍ବେ: ଛୋଟ ପରଦାର ଲୋକପ୍ରିୟ ଧାରାବାହିକ ‘ବଡେ ଅଚ୍ଛେ ଲଗତେ ହୈ’ ଅଭିନେତା ରାମ କପୁରଙ୍କ ପିତାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ରାମଙ୍କ ବାପା ଅନିଲ କପୁର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଥିଲେ। ସୋମବାର ତାଙ୍କର ମୃତ୍ୟୁ ହୋଇଥିବା ବେଳେ ବୁଧବାର ରାମ ନିଜର ସାମାଜିକ ପୃଷ୍ଠାରେ ଏନେଇ ସୂଚନା ଦେଇଛନ୍ତି। ଏହାପରେ ପ୍ରଶଂସକମାନେ ରାମଙ୍କୁ ସମବେଦନା ଜଣାଇବା ସହ ଦୁଃଖକୁ ସହିବାକୁ ଶକ୍ତି ଦିଅନ୍ତୁ ବୋଲି ଲେଖୁଛନ୍ତି।

Share