ୱେଟ୍‌ଲସ୍‌ ପାଇଁ ସଲମାନଙ୍କୁ ଶ୍ରେୟ ଦେଲେ ରାମ

ମୁମ୍ବାଇ: ନିକଟରେ ଅଭିନେତା ରାମ କପୁରଙ୍କର ଲୁକ୍‌ ତାଙ୍କ ପ୍ରଶଂସକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ତଥା ଟିଭି ଇଣ୍ଡଷ୍ଟ୍ରିର ଅନେକ ତାରକାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେ ନିଜର ପ୍ରାୟ ୫୫ କେ.ଜି. ଓଜନ ହ୍ରାସ କରିଥିଲେ। ମଙ୍ଗଳବାର ଏକ ୟୁଟ୍ୟୁବ୍‌ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ ରାମ ତାଙ୍କ ଓଜନ ହ୍ରାସ ସମ୍ପର୍କିତ ଯାତ୍ରାକୁ ବଖାଣିଛନ୍ତି। ଏହି ବାର୍ତ୍ତାଳାପ ସମୟରେ ବ୍ୟାୟାମ କରିବା ସହ ଫିଟ୍‌ନେସ୍‌ ପ୍ରତି ଗୁରୁତ୍ୱ ଦେବାରେ ସେ ଅଭିନେତା ସଲମାନ ଖାନ୍‌ଙ୍କଠାରୁ ଅନୁପ୍ରାଣିତ ହୋଇଥିବା କହିଛନ୍ତି।
କହିଛନ୍ତି, ସଲମାନଙ୍କ ଜୀବନଚର୍ଯ୍ୟା ତାଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ସେ ଜଣେ ପେସାଦାର ଅଭିନେତା ମଧ୍ୟ। ନିଜ ଫିଟ୍‌ନେସ୍‌ ପାଇଁ ସେ ଖୁବ୍‌ କଠିନ ପରିଶ୍ରମ କରନ୍ତି। ସଲମାନ ତାଙ୍କ ଫିଲ୍ମ ଶୁଟିଂ ସାରି ବିଳମ୍ବିତ ରାତିରେ ଘରକୁ ଫେରିଥାନ୍ତି। ଏହାସତ୍ତ୍ୱେ ମଧ୍ୟ ସେ ଭୋର୍‌ ୪ଟା ସୁଦ୍ଧା ଉଠି ୱାର୍କ ଆଉଟ୍‌ କରି ଶରୀରକୁ ଫିଟ୍‌ ରଖନ୍ତି। ସଲମାନଙ୍କ ଏହି ରୁଟିନ୍‌ ତାଙ୍କୁ ପ୍ରେରଣା ଯୋଗାଇଥିଲା ବୋଲି ରାମ କହିଛନ୍ତି। ଏହି ସାକ୍ଷାତ୍‌କାରରେ ରାମ ତାଙ୍କ ଡାଏଟ୍‌ ଏବଂ ଫିଟ୍‌ନେସ୍‌ ରୁଟିନକୁ ମଧ୍ୟ ଶେୟାର କରିଛନ୍ତି। ସେ ଦେଢ଼ ବର୍ଷ ପୂର୍ବରୁ ନିଜର ଓଜନ ହ୍ରାସ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଏହି ଅବଧି ମଧ୍ୟରେ ସେ ନିଜର ୫୫ କେ.ଜି. ଓଜନ ହ୍ରାସ କରିବାରେ ସଫଳ ହୋଇଛନ୍ତି। ଏହା ମଧ୍ୟରେ ତାଙ୍କର ଏକ ଦୁର୍ଘଟଣା ମଧ୍ୟ ଘଟିଥିଲା, ଯାହାଫଳରେ ଏହି ଓଜନ ହ୍ରାସ ଯାତ୍ରାରେ ବାଧା ସୃଷ୍ଟି ହୋଇଥିଲା ବୋଲି ରାମ କହିଛନ୍ତି। ସମ୍ପ୍ରତି ସେ ନିଜର ଓଜନ ହ୍ରାସ ଲକ୍ଷ୍ୟକୁ ସଫଳତାର ସହ ହାସଲ କରିଥିବା ରାମ କହିଛନ୍ତି। ପ୍ରକାଶ ଯେ, ରାମ ଛୋଟ ପରଦାର ଅନେକ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ଢେର ପ୍ରଶଂସା ସାଉଣ୍ଟିଛନ୍ତି। ‘କସମ ସେ’, ‘ବଡ଼େ ଅଚ୍ଛେ ଲଗତେ ହେ’ ପରି ଧାରାବାହିକ ତାଙ୍କୁ ପ୍ରସିଦ୍ଧି ଦେଇଥିଲା। ଏହାସହ ସେ ବହୁ ବଲିଉଡ୍‌ ଚଳଚ୍ଚିତ୍ର ଏବଂ ୱେବ୍‌ ସିରିଜରେ ମଧ୍ୟ କାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri