କିଆରାଙ୍କୁ ବଡ ସରପ୍ରାଇଜ ଦେଲେ ରାମ ଚରଣ

ମୁମ୍ବାଇ: ରାମ ଚରଣ ଜଣେ ଭଲ ଅଭିନେତା ହୋଇଥିବା ବେଳେ ଜଣେ ଭଲ କୋ-ଷ୍ଟାର ଓ ବନ୍ଧୁ ବି ହୋଇପାରନ୍ତି । ଅଭିନେତା ତାଙ୍କ ଆରସି-୧୫ର କୋଷ୍ଟାର କିଆରା ଆଡଭାନୀଙ୍କ ବିବାହରେ ତାଙ୍କୁ ଏକ ପ୍ୟାରା ସା ସରପ୍ରାଇଜ ଦେଇଛନ୍ତି । ଆଉ ଏଥିପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷିତ ହୋଇଛି । ରାମ ଚରଣଙ୍କ ସହ ନିର୍ଦ୍ଦେଶକ ଶଙ୍କର, ନିର୍ମାତା ଦିଲ ରାଜୁ ଓ ଅନ୍ୟ କଳାକାରମାନେ କିଆରାଙ୍କୁ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓ ମାଧ୍ୟମରେ ସେମାନେ ଅଭିନେତ୍ରୀଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି । ଏହି ଭିଡିଓକୁ କିଆରା ଇନଷ୍ଟାଗ୍ରାମ ଷ୍ଟୋରୀରେ ଶେୟାର କରି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଅଭିନେତ୍ରୀ ଭିଡିଓର ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଏହା ଆମପାଇଁ ସବୁଠାରୁ ପ୍ୟାରା ସରପ୍ରାଇଜ । ଫ୍ୟାର ମେହେସୁର କରୁଛୁ । ବହୁତ ବହୁତ ଧନ୍ୟବାଦ । ଆପଣମାନଙ୍କୁ ଖୁବ୍ ଭଲପାଇବା । ଏହା ବ୍ୟତୀତ ଆରସି୧୫ର ଟିମ ବି ଭିଡିଓକୁ ଟୁଇଟରରେ ଶେୟାର କରିଛନ୍ତି ଓ କ୍ୟାପଶନରେ ଲେଖିଛନ୍ତି, କିଆରା-ସିଦ୍ଧାର୍ଥଙ୍କ ବୈବାହିକ ଜୀବନ ସୁଖମୟ ହେଉ । ଆପଣଙ୍କୁ ସାରା ଜୀବନ ପାଇଁ ଭଲପାଇବା, ଖୁସି ଓ ଆଲୋକର ଶୁଭକାମନା । ସୂଚନାଯୋଗ୍ୟ, ରାମ ଚରଣ ସିଦ୍ଧାର୍ଥ ଓ କିଆରାଙ୍କ ବିବାହରେ ସାମିଲ ହୋଇପାରି ନ ଥିଲେ ।

Share