ପୁଣି ଅଜୟଙ୍କ ସହ ନଜର ଆସିବେ ରକୁଲ

ଭୂଷଣ କୁମାରଙ୍କ ଦ୍ୱାରା ନିର୍ମିତ ‘ଥ୍ୟାଙ୍କ ଗଡ’ ଭଳି ଏକ କମେଡି ଫିଲ୍ମ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ଅଜୟ ଦେବଗନ, ରକୁଲପ୍ରୀତ ସିଂହଙ୍କ ବ୍ୟତୀତ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଇନ୍ଦ୍ର କୁମାର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।
ଏକ ସାକ୍ଷାତକାରରେ ରକୁଲ କହିଛନ୍ତି, ଅଜୟ ହେଉଛନ୍ତି ଏମିତି ଜଣେ ଅଭିନେତା ଯାହାଙ୍କ ସହ କାମ କରିବାକୁ ସମସ୍ତେ ଇଚ୍ଛା କରନ୍ତି । ତାଙ୍କ ଫିଲ୍ମରେ ସବୁବେଳେ ଏକ ନୂଆ ପଣ ଦେଖିବାକୁ ମିଳେ । ତାଙ୍କ ସହ ଅଭିନୟ କରି ମୁଁ ଅନେକ କଥା ଶିଖିବାକୁ ପାଇଛି । ‘ଥ୍ୟାଙ୍କ ଗଡ’କୁ ଦର୍ଶକେ ପସନ୍ଦ କରିବେ ବୋଲି ଆଶା କରୁଛି।
ତେବେ ୨୦୧୯ରେ ‘ଦେ ଦେ ପ୍ୟାର୍‌ ଦେ’ ଫିଲ୍ମ ରିଲିଜ ହୋଇଥିଲା। ଏଥିରେ ଅଭିନେତା ଅଜୟଙ୍କ ସହ ରକୁଲ ନଜର ଆସିଥିଲେ । ଫିଲ୍ମରେ ତାଙ୍କର ଅଭିନୟକୁ ଢେରସାରା ପ୍ରଂଶସା ମିଳିଥିଲା। ‘ରନେୱ ୩୪’ରେ ଦର୍ଶକେ ପୁଣି ସେମାନଙ୍କର ଯୋଡ଼ି ଦେଖିବାକୁ ପାଇଥିଲେ । ଏବେ ତୃତୀୟ ଥର ଲାଗି ରକୁଲ ଅଜୟଙ୍କ ସହ ‘ଥ୍ୟାଙ୍କ ଗଡ’ରେ ଅଭିନୟ କରିବାକୁ ଯାଉଛନ୍ତି । ଫିଲ୍ମଟି ଚଳିତବର୍ଷ ଦୀପାବଳୀରେ ରିଲିଜ ହେବ ।

Share