ଲଜ୍ଜିତ ହେଲେ ରକୁଲ

ମୁମ୍ବାଇ: ବଲିଉଡ୍ ନାୟିକା ରକୁଲ ପ୍ରୀତ ସିଂ କିଛିଦିନ ହେବ ଚର୍ଚ୍ଚାରେ ରହି ଆସୁଛନ୍ତି । କିଛିଦିନ ପରେ ସେ ବଲିଉଡ୍ ଶେହେନଶାହା ଅମିତାଭ ବଚ୍ଚନ ଓ ଅଜୟ ଦେବଗନଙ୍କ ସହ ଏକ ଫିଲ୍ମରେ ନଜର ଆସିବେ । ଆଉ ଏହାକୁ ନେଇ ସେ ଖୁବ୍ ଏକ୍ସାଇଟେଡ ଥିବା ପୂର୍ବରୁ ସୋସିଆଲ ମିଡିଆରେ ଜଣାଇ ସାରିଛନ୍ତି । ‘ମେ ଡେ’ ଫିଲ୍ମରେ ସେ ଏହି ବଡ କଳାକାରଙ୍କ ସହ ନଜର ଆସୁଥିବାରୁ ନିଜକୁ ଭାଗ୍ୟବାନ ବୋଲି କହିଛନ୍ତି । ତେବେ ରକୁଲ ତାଙ୍କ ଫ୍ୟାଶନ ସେନ୍ସକୁ ନେଇ ବି ବେଳେ ବେଳେ ଆସିଯାଆନ୍ତି ଚର୍ଚ୍ଚାକୁ । ନିକଟରେ ତାଙ୍କର ଏମିତି ଏକ ଫ୍ୟାଶନ ଦେଖିବାକୁ ମିଳିଥିଲା ଯାହା ଏବେ ଚର୍ଚ୍ଚାର ପରିସରକୁ ଚାଲି ଆସିଛି । ସେ ଏକ ଲେମନ କଲର ଡ୍ରେସ୍ ସହ ଡେନିମ ଜ୍ୟାକେଟରେ ନଜର ଆସିଥିବା ବେଳେ ଖୁବ୍ ସୁନ୍ଦର ବି ଲାଗୁଥିଲେ । ହେଲେ ଡ୍ରେସଟି ଏତେ ଛୋଟ ଥିଲା ଯେ ସେ ଖବରଦାତାଙ୍କ ସହ କଥା ହେଉଥିବା ସମୟରେ ଏହା ଉଡିବାକୁ ଲାଗିଥିଲା । ଅବଶ୍ୟ ସେ କୌଣସି ପ୍ରକାରେ ଏହାକୁ ସମ୍ଭାଳି ନେଇଥିଲେ । ହେଲେ କ୍ୟାମେରା ଆଖିରୁ ସେ ବଞ୍ଚି ପାରି ନ ଥିଲେ । ଫଳରେ ତାଙ୍କୁ ଲଜ୍ଜିତ ହେବାକୁ ପଡିଥିଲା । ଏହାସହ ସେ ଯେଉଁ ପର୍ସ କ୍ୟାରି କରିଥିଲେ ତାହାବି ଆସି ଯାଇଛି ଚର୍ଚ୍ଚାକୁ । କାରଣ ଦାମ୍ ଶୁଣିଲେ ଲାଗିବ କି ଏହା କେବଳ ସେଲିବ୍ରିଟିମାନେ ବ୍ୟବହାର କରିପାରିବେ । ତେବେ ଏହାର ଦାମ୍ ପ୍ରାୟ ୮୦,୯୫୬ଟଙ୍କା ବୋଲି କୁହାଯାଉଛି ।

Share