ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ ରହିଛନ୍ତି । ଏହି ଗ୍ରହସ୍ଥିତି କିଛି ରାଶି ପାଇଁ ଶୁଭ ଫଳ ଆଣିପାରେ ବୋଲି ଜ୍ୟୋତିଷବିଦ୍ମାନେ ମତ ଦେଇଛନ୍ତି ।
ବୁଧ ୨୨ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିଛନ୍ତି ଏବଂ ୨୯ ଅଗଷ୍ଟରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରକୁ ପ୍ରବେଶ କରିବେ। ଏହି ସମୟ ମଧ୍ୟରେ ୨୮ ଅଗଷ୍ଟରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବ। ଜ୍ୟୋତିଷ ଗଣନା ଅନୁସାରେ ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ଟି ରାଶିର ଲୋକଙ୍କୁ ଆର୍ଥିକ ଲାଭ ମିଳିପାରେ।
ମେଷ- ମେଷ ରାଶିର ଲୋକଙ୍କ ପାଇଁ ଏହି ସମୟ ଶୁଭ ରହିପାରେ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବା ସହ କ୍ୟାରିୟରରେ ଆଗକୁ ବଢ଼ିବାର ସୁଯୋଗ ଆସିପାରେ। ନିବେଶ କରିଥିବା ଲୋକଙ୍କୁ ଭଲ ରିଟର୍ନ ମିଳିପାରେ ବୋଲି ଜ୍ୟୋତିଷ ମତ ରହିଛି । ରକ୍ଷାବନ୍ଧନ ପର୍ଯ୍ୟନ୍ତ ଆର୍ଥିକ ଦୃଷ୍ଟିରୁ ଲାଭ ମିଳିବାର ସମ୍ଭାବନା ରହିଛି।
ତୁଳା-ତୁଳା ରାଶି ପାଇଁ ମଧ୍ୟ ବୁଧଙ୍କ ଏହି ସ୍ଥିତି ଲାଭଦାୟକ ହୋଇପାରେ। ଆୟ ବଢ଼ିବା ସହ ରୋଜଗାରର ନୂଆ ଉତ୍ସ ସୃଷ୍ଟି ହୋଇପାରେ। ଦୀର୍ଘ ସମୟ ଧରି ଅଟକି ରହିଥିବା ଟଙ୍କା ଫେରିପାଇବାର ସମ୍ଭାବନା ମଧ୍ୟ ରହିଛି । ଆର୍ଥିକ ଦୃଷ୍ଟିରୁ ସମୟ ଅନୁକୂଳ ରହିପାରେ ।
ଧନୁ- ଧନୁ ରାଶିର ଲୋକଙ୍କ କ୍ୟାରିୟରରେ ଆସୁଥିବା ବାଧା ଦୂର ହୋଇପାରେ। କାମରେ ସଫଳତା ମିଳିବା ସହ ବ୍ୟବସାୟରେ ଲାଭ ହୋଇପାରେ । ଏହାର ପ୍ରଭାବରେ ଆର୍ଥିକ ସ୍ଥିତି ମଜବୁତ ହେବାର ଯୋଗ ରହିଛି।