ରାଖୀଙ୍କ ଉପରେ ପୁଣି ଭାଙ୍ଗିଲା ଦୁଃଖର ପାହାଡ଼

ମୁମ୍ବାଇ: ଡ୍ରାମାକୁଇନ୍‌ ରାଖୀ ସାଓ୍ବନ୍ତ ଏବଂ ଆଦିଲ ଦୁରାନୀଙ୍କ ବିବାହ ରେଜିଷ୍ଟ୍ରେଶନଠାରୁ ଆରମ୍ଭ କରି ସ୍ବୀକାରୋକ୍ତି ପର୍ଯ୍ୟନ୍ତ ସବୁକିଛି ଚର୍ଚ୍ଚା ପାଲଟିଥିଲା। ରାଖୀଙ୍କ ସହ ବିବାହ ପରେ ଆଦିଲ କାନ୍ଦୁଥିବା ଭିଡିଓ ଦେଖି ସଲମାନ ଆଦିଲଙ୍କୁ ଡାକିଥିଲେ। ଏହା ପରେ ସମସ୍ୟାର ସମାଧାନ ହୋଇଥିଲା। ଏବେ ରାଖୀଙ୍କ ଜୀବନରେ ଆଉ ଏକ ସମସ୍ୟା ଆସିଛି। ତାଙ୍କ ମା’ ଅସୁସ୍ଥ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ସମୟରେ ରାଖୀ କହିଥିଲେ ସେ ଗର୍ଭବତୀ ଅଛନ୍ତି କିନ୍ତୁ ବର୍ତ୍ତମାନ ଗର୍ଭପାତ ହୋଇଥିବା ପୁଣି ପ୍ରକାଶ କରିଛନ୍ତି।

Rakhi Sawant Reveals She Had A Miscarriage, Says She Shared The Happy News Of Her Pregnancy On Bigg Boss Marathi But “Everyone Thought It Was A Joke”

ସେ କହିଛନ୍ତି, ଏହା ‘ବିଗ୍‌ ବସ୍‌ ମରାଠୀ ସିଜନ୍‌-୪’ରେ ମଧ୍ୟ କହିଥିଲେ। କିନ୍ତୁ କେହି ଏହାକୁ ଗୁରୁତର ସହ ନେଇ ନ ଥିଲେ। ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭୟାନୀଙ୍କ ପୋଷ୍ଟ ଜରିଆରେ ରାଖୀଙ୍କ ଗର୍ଭପାତ ବିଷୟରେ ଜାଣିବାକୁ ମିଳିଛି। ଏଥିରେ ଲେଖାଅଛି, ‘ଆମେ ସବୁବେଳେ ସମସ୍ତଙ୍କୁ ହସାଉଥିବା ରାଖୀଙ୍କୁ ହାଲୁକା ଭାବେ ଗ୍ରହଣ କରିଥାଉ। ଦୁଃଖର ବିଷୟ ସେ ଏହି ସମୟରେ ଏକ ଯନ୍ତ୍ରଣାଦାୟକ ପରିସ୍ଥିତି ଦେଇ ଗତି କରୁଛନ୍ତି। ଏହି ଖରାପ ଖବର ତାଙ୍କ ମା’ଙ୍କ ସ୍ବାସ୍ଥ୍ୟ ସମସ୍ୟା ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ଆସିଛି।

viral bhayani post

ରାଖୀ ନିଜେ ଗର୍ଭପାତର ଖବରକୁ ନିଶ୍ଚିତ କରିଛନ୍ତି। ଭାଇରାଲ ଭୟାନୀଙ୍କ ସହ ବାର୍ତ୍ତାଳାପରେ ରାଖୀ ତାଙ୍କ ଗର୍ଭଧାରଣ ବିଷୟରେ ପ୍ରକାଶ କରିଥିଲେ। ଗର୍ଭଧାରଣ ବିଷୟରେ ରାଖୀ କହିଛନ୍ତି, ‘ହଁ ଭାଇ, ମୁଁ ଗର୍ଭବତୀ ଥିଲି ଏବଂ ମୁଁ ବିଗ୍‌ ବସ ମରାଠୀ ଶୋ’ରେ ମଧ୍ୟ ଏହା ଘୋଷଣା କରିଥିଲି, କିନ୍ତୁ ସମସ୍ତେ ଏହାକୁ ଥଟ୍ଟା ବୋଲି ଭାବିଥିଲେ ଏବଂ ଏହାକୁ କେହି ଗୁରୁତର ସହ ନେଇ ନ ଥିଲେ’।

ରାଖୀଙ୍କ ବିବାହ ପରେ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଥିଲା। ରାଖୀ ଅନେକ ସାକ୍ଷାତକାରରେ ତାଙ୍କ ଗର୍ଭଧାରଣକୁ ନେଇ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ। ଏଭଳି ପରିସ୍ଥିତିରେ ଲାଗୁଥିଲା, ରାଖୀ ଗର୍ଭବତୀ ହେତୁ ବୋଧେ ବିବାହ ଘୋଷଣା କରିଛନ୍ତି। କିନ୍ତୁ ରାଖୀଙ୍କ ଗର୍ଭପାତ କଥା ପୁଣି ଥରେ ସମସ୍ତଙ୍କୁ ଚିନ୍ତାରେ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri