ପୁଣି ପ୍ରେମରେ ପଡିଲେ ରାକ୍ଷୀ, ବୟଫ୍ରେଣ୍ଡ ଉପହାରରେ ଦେଲେ ବିଏମଡବ୍ଲୁ କାର

ମୁମ୍ବାଇ: ଏଣ୍ଟରଟେନମେଣ୍ଟ କୁଇନ୍ ରାକ୍ଷୀ ସାୱନ୍ତଙ୍କ ଜୀବନରେ ପୁଣି ଖୁସି ଫେରିଛି । ରାକ୍ଷୀଙ୍କୁ ତାଙ୍କ ନୂଆ ପ୍ରେମିକ ମିଳିଯାଇଛନ୍ତି । ଏହାକୁ ନେଇ ରାକ୍ଷୀ ଏବେ ଖୁସିରେ ଆତ୍ମହରା ହୋଇ ଉଠିଛନ୍ତି । ରାକ୍ଷୀଙ୍କ ଏହି ବୟଫ୍ରେଣ୍ଡକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି ।
ରାକ୍ଷୀ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସାରା ବିଶ୍ୱକୁ ଜଣାଇ ଦେଇଛନ୍ତି କି ଏବେ ସେ ସିଙ୍ଗଲ ନୁହେଁ । ବରଂ ଆଦିଲ ସହ ରିଲେସନଶିପରେ ଅଛନ୍ତି । ଆଦିଲଙ୍କୁ ରାକ୍ଷୀ ତାଙ୍କ ବୟଫ୍ରଣ୍ଡ ବୋଲି କହୁଛନ୍ତି । ରାକ୍ଷୀ ତାଙ୍କର ଖୁବ ପ୍ରଶଂସା ବି କରୁଛନ୍ତି । ଏବେ ଡ୍ରାମା କୁଇନ୍ କହୁଛନ୍ତି ଉପରବାଲା ଯେତେବେଳେ ଦେଇଥାଏ ସେତେବେଳେ ଛପର ଫାଡି ଦେଇଥାଏ । ଈଶ୍ୱର ମୋତେ ଦେଇଛନ୍ତି । ଆଦିଲ ସୁଇଟହାର୍ଟ ଅଟନ୍ତି ।
ନୂଆ ଗାଡିକୁ ନେଇ ରାକ୍ଷୀ କହିଛନ୍ତି ଏତେ ଦାମୀ କାର ମୋତେ ଆଦିଲ ହିଁ ଦେଇଛନ୍ତି । ମୋ ସୁଇଟହାର୍ଟ ମୋତେ ଏହି କାର ଦେଇଛନ୍ତି । ଅନ୍ୟପଟେ ଏକ ଇଭେଣ୍ଟରେ ରାକ୍ଷୀ ସାୱନ୍ତଙ୍କର ଆଉ ଏକ ଭଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରାକ୍ଷୀ ଆଦିଲଙ୍କ ସହ ନିଜର ପ୍ରେମକୁ ସମସ୍ତଙ୍କ ସହ ଶେୟାର କରୁଛନ୍ତି । ରାକ୍ଷୀ କହୁଛନ୍ତି, ଆଦିଲ ଆଇ ଲଭ ୟୁ । ତୁମେ ମୋର ହୃଦୟ, ଯଦି ମୋ ଜୀବନରେ ମୋତେ କିଏ ସଚ୍ଚା ପ୍ୟାର ଦେଇଥାଏ ତେବେ ସେ ହେଉଛନ୍ତି ଆଦିଲ ।
ନିଜ ବୟଫ୍ରେଣ୍ଡଙ୍କୁ ନେଇ ରାକ୍ଷୀ କହିଛନ୍ତି, ଯେତେବେଳେ ମୁଁ ଡିପ୍ରେଶନରେ ଥିଲି ସେତେବେଳେ ଆଦିଲ ମୋତେ ସହାୟତା ଦେଇଛନ୍ତି । କିଛି ଭୁଲ କାମ କରିବାକୁ ସେ ମୋତେ ବାରଣ କରିଛନ୍ତି । ଆଦିଲ ଓ ତାଙ୍କ ଭଉଣୀ ମୋର ମୁଡକୁ ଫ୍ରେସ୍ କରିବାକୁ ମୋତେ ବିଏମଡବ୍ଲୁ କାର ଉପହାର ଦେଇଛନ୍ତି । କାରଣ ମୁଁ ଛୋଟ କାରରେ ବୁଲିବା ତାଙ୍କୁ ପସନ୍ଦ ନୁହେଁ । ଫାଇନାଲି ମୋତେ ଜଣେ ଭଲ ପୁରୁଷ ବନ୍ଧୁ ମିଳିଯାଇଛନ୍ତି ।

Share