ଗଞ୍ଜାମ,୧।୧(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଳକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଋଷିକୂଲ୍ୟା ତଟର ନୀଳାଦ୍ରିପୁର ଶିଖରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିର । ଆଜି ନୂଆବର୍ଷ ଉପଲକ୍ଷେ ମାଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିଲା । ପୂଜା କମିଟି ସଭାପତି ଦୟାନନ୍ଦ ରେଡ଼ି, ସମ୍ପାଦକ ବିମଳ ପଣ୍ଡା, ଅନ୍ୟ ସଦସ୍ୟମାନଙ୍କ ମଧ୍ୟ୍ୟରେ ମନୋଜ ମିଶ୍ର, ସୁଧୀର ମହାରଣା, ଶଙ୍କର ଚର୍ତ୍ତୀ, ଗୋପାଳ ନାୟକ, ରାଜୁ ବେହେରାଙ୍କ ସହଯୋଗରେ ଭକ୍ତ ମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଧାଡି ଦର୍ଶନ କରାଯାଇଥିଲା । ବର୍ଷ ତମାମ ପୀଠର ଟ୍ରଷ୍ଟ ଓ କମିଟି ତରଫରୁ ଜିଲ୍ଲା ପ୍ରଶାସନର ସହଯୋଗରେ ବିଭିନ୍ନ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବାରୁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥାଏ ।
ଆଗକୁ ମାଁ ରାମଚଣ୍ଡୀଙ୍କ ଫାଲ୍ଗୁନ ପର୍ବ ଥିବାରୁ କମିଟି ଓ ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ହେଉଥିବା ବେଳେ ଏହି ପୀଠର ଲକ୍ଷାଧିକ ଭକ୍ତ ମାନଙ୍କ ଅସୁବିଧାକୁ ଆଖିଆଗରେ ରଖ୍ ଟ୍ରଷ୍ଟ ତରଫରୁ ଆଗରୁ ଅନୁରୋଧ କରାଯାଇଥିଲା । ଏହାର ସ୍ୱୀକୃତି ପୂର୍ବକ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ରାଜ୍ୟସଭା ସାଂସଦ ମୁଜୀବୁଲା ଖାନ (ମୁନା ଖାନ) ସାଂସଦ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅର୍ଥରାଶି ମନ୍ଦିର ଉନ୍ନତି ସକାସେ ଦେଇ ସମାଜକୁ ଏକ ଭାଇଚାରାର ସମ୍ବାଦ ଦେଇଛନ୍ତି ।
ଏହାର ପତ୍ର ପାଇଲା ପରେ କରପଡା ସରପଞ୍ଚ ଅଜୟ ନାୟକ, ପୂଜା କମିଟି ସଭାପତି ଦୟାନନ୍ଦ ରେଡ୍ଡୀ, ପରିଚାଳନା କମିଟି ସଭାପତି ପ୍ରଶାନ୍ତ ନାୟକ, କମିଟି ଉପଦେଷ୍ଟା ତ୍ରିପତି ବାଲାଜୀ ପଞ୍ଚାୟତ ବାସି, ମାଁ ରାମଚଣ୍ଡୀ ଟ୍ରଷ୍ଟ ଓ ଅଗଣିତ ଭକ୍ତମାନଙ୍କ ତରଫରୁ ପ୍ରଶଂସାର ସୁଅ ଛୁଟିବା ସହିତ ମାନ୍ୟବର ସାଂସଦ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି ।


