ରାଜ୍ୟ ସଭା ଉପ-ନିର୍ବାଚନ: ଦେବାଶିଷଙ୍କୁ ପ୍ରାର୍ଥୀ କଲା ଭାଜପା

ଭୁବନେଶ୍ୱର,୪।୬: ରାଜ୍ୟ ସଭା ଉପ-ନିର୍ବାଚନ ପାଇଁ ଭାଜପା ଗୁରୁବାର ପ୍ରାର୍ଥୀ ଘୋଷଣା କରିଛି। ଦେବାଶିଷ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଥିବା ନେଇ ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରାଯାଇଛି।

ପ୍ରକାଶ ଥାଉକି, ଦେବାଶିଷ ଗତ କିଛି ଦିନ ପୂର୍ବରୁ ବିଜେଡି ଏବଂ ରାଜ୍ୟ ସଭା ପଦ ଛାଡି ଭାଜପାରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ। ଅନ୍ୟପକ୍ଷେ ଭାଜପା ଦେବାଶିଷଙ୍କୁ ପ୍ରାର୍ଥୀ କରିଛି।

ସୂଚନା ଯୋଗ୍ୟ, ବିଧାନସଭା ସଚ୍ଚିବାଳୟ ପକ୍ଷରୁ ସୋମବାର ରାଜ୍ୟ ସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିରେ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଫିସର୍‌ ଦାୟିତ୍ୱ ଦିଆଯାଇଥିବା ବେଳେ ବିଦ୍ୟାଧର ମାଝୀ ଯୁଗ୍ମ ସଚିବ ସହାୟକ ରିଟର୍ଣ୍ଣିଂ ଅଫିସର୍‌ ନିଯୁକ୍ତ କରାଯାଇଛି।

ଏପରିକି ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସଭା ଉପର୍ନିବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ରହିଥିବା ବେଳେ ୯ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ରହିଛି। ଜୁନ ୧୧ରେ ନାମାଙ୍କନପତ୍ର ପ୍ରତ୍ୟାହାର ଶେଷ ତାରିଖ ଥିବା ବେଳେ ୧୮ରେ ରାଜ୍ୟ ସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ।

 

Share