କାଳୁପଡ଼ାଘାଟରେ ରହିଲା ରାଜ୍ୟରାଣୀ ଏକ୍ସପ୍ରେସ

ନିରାକାରପୁର,୫।୬(ଡି.ଏନ୍‌.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ କାଳୁପଡ଼ାଘାଟ ରେଳ ଷ୍ଟେସନରେ ସୋମବାଠାରୁ ଅନୁଷ୍ଠାନିକ ଭାବେ ରହିଛି ରାଉରକେଲା-ଗୁଣୁପୁର ଏବଂ ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ। ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର, ପୃଥୱୀରାଜ ହରିଚନ୍ଦନ, ରେଲ ୟୁଜର୍ସ ଆସୋସିଏଶନ କାଳୁପଡ଼ା ଘାଟର ସଭାପତି ପ୍ରଫେସର ଚନ୍ଦ୍ରକାନ୍ତ ପାଇକରାୟ ପ୍ରମୁଖ ଉପସ୍ଥିତ ରହି ଟ୍ରେନକୁ ସ୍ବାଗତ କରିଥିଲେ। ଏହି ଅବସରରେ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ।

ଅନ୍ୟପକ୍ଷେ ବାଲେଶ୍ୱର ବାହାନଗାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଅତିଥିଙ୍କ ଦ୍ୱାରା ନୀରବ ପ୍ରାର୍ଥନା ଏବଂ ସମୂହ ଦୀପ ଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଞ୍ଚଳର ନିର୍ବାଚିତ ଜନପ୍ରତିନିଧିଙ୍କ ସହ ମହିଳା ସଙ୍ଘର କର୍ମକର୍ତ୍ତା ଏବଂ ଯୁବ ସମାଜ ଯୋଗ ଦେଇଥିଲେ।