୩୫ ଦିନ ପରେ ବି ଫେରିନି ରାଜୁଙ୍କ ଚେତା

ମୁମ୍ବାଇ: କମେଡିଆନ ତଥା ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସିଲେ ବି ଏବେ ପର୍ଯ୍ୟନ୍ତ ତାଙ୍କର ଚେତା ଆସୁନାହିଁ । ନିକଟରେ ରାଜୁଙ୍କ ଭାଇ ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଏବେବି ରାଜୁ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି । ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସୂଚନାଯୋଗ୍ୟ, ଗତ ମାସ ଅର୍ଥାତ୍ ଅଗଷ୍ଟ ୧୦ରେ ହୃଦଘାତ ହେବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା ।
ରାଜୁଙ୍କ ଭାଇ ଦୀପୁ ଶ୍ରୀବାସ୍ତବ କହିଛନ୍ତି ରାଜୁଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେଣୁ ସେ ଖୁବଶୀଘ୍ର ସୁସ୍ଥ ହୋଇଯିବେ । ରାଜୁ ହସ୍ପିଟାଲରେ ଭର୍ତ୍ତି ହେବା ୩୫ ଦିନ ହୋଇଗଲାଣି । ହେଲେ ଏପର୍ଯ୍ୟନ୍ତ ତାଙ୍କର ଚେତା ଫେରି ନାହିଁ । ଏବେ ଆପଣମାନଙ୍କ ପ୍ରାର୍ଥନାର ଆବଶ୍ୟକତା ରହିଛି ।

Share