Categories: ଜାତୀୟ

ବାବା ଅମରନାଥଙ୍କ ଆଶିଷ ଭିକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ

ଜମ୍ମୁ,୧୮।୭: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଦୁଇ ଦିନିଆ ଜମ୍ମୁ-କଶ୍ମୀର ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ପ୍ରତିରକ୍ଷାମନ୍ତ୍ରୀ ପ୍ରଥମେ ବାବା ଅମରନାଥଙ୍କ ଦର୍ଶନ କରିଛନ୍ତି। ଏହାପରେ ସେ ଉପରାଜ୍ୟପାଳ ଗିରିଶ ମୁର୍ମୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାସହ ସେନା କମାଣ୍ଡରଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ତାଙ୍କ ସହ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଜେନରାଲ ବିପିନ ରାଓ୍ବତ, ସେନାମୁଖ୍ୟ ଜେନରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ମଧ୍ୟ ରହିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଶୁକ୍ରବାର ପ୍ରତିରକ୍ଷାମନ୍ତ୍ରୀ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ଚାଇନାକୁ ଚେତାବନୀ ଦେଇ କହିଛନ୍ତି ଭାରତ ଏବେ ଆଉ ଦୁର୍ବଳ ରାଷ୍ଟ୍ର ହୋଇ ରହିନାହିଁ। ବିଶ୍ୱର କୌଣସି ଶକ୍ତି ଏବେ ଭାରତଠାରୁ ଇଞ୍ଚେ ବି ସ୍ଥାନ ନେଇ ପାରିବ ନାହିଁ। ଆଉ ଯଦି ଭାରତର ସ୍ବାଭିମାନ ଉପରେ କେହି ଆଞ୍ଚ ଆଣିଲା ତେବେ ତାକୁ ସହ୍ୟ କରାଯିବନାହିଁ। ଏହାର କଡା ଜବାବ ଦିଆଯିବ।

Share