Posted inଜାତୀୟ

ବିଦାୟୀ ଭାଷଣରେ ବିଭ୍ରାନ୍ତିକର ବ୍ୟାଖ୍ୟାନକୁ ଟାର୍ଗେଟ କଲେ ରାଜୀବ କୁମାର

ନୂଆଦିଲ୍ଲୀ, ୧୮।୨: ଭାରତର ମୁଖ୍ୟ ନିର୍ବାଚନ ଆୟୋଗ (ସିଇସି)ଙ୍କର କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେବାକୁ ଯାଉଛି। ଏହାପୂର୍ବରୁ ସୋମବାର ସେ ତାଙ୍କ ବିଦାୟୀ ଭାଷଣରେ କହିଛନ୍ତି, ଗତ କିଛି ବର୍ଷ ହେବ ଭାରତରେ ହେଉଥିବା ନିର୍ବାଚନରେ ବିଭ୍ରାନ୍ତିକର ବ୍ୟାଖ୍ୟାନ ଏବଂ ବୟାନବାଜୀ ବଢ଼ିଚାଲିଛି। ଖାସ୍‌କରି ନିର୍ବାଚନରେ ମତଦାନ ସମୟରେ କିମ୍ବା ମତଗଣନାର ପ୍ରଥମ କିଛି ଘଣ୍ଟା ମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଭ୍ରାନ୍ତିକର ବୟାନବାଜୀ କରାଯାଇ ପ୍ରକୃତ ତଥ୍ୟକୁ ବିକୃତ କରାଯାଉଛି। ନିର୍ବାଚନରେ ପରାଜିତ ହେଉଥିବା ଦଳ ଗୁଡ଼ିକ ଆତ୍ମସମୀକ୍ଷା କରିବା ପରିବର୍ତ୍ତେ ବିନା ତଥ୍ୟ ଓ ପ୍ରମାଣରେ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ନିଶ୍ଚିତ ଭାବେ ଚିନ୍ତାଜନକ ବୋଲି ରାଜୀବ କହିଛନ୍ତି। ତେବେ ନନ୍‌ ରେସିଡେଣ୍ଡ ଇଣ୍ଡିଆନ୍‌ (ଏନ୍‌ଆର୍‌ଆଇ) ଏବଂ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ରିମୋଟ ଭୋଟିଂ ମେକାନିଜମ୍‌ ପ୍ରକ୍ରିୟା ସମ୍ପର୍କରେ ବିଚାର କରିବାର ଏହା ପ୍ରକୃଷ୍ଠ ସମୟ ବୋଲି ସେ କହିଛନ୍ତି। ସେହିପରି ମତଦାନ କେନ୍ଦ୍ରରେ ବାୟୋମାଟ୍ରିକ ଯାଞ୍ଚ୍‌ର ବ୍ୟବସ୍ଥା ପାଇଁ ଇସି ପ୍ରୟାସ କରିବା ଆବଶ୍ୟକ। ଏହାଦ୍ୱାରା ଭୋଟରଙ୍କ ପରିଚୟକୁ ପ୍ରଭାବୀ ଢଙ୍ଗରେ ଚିହ୍ନଟ କରାଯାଇପାରିବ ବୋଲି ରାଜୀବ କହିଛନ୍ତି। ପ୍ରକାଶ ଯେ, ୨୦୨୨ ମେ’ରେ ରାଜୀବ କୁମାର ଭାରତର ସିଇସି ଭାବେ ନିଯୁକ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

‘ଇତିହାସ ହୋଇଯିବ କଂଗ୍ରେସ…ଯେମିତି ଔରଙ୍ଗଜେବ’, ମୋଦିଙ୍କୁ କବର ଦେବା ବୟାନକୁ ନେଇ ଭାଜପା କହିଲା…

ନୂଆଦିଲ୍ଲୀ,୧୫।୧୨: ରାଜଧାନୀ ଦିଲ୍ଲୀରେ ରବିବାର ‘ଭୋଟ ଚୋର, ଗଦ୍ଦି ଛିଡ଼’ ରାଲିରେ କଂଗ୍ରେସ ଭାଜପା ଉପରେ ଆକ୍ରମଣକୁ ତୀବ୍ର କରିଥିଲା, ଶାସକ ଦଳ ନେହେରୁ ପରିବାରକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri