Posted inଜାତୀୟ

ପ୍ରଣବ ମୁଖାର୍ଜୀଙ୍କ ଝିଅଙ୍କ ଚାଞ୍ଚଲ୍ୟକର ଖୁଲାସା: ଭରସା ଅଭାବରୁ ମୋ ବାପାଙ୍କୁ କ୍ୟାବିନେଟରୁ ହଟାଇ ଦେଇଥିଲେ ରାଜୀବ ଗାନ୍ଧୀ

ନୂଆଦିଲ୍ଲୀ,୧୨।୧୨: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଭରସା ଅଭାବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ତାଙ୍କ ବାପାଙ୍କୁ ତାଙ୍କ କ୍ୟାବିନେଟରୁ ହଟାଇ ଦେଇଥିବା ସେ କହିଛନ୍ତି। ଶର୍ମିଷ୍ଠା ପିତାଙ୍କ ଉପରେ ଲେଖାଯାଇଥିବା ‘ପ୍ରଣବ, ମାଇ ଫାଦର: ଏ ଡଟର୍‌ ରିମେମ୍ବରର୍ସ’ ପୁସ୍ତକ ଉନ୍ମୋଚନ ଅବସରରେ ଶର୍ମିଷ୍ଟା କହିଛନ୍ତି, ରାଜୀବ ଗାନ୍ଧୀ କିମ୍ବା ସୋନିଆ ଗାନ୍ଧୀ ମୋ ବାପାଙ୍କ ବିଷୟରେ କ’ଣ ଭାବୁଥିଲେ, ଏହା କେବଳ ସେମାନେ ଜାଣନ୍ତି। କିନ୍ତୁ ମୋ ବାପାଙ୍କର ନିଜସ୍ବ ବିଶ୍ଳେଷଣ ଥିଲା। ସେ ତାଙ୍କ ନୋଟରେ ଲେଖିଥିଲେ ଯେ, ରାଜୀବ ଗାନ୍ଧୀ ଭାବୁଥିଲେ ଯେ ମୁଁ ଜଣେ କଠିନ ବ୍ୟକ୍ତି, ଯିଏ ଅନ୍ଧ ଭାବରେ କାହାକୁ ମାନି ପାରିବ ନାହିଁ। ବୋଧହୁଏ ଏହି କାରଣରୁ ରାଜୀବ ଗାନ୍ଧୀ ମୋ ବାପାଙ୍କୁ କ୍ୟାବିନେଟରୁ ହଟାଇ ଦେଇଥିଲେ।
ଶର୍ମିଷ୍ଠା ମୁଖାର୍ଜୀ କହିଛନ୍ତି, ମୋ ବାପା କହୁଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ କାର୍ଯ୍ୟକାଳ ତାଙ୍କ ରାଜନୈତିକ କ୍ୟାରିୟରର ‘ସୁବର୍ଣ୍ଣ ସମୟ’ ଥିଲା। ଶର୍ମିଷ୍ଠା ପୂର୍ବତନ ରାଷ୍ଟ୍ରପତି ପ୍ରଣବଙ୍କ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମୂଲ୍ୟାଙ୍କନ ବିଷୟରେ ମଧ୍ୟ କହିଥିଲେ, ଯେଉଁ କାରଣରୁ ତାଙ୍କ ପୁସ୍ତକର କିଛି ଅଂଶ ବିବାଦ ସୃଷ୍ଟି କରିଛି। ଶର୍ମିଷ୍ଠା କହିଛନ୍ତି, ତାଙ୍କ ପିତା ମଧ୍ୟ ପ୍ରସ୍ତାବିତ ନିୟମକୁ ବିରୋଧ କରିଥିଲେ, ଯାହାର ଏକ କପି ରାହୁଲ ଗାନ୍ଧୀ ସେପ୍ଟେମ୍ବର ୨୦୧୩ରେ ଏକ ସାମ୍ବାଦିକ ସମ୍ମିଳନୀରେ ଚିରି ଦେଇଥିଲେ, କିନ୍ତୁ ଏହାକୁ ସଂସଦରେ ଆଲୋଚନା କରାଯିବା ଉଚିତ ବୋଲି ସେ ବିଶ୍ୱାସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri