Categories: ବାଣିଜ୍ୟ

ବିଶ୍ୱ ବ୍ୟାଙ୍କ ଇଡି ହେଲେ ରାଜେଶ ଖୁଲାର

ନୂଆଦିଲ୍ଲୀ, ୧୫।୯: ବରିଷ୍ଠ ପ୍ରଶାସନିକ ଅଧିକାରୀ ରାଜେଶ ଖୁଲାରଙ୍କୁ ବିଶ୍ୱ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଡି) ଭାବେ ଅବସ୍ଥାପିତ କରାଯାଇଛି। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ଅର୍ଡରରୁ ଏହି ସୂଚନା ମିଳିଛି। ଖୁଲାର ୧୯୮୮ ମସିହା ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌)ର ହରିୟାଣା କ୍ୟାଡର ଅଧିକାରୀ। ସେ ହରିୟାଣାରେ ପ୍ରିନ୍ସପାଲ ସେକ୍ରେଟାରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଅଗଷ୍ଟ ୩୧ ପରଠାରୁ ତାଙ୍କୁ ଅଗାମୀ ୩ ବର୍ଷ ଲାଗି ଏହି ନିଯୁକ୍ତି ମିଳିଛି।

Share