Posted inଜାତୀୟ

ରାଜେନ୍ଦ୍ର ଗୁଧା, ମଦନ ଦିଲାଓ୍ବର ବିଧାନସଭାରୁ ନିଲମ୍ବିତ

ଜୟପୁର,୨୪।୭: ରାଜସ୍ଥାନ ବିଧାନସଭାରେ ହୋଇଥିବା ହଙ୍ଗାମା ପରେ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ଶାନ୍ତି ଧାରିଓ୍ବାଲଙ୍କ ପ୍ରସ୍ତାବ ପରେ ରାଜେନ୍ଦ୍ର ଗୁଧା ଓ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ମଦନ ଦିଲାଓ୍ବରଙ୍କୁ ବିଧାନସଭାରୁ ନିଲମ୍ବିତ କରାଯାଇଛି। ଏହି ଦୁଇ ବିଧାୟକ ଅବଶିଷ୍ଟ ଅଧିବେଶନରେ ଭାଗ ନେଇପାରିବେ ନାହିଁ। ଏହାସହ ତାଙ୍କୁ ମିଳୁଥିବା ସୁବିଧା ବି ମିଳିବ ନାହିଁ।

ସୂଚନାଯୋଗ୍ୟ, ଉଦୟପୁରବତୀରୁ କଂଗ୍ରେସ ବିଧାୟକ ରାଜେନ୍ଦ୍ର ଗୁଧା, ଜୁନଜୁନୁ ଏବଂ କୋଟା ରାମଗଞ୍ଜମାଣ୍ଡିରୁ ଭାଜପା ବିଧାୟକ ମଦନ ଦିଲୱାରଙ୍କୁ ଜିରୋ ଆଓ୍ବାର ସମୟରେ ନାଲି ଡାଏରୀ ହଲାଇବା ପାଇଁ ରାଜସ୍ଥାନ ବିଧାନସଭାରେ ମର୍ଯ୍ୟାଦାହୀନ ଆଚରଣ ପାଇଁ ନିଲମ୍ବିତ କରାଯାଇଛି। ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧରୱାଲ ପ୍ରସ୍ତାବ ଦେଇଛନ୍ତି ଯେ ରାଜସ୍ଥାନ ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ କଂଗ୍ରେସ ବିଧାୟକ ରାଜେନ୍ଦ୍ର ଗୁଧା ବାଚସ୍ପତିଙ୍କ ବିରୋଧରେ ଅସଦାଚରଣ କରିଛନ୍ତି।
ଏଥି ସହ ଶାନ୍ତି ଧରୱାଲ ମଧ୍ୟ ଭାଜପାର ମଦନ ଦିଲୱାରଙ୍କୁ ଅଭିଯୋଗ କରିଛନ୍ତି ଯେ ସେ ମଧ୍ୟ ମର୍ଯ୍ୟାଦାହୀନ ବ୍ୟବହାର କରି ମୋତେ ହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ଉଭୟ ବିଧାୟକଙ୍କ କାର୍ଯ୍ୟକୁ ଭୁଲ ବୋଲି ବର୍ଣ୍ଣନା କରି ସେ ସେମାନଙ୍କୁ ନିଲମ୍ବିତ କରିବାକୁ ଦାବି କରିଥିଲେ।
ବିଧାନସଭା ବାଚସ୍ପତି ଡକ୍ଟର ସିପି ଜୋଶୀ କଂଗ୍ରେସ ବିଧାୟକ ରାଜେନ୍ଦ୍ର ଗୁଧା ଏବଂ ଭାଜପା ବିଧାୟକ ମଦନ ଦିଲୱାରଙ୍କୁ ନିଲମ୍ବନ କରିବା ପାଇଁ ଥିବା ପ୍ରସ୍ତାବକୁ ପାସ କରିଛନ୍ତି। ନିଲମ୍ବନ ପ୍ରସ୍ତାବ ପାସ ହେବା ପରେ ବିଧାନସଭାର ବାଚସ୍ପତି ଡକ୍ଟର ସିପି ଜୋଶୀ ଆସନ୍ତା ଦୁଇ ଅଗଷ୍ଟ ପାଇଁ ବିଧାନସଭାର କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ସଫେଇ ନାରେ ସୁନାଚେନ୍ ଲୁଟ ଘଟଣା, ଗିରଫ ହେଲେ ଦୁଇ ଆନ୍ତଃ ରାଜ୍ୟ ଲୁଟେରା

ବଲାଙ୍ଗୀର, ୨୯|୧୨ – (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡା ଠାରେ ଗତ ୨୨ ତାରିଖ ଦିନ ସଫେଇ ନାଁରେ ସୁନା ଚେନ୍ ଲୁଟି...

ନୂତନ ଇନ୍ସପେକ୍ଟରଙ୍କୁ ଶୁଭେଚ୍ଛା ଜଣାଇଲା ଭାଜପା: ଦାରିଙ୍ଗବାଡିରେ ଆଇନଶୃଙ୍ଖଳା ଉପରେ କଡା ନଜର…

ଦାରିଙ୍ଗବାଡି, ୨୯।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ନିଯୁକ୍ତି ପାଇଛନ୍ତି। ତାଙ୍କ ନିଯୁକ୍ତି...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

ଦୁଇ ବର୍ଷ ମଧ୍ୟରେ ପ୍ରଥମଥର ଭାରତ ପାଇଁ ଆସିଲା ବଡ଼ ଖବର: ଶୁଣିଲେ ଆମେରିକା ସହ ଚାଇନା, ପାକିସ୍ତାନର ନିଜ ହଜିବ…

ନୂଆଦିଲ୍ଲୀ,୨୯।୧୨: ଏହି ଖବର ଶିଳ୍ପ କ୍ଷେତ୍ରରେ ଏକ ସ୍ବାଗତଯୋଗ୍ୟ ଆଶ୍ୱସ୍ତି। ଆମେରିକାର ଉଚ୍ଚ ଟାରିଫ୍‌ ସତ୍ତ୍ୱେ, ଗତ ଦୁଇ ବର୍ଷ ମଧ୍ୟରେ ଭାରତୀୟ ଶିଳ୍ପ କ୍ଷେତ୍ର...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଗଣେଶ୍ୱରଙ୍କ ବଡ଼ ବୟାନ: ସୁଜାତାଙ୍କ କଥା ଦଳ ବିଚାର କରିବ

ଭୁବନେଶ୍ୱର,୨୯।୧୨: କେନ୍ଦ୍ରାପଡ଼ା ବିଜେଡି ବିଧାୟକ ଗଣେଶ୍ୱର ବେହେରା ଏକ ବଡ଼ ବୟାନ ଦେଇଛନ୍ତି। ସୁଜାତା କାର୍ତ୍ତିକେୟନଙ୍କ କଥା ଦଳ ବିଚାର କରିବ ବୋଲି ଗଣେଶ୍ୱର ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri