ଜିଡିପିର ଭରସା ଦେଲେ ରାଜୀବ କୁମାର

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷରେ କରୋନା ମହାମାରୀ ପ୍ରଭାବ ଯୋଗୁ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ଲଗାତର ଖସିଚାଲିଛି। ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି। ଏଭଳି ସ୍ଥିତିରେ ଦେଶର ଜିଡିପିକୁ ନେଇ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଭରସା ଦେଇଛନ୍ତି। ସେ କହିଛନ୍ତି, ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟାର୍ଦ୍ଧରେ ଦେଶର ଆର୍ଥତ୍କ ଅଭିବୃଦ୍ଧି ହାରରେ ଉନ୍ନତି ପରିଲକ୍ଷିତ ହେବ। ୨୦୨୧-୨୨ରେ ଭାରତର ଅଭିବୃଦ୍ଧି ପ୍ରଦର୍ଶନ ବିଶ୍ୱର ଅନ୍ୟ ଦେଶ ତୁଳନାରେ ବେଶ୍‌ ଉନ୍ନତ ରହିବ। କରୋନା ଭାଇରସ୍‌ ଯୋଗୁ ବଜାର ବିଗିଡିଯାଇଥିବାରୁ ଏହାକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ମହାମାରୀଠାରୁ ଚାପରୁ ଅର୍ଥ ବ୍ୟବସ୍ଥା ଯେତେ ଶୀଘ୍ର ବାହାରିବାକୁ ସକ୍ଷମ ହେବ ସେତେ ଶୀଘ୍ର ବଜାରରେ ଉନ୍ନତି ସମ୍ଭବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ସେ ପୁଣି କହିଛନ୍ତି, ବର୍ତ୍ତମାନ ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ କରୋନା ପଞ୍ଝାରୁ ବାହାରିବାକୁ ସକ୍ଷମ ହୋଇନାହିଁ। ମାତ୍ର କିଛି କ୍ଷେତ୍ରରେ ଉନ୍ନତ ସ୍ଥିତି ଦେଖାଗଲାଣି। ଏହା ମଧ୍ୟରେ ମାଲ ପରିବହନ, ବିଜୁଳି ଚାହିଦା, କୃଷି ଉତ୍ପାଦନ ବୃଦ୍ଧି ଭଳି ଅନ୍ୟ କ୍ଷେତ୍ର ସାମିଲ ରହିଛି।
ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଜିଡିପିରେ ହ୍ରାସ ପରିଲକ୍ଷିତ ହେବ। ମାତ୍ର ପୂର୍ବ ତୁଳନାରେ ଏହାର ପ୍ରଭାବ ଏତେ ମାତ୍ରାରେ ରହିବ ନାହିଁ। ମାତ୍ର ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଅଭିବୃଦ୍ଧି ହାର ସକାରାତ୍ମକ ରହିବ। ସରକାରଙ୍କ ଯୋଜନା ଉପରେ ମତ ରଖି ସେ କହିଛନ୍ତି, ଗତ ୬ରୁ ୭ ମାସ ମଧ୍ୟରେ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ଏଫ୍‌ଡିଆଇ, ଶ୍ରମ ଆଇନ ଏବଂ କୃଷି ଭଳି ବିଭିନ୍ନ କ୍ଷେତ୍ରର ସଂସ୍କାର ଏହା ମଧ୍ୟରେ ସାମିଲ ରହିଛି। ବିଭିନ୍ନ ଢାଞ୍ଚାଗତ ସୁଧାର ଉପରେ ସରକାର ଫୋକସ କରୁଥିବାରୁ ଏହାର ଲାଭ ଅର୍ଥ ବ୍ୟବସ୍ଥାକୁ ମିଳିବ। ଜିଡିପିରେ ଯେଉଁ ହ୍ରାସ ପରିଲକ୍ଷିତ ହେଉଛି ତାକୁ ନେଇ ହତାଶ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ସରକାର ବିଭିନ୍ନ ଉପାୟରେ ସମସ୍ୟା ବିରୋଧରେ ଲଢିବାକୁ ଯୋଜନା ରଖିଛନ୍ତି। ସରକାର ନୂଆ ପ୍ୟାକେଜ ଆଣିବା ଦିଗରେ ପଦକ୍ଷେପ ନେବା ନେଇ ସମ୍ଭାବନା ରହିଛି। ଭାରତ ନିଜର ଉଦ୍ୟମ ଲାଗି ସମାନ ଅବସର ଲାଭ କରିବା ଆବଶ୍ୟକତା ରହିଛି। ଏହାଦ୍ୱାରା ରପ୍ତାନି ବୃଦ୍ଧି ଦିଗରେ ସହାୟତା ମିଳିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri