Posted inଜାତୀୟ

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି। ହାତୀପଲ ଖାଦ୍ୟ ଓ ଜଳ ଅନ୍ୱେଷଣରେ ଯାଉଥିବାବେଳେ ଦ୍ରୁତ ଧାବମାନ ଟ୍ରେନ୍‌ ଧକ୍କାରେ ପ୍ରାଣ ହରାଉଛନ୍ତି। ଏହାର ସଦ୍ୟ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଆସାମରେ। ଏହି ଉତ୍ତର-ପୂର୍ୱାଞ୍ଚଳ ରାଜ୍ୟର ହୋଜାଇ ଜିଲାରେ ଶନିବାର ଭୋର ସମୟରେ ରେଳଲାଇନ୍‌ ଉପରେ ସାଇରଙ୍ଗରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନ୍‌ ହାତୀପଲ ଉପରେ ମାଡ଼ିଯିବାରୁ ୭ ହାତୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଏକ ହାତୀ ଆହତ ହୋଇଛି। ଉକ୍ତ ଦୁର୍ଘଟଣାରେ ଟ୍ରେନ୍‌ର ୫ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଜଙ୍ଗଲ ବିଭାଗକୁ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଏହାର ପୁନରାବୃତ୍ତି ଏଡ଼ାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ କହିଛନ୍ତି। ଡିଜିଟାଲ ଯୁଗରେ ପ୍ରାଣୀଙ୍କ ଉପରେ ନଜର ରଖିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସୁବିଧା ଥାଇ ମଧ୍ୟ ଏଭଳି ଦୁର୍ଘଟଣା ଘଟୁଥିବାରୁ ବିରୋଧୀ କଂଗ୍ରେସ ଏହାକୁ ସରକାରଙ୍କ ଯୋଜନାବିହୀନ କାର୍ଯ୍ୟର ପରିଣାମ ବୋଲି କହି ସମାଲୋଚନା କରିଛି।

ଆସାମର ହୋଜାଇ ଜିଲା ନର୍ଥଇଷ୍ଟ ଫ୍ରଣ୍ଟିୟର ରେଲଓ୍ୱେ ଡିଭିଜନ୍‌ରେ ଶନିବାର ରାତି ପ୍ରାୟ ୨ଟା ୧୫ରେ ଏକ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ମିଜୋରାମର ସାଇରଙ୍ଗରୁ ନୂଆଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲକୁ ସଂଯୋଗ କରୁଥିବା ରାଜଧାନୀ ଏକ୍ସପ୍ରେସ୍‌ ଜଙ୍ଗଲ ଭିତର ଦେଇ ଗତି କରୁଥିବାବେଳେ ସେହି ସମୟରେ ରେଳଲାଇନ୍‌ ଅତିକ୍ରମ କରୁଥିବା ଏକ ହାତୀପଲ ଉପରକୁ ମାଡ଼ିଯାଇଛି।

ଘଟଣାସ୍ଥଳରେ ୭ ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଏକ ହାତୀ ଆହତ ହୋଇଛି। ସେତେବେଳେ କୁହୁଡ଼ି ଯୋଗୁ କମ୍‌ ଦେଖାଯାଉଥିଲା। ହାତୀପଲ ରେଳଲାଇନ୍‌ ଉପରେ ଚଢ଼ିଆସିଥିବା ନିକଟରୁ ଦେଖିବା ପରେ ଲୋକୋପାଇଲଟ୍‌ ରଖି ଏମର୍ଜେନ୍ସି ବ୍ରେକ୍‌ ଦେଇଥିଲେ ହେଁ ଟ୍ରେନ୍‌କୁ ନିୟନ୍ତ୍ରଣ କରିପାରି ନ ଥିଲେ। ଫଳରେ ହାତୀପଲକୁ ଧକ୍କାଦେବା ପରେ ଟ୍ରେନ୍‌ର ୫ଟି ବଗି ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ଏଥିଯୋଗୁ ଉକ୍ତ ରେଳପଥ ଦେଇ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅନେକ ଟ୍ରେନ୍‌କୁ ଭିନ୍ନ ରୁଟ୍‌କୁ ଡାଇଭର୍ଟ କରାଯାଇଥିଲା। ନର୍ଥ ଫ୍ରଣ୍ଟିୟର ଜେନେରାଲ ମ୍ୟାନେଜରଙ୍କ ସମେତ ଲୁମ୍‌ଡିଙ୍ଗ୍‌ ଡିଭିଜନ୍‌ର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ପ୍ରଭାବିତ ଯାତ୍ରୀଙ୍କ ପାଇଁ ଯାତ୍ରା ବନ୍ଦୋବସ୍ତ କରିଥିଲେ। ସକାଳ ପ୍ରାୟ ୬ଟା ୧୫ରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିଲା। ଏହି ପ୍ରସଙ୍ଗରେ କଂଗ୍ରେସ ଏମ୍‌ପି ଗୌରବ ଗୋଗୋଇ କହିଛନ୍ତି, ଜଙ୍ଗଲ ମଧ୍ୟରେ ହିମନ୍ତ ବିଶ୍ୱଶର୍ମା ସରକାରଙ୍କ ଯୋଜନାବିହୀନ ଦ୍ରୁତ ନିର୍ମାଣ କାର୍ଯ୍ୟ ଯୋଗୁ ଜୀବଜନ୍ତୁଙ୍କୁ ପ୍ରଭାବିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri