Posted inଜାତୀୟ

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି। ହାତୀପଲ ଖାଦ୍ୟ ଓ ଜଳ ଅନ୍ୱେଷଣରେ ଯାଉଥିବାବେଳେ ଦ୍ରୁତ ଧାବମାନ ଟ୍ରେନ୍‌ ଧକ୍କାରେ ପ୍ରାଣ ହରାଉଛନ୍ତି। ଏହାର ସଦ୍ୟ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଆସାମରେ। ଏହି ଉତ୍ତର-ପୂର୍ୱାଞ୍ଚଳ ରାଜ୍ୟର ହୋଜାଇ ଜିଲାରେ ଶନିବାର ଭୋର ସମୟରେ ରେଳଲାଇନ୍‌ ଉପରେ ସାଇରଙ୍ଗରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନ୍‌ ହାତୀପଲ ଉପରେ ମାଡ଼ିଯିବାରୁ ୭ ହାତୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଏକ ହାତୀ ଆହତ ହୋଇଛି। ଉକ୍ତ ଦୁର୍ଘଟଣାରେ ଟ୍ରେନ୍‌ର ୫ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଜଙ୍ଗଲ ବିଭାଗକୁ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଏହାର ପୁନରାବୃତ୍ତି ଏଡ଼ାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ କହିଛନ୍ତି। ଡିଜିଟାଲ ଯୁଗରେ ପ୍ରାଣୀଙ୍କ ଉପରେ ନଜର ରଖିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସୁବିଧା ଥାଇ ମଧ୍ୟ ଏଭଳି ଦୁର୍ଘଟଣା ଘଟୁଥିବାରୁ ବିରୋଧୀ କଂଗ୍ରେସ ଏହାକୁ ସରକାରଙ୍କ ଯୋଜନାବିହୀନ କାର୍ଯ୍ୟର ପରିଣାମ ବୋଲି କହି ସମାଲୋଚନା କରିଛି।

ଆସାମର ହୋଜାଇ ଜିଲା ନର୍ଥଇଷ୍ଟ ଫ୍ରଣ୍ଟିୟର ରେଲଓ୍ୱେ ଡିଭିଜନ୍‌ରେ ଶନିବାର ରାତି ପ୍ରାୟ ୨ଟା ୧୫ରେ ଏକ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ମିଜୋରାମର ସାଇରଙ୍ଗରୁ ନୂଆଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲକୁ ସଂଯୋଗ କରୁଥିବା ରାଜଧାନୀ ଏକ୍ସପ୍ରେସ୍‌ ଜଙ୍ଗଲ ଭିତର ଦେଇ ଗତି କରୁଥିବାବେଳେ ସେହି ସମୟରେ ରେଳଲାଇନ୍‌ ଅତିକ୍ରମ କରୁଥିବା ଏକ ହାତୀପଲ ଉପରକୁ ମାଡ଼ିଯାଇଛି।

ଘଟଣାସ୍ଥଳରେ ୭ ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଏକ ହାତୀ ଆହତ ହୋଇଛି। ସେତେବେଳେ କୁହୁଡ଼ି ଯୋଗୁ କମ୍‌ ଦେଖାଯାଉଥିଲା। ହାତୀପଲ ରେଳଲାଇନ୍‌ ଉପରେ ଚଢ଼ିଆସିଥିବା ନିକଟରୁ ଦେଖିବା ପରେ ଲୋକୋପାଇଲଟ୍‌ ରଖି ଏମର୍ଜେନ୍ସି ବ୍ରେକ୍‌ ଦେଇଥିଲେ ହେଁ ଟ୍ରେନ୍‌କୁ ନିୟନ୍ତ୍ରଣ କରିପାରି ନ ଥିଲେ। ଫଳରେ ହାତୀପଲକୁ ଧକ୍କାଦେବା ପରେ ଟ୍ରେନ୍‌ର ୫ଟି ବଗି ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ଏଥିଯୋଗୁ ଉକ୍ତ ରେଳପଥ ଦେଇ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅନେକ ଟ୍ରେନ୍‌କୁ ଭିନ୍ନ ରୁଟ୍‌କୁ ଡାଇଭର୍ଟ କରାଯାଇଥିଲା। ନର୍ଥ ଫ୍ରଣ୍ଟିୟର ଜେନେରାଲ ମ୍ୟାନେଜରଙ୍କ ସମେତ ଲୁମ୍‌ଡିଙ୍ଗ୍‌ ଡିଭିଜନ୍‌ର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ପ୍ରଭାବିତ ଯାତ୍ରୀଙ୍କ ପାଇଁ ଯାତ୍ରା ବନ୍ଦୋବସ୍ତ କରିଥିଲେ। ସକାଳ ପ୍ରାୟ ୬ଟା ୧୫ରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିଲା। ଏହି ପ୍ରସଙ୍ଗରେ କଂଗ୍ରେସ ଏମ୍‌ପି ଗୌରବ ଗୋଗୋଇ କହିଛନ୍ତି, ଜଙ୍ଗଲ ମଧ୍ୟରେ ହିମନ୍ତ ବିଶ୍ୱଶର୍ମା ସରକାରଙ୍କ ଯୋଜନାବିହୀନ ଦ୍ରୁତ ନିର୍ମାଣ କାର୍ଯ୍ୟ ଯୋଗୁ ଜୀବଜନ୍ତୁଙ୍କୁ ପ୍ରଭାବିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ନୂଆ ଗ୍ୟାସ କନେକ୍ସନ ନେଉଥିଲେ ବଡ଼ ଘୋଷଣା, ଏପ୍ରିଲ ୩୦ ଯାଏ ମାଗଣା ମିଳିବ ଗ୍ୟାସ…

ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟରେ, ପାଇପଲାଇନ ମାଧ୍ୟମରେ ପ୍ରାକୃତିକ ଗ୍ୟାସ ଯୋଗାଣ କରୁଥିବା…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

ଯୁଦ୍ଧ ଭିତରେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ସୁନା, ଏତେ ଖସିଲା ଯେ ବିଶେଷଜ୍ଞ ହୋଇଗଲେ ତାଜୁବ!

ନୂଆଦିଲ୍ଲୀ,୨୪।୩: ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ସୁନା ମୂଲ୍ୟ ନିବେଶକମାନଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଗତ 25 ଦିନ ମଧ୍ୟରେ ସୁନା ମୂଲ୍ୟରେ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri