ପୁରୀ ରଥଯାତ୍ରାକୁ ନେଇ ପୁଣି ଟୁଇଟ୍‌ କଲେ ରାଜଦୀପ ସର୍ଦେଶାଇ, ମୁଖ୍ୟମନ୍ତ୍ରୀଙ୍କୁ କଲେ ସିଧା ଟାର୍ଗେଟ…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୯।୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ଟୁଇଟ୍‌ କରି ବିବାଦରେ ଫସିଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସର୍ଦେଶାଇ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସହିତ ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ରଥଯାତ୍ରାକୁ ତୁଳନା କରି ଅଡୁଆରେ ପଡିଛନ୍ତି ରାଜଦୀପ । ଅଭିନେତା ସବ୍ୟସାଚୀ ମିଶ୍ର ରାଜଦୀପଙ୍କ ଏଭଳି ପୋଷ୍ଟକୁ ନିନ୍ଦା କରିବା ସହିତ ଏହା କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ଦାବି କରିଥିଲେ। କିଛି ସମୟ ପାଇଁ ଉଭୟଙ୍କ ମଧ୍ୟରେ ଟୁଇଟ ଓ୍ବାର୍‌ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ସବ୍ୟସାଚୀଙ୍କ ସମର୍ଥନରେ ଅନେକ ଶ୍ରଦ୍ଧାଳୁ ବାହାରିବା ପରେ ଶେଷରେ ରାଜଦୀପ ଏନେଇ କ୍ଷମା ପ୍ରାର୍ଥନା କରିଛନ୍ତି।

ତେବେ ଏହାପରେ ରାଜଦୀପ ପୁଣିଥରେ ପୁରୀକୁ ନେଇ ଏକ ଟୁଇଟ୍‌ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି, ଆଜି ସକାଳେ ପୁରୀର ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟାରେ 3 ଜଣଙ୍କର ମୃତ୍ୟ ଓ ଅନେକ ଆହତ ହୋଇଛନ୍ତି। ପୀଡିତ ଏବଂ ଆହତଙ୍କ ପରିବାର ପାଇଁ ସମବେଦନା ଏବଂ ପ୍ରାର୍ଥନା କରୁଛି। ତେବେ ପ୍ରଶ୍ନ ଉଠୁଛି ମଣିଷ ଜୀବନ କ’ଣ ଏତେ ଶସ୍ତା ଯେ ଆମେ ଗୋଟିଏ ଦଳାଚକଟା ଖବରରୁ ଅନ୍ୟ ଏକ ଖବରକୁ ଯାଉଛୁ? ଭିଡ଼ ପରିଚାଳନାକୁ କେବେ ପ୍ରାଥମିକତା ଦିଆଯିବ କି? ଧାର୍ମିକ ବିଶ୍ୱାସ କ’ଣ ଜନସାଧାରଣଙ୍କ ସୁରକ୍ଷା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ? ଏବଂ ଏଥିପାଇଁ କିଏ ଦାୟୀ: ଭକ୍ତ ନା ପ୍ରଶାସନ?

ରାଜଦୀପ ଶୁକ୍ରବାର ରାତିରେ ତାଙ୍କ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଥିଲେ, ଜଗନ୍ନାଥଙ୍କ ରଥଯାତ୍ରାର ଏବେ ଦୁଇଟି ଠିକଣା। ମୂଳ ରଥଯାତ୍ରା ପୁରୀରେ ହେଉଥିବାବେଳେ ପଶ୍ଚିମବଙ୍ଗ ଦୀଘା ମଧ୍ୟ ଏବେ ରଥଯାତ୍ରାର ନୂତନ ଠିକଣା ପାଲଟିଛି। ତେବେ ସବ୍ୟସାଚୀ ଏହାକୁ ରିଟୁଇଟ୍‌ କରିବା ସହିତ ଦୃଢ ଭାବରେ ନିନ୍ଦା କରିଥିଲେ। ରାଜଦୀପ୍‌ଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ କୋଟି କୋଟି ଓଡ଼ିଆ ତଥା ଜଗନ୍ନାଥ ଭକ୍ତଙ୍କୁ ଆଘାତ ଦେଇଥିବାରୁ ସେ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ।

 

ସବ୍ୟସାଚୀଙ୍କ ଟୁଇଟ୍‌କୁ ଲୋକଙ୍କ ସମର୍ଥନ ମିଳିବା ଦେଖି ରାଜଦୀପ୍‌ ପୁନର୍ବାର ଆଉ ଏକ ପୋଷ୍ଟ କରିଥିଲେ। ଏଥିରେ ପୁରୀ ଜଗନ୍ନାଥ ଯାତ୍ରାର କୌଣସି ତୁଳନା ନାହିଁ ଏବଂ ଏହା ସର୍ବଦା ରଥଯାତ୍ରାର ମୂଳ କେନ୍ଦ୍ର ହୋଇ ରହିବ ବୋଲି ଉଲ୍ଲେଖ କରିଥିଲେ। ସେହିପରି ଦୀଘାରେ ହେଉଥିବା ରଥଯାତ୍ରାକୁ ସ୍ବାଗତ କରିବା ଉଚିତ ବୋଲି ପୋଷ୍ଟ କରିଥିଲେ। କିଛି ସମୟ ପର୍ଯ୍ୟନ୍ତ ଏଭଳି ଟୁଇଟ୍‌ ଓ୍ବାର ଚାଲିବା ପରେ ରାଜଦୀପ ନିଜର ମନ୍ତବ୍ୟ ନେଇ କ୍ଷମା ପ୍ରାର୍ଥନା ସହିତ ଆଉ ଏକ ପୋଷ୍ଟ କରିଥିଲେ।

 

ଏନେଇ ସବ୍ୟସାଚୀ କହିଛନ୍ତି, ତାଙ୍କଭଳି ସାମ୍ବାଦିକଙ୍କ ପାଖରୁ ଏଭଳି କଥା ଆଶା କରାଯାଏନି। ଏହା କେବଳ ଏକ ପୋଷ୍ଟ ନୁହେଁ, ବରଂ ଜାତୀୟସ୍ତରରେ ଏକ ପ୍ରୋପାଗଣ୍ଡା ତିଆରି କରିବାକୁ ଚେଷ୍ଟା କରାଯାଇଛି। ତେଣୁ ଏହାକୁ ଦୃଢତାର ସହ ବିରୋଧ କରିବା ଦରକାର। ରଥଯାତ୍ରା ସମୟରେ ହଜାର ହଜାର ସ୍ଥାନରେ ଏଭଳି ରଥଯାତ୍ରା ଅନୁଷ୍ଠିତ ହେଉଛି। ମାତ୍ର କେହି ବି ପୁରୀ ରଥଯାତ୍ରା ସହିତ ଏଭଳି ତୁଳନା କରିବାକୁ ଦୁଃସାହସ କରିନାହାନ୍ତି। ଧୀରେ ଧୀରେ ମୋ ପୋଷ୍ଟକୁ ସମର୍ଥନ ମିଳିବା ଦେଖି ଶେଷରେ ସେ ଜଗନ୍ନାଥପ୍ରେମୀଙ୍କ ଆଗରେ ମୁଣ୍ଡ ନୁଅଁାଇଛନ୍ତି ବୋଲି ସବ୍ୟସାଚୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri