Categories: ବାଣିଜ୍ୟ

ପିଏନ୍‌ବିକୁ ରାଜଭାଷା କୀର୍ତ୍ତି ପୁରସ୍କାର

ଭୁବନେଶ୍ୱର,୧୬।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)କୁ ନିକଟରେ ରାଜଭାଷା କୀର୍ତ୍ତି ପୁରସ୍କାର-୨୦୨୨-୨୩ ମିଳିଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ହିନ୍ଦୀ ଦିବସ ଉପଲକ୍ଷେ ଆୟୋଜିତ ୩ୟ ସର୍ବଭାରତୀୟ କାର୍ଯ୍ୟାଳୟ (ଅଫିସିଆଲ) ଭାଷା ସମ୍ମିଳନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀ ଅବସରରେ ରାଜଭାଷା କୀର୍ତ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରଥମ ବିଜେତା ଭାବେ ଉକ୍ତ ପୁରସ୍କାର ଲାଭ କରିଥିଲାବେଳେ ରାଜଭାଷା କୀର୍ତ୍ତି ପୁରସ୍କାରର ୨ୟ ବିଜେତା ପିଏନ୍‌ବି ପ୍ରତିଭା ମାଗାଜିନ ପାଇଁ ହୋଇଥିଲା। ଏହି ଅବସରରେ ପିଏନ୍‌ବିର ଏମ୍‌ଡି ତଥା ସିଇଓ ଅତୁଲ କୁମାର ଗୋଏଲ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ (ସ୍ବରାଷ୍ଟ୍ର ) ଅଜୟ କୁମାର ମିଶ୍ରାଙ୍କଠାରୁ ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜଭାଷାର ଉପାଧ୍ୟାକ୍ଷ (ଡିସି) ରହିବଂଶ ନାରାୟଣ ସିଂହ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share