ବାଙ୍ଗାଲୋର ସାମ୍ନାରେ ୧୫୫ ରନ୍‌ ଟାର୍ଗେଟ୍‌ ରଖିଲା ରାଜସ୍ଥାନ

ଆବୁଧାବି, ୩।୧୦: ଆଇପିଏଲ୍‌-୧୩ତମ ସିଜନର ଶନିବାର ଅନୁଷ୍ଠିତ ୧୫ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୧୫୪ ରନ୍‌ ସଂଗ୍ରହ କରିଛି। ଫଳରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ବାଙ୍ଗାଲୋର ସାମ୍ନାରେ ରାଜସ୍ଥାନ ୧୫୫ ରନ୍‌ ଟାର୍ଗେଟ୍‌ ରଖିଛି। ରାଜସ୍ଥାନ ପକ୍ଷରୁ ମହିପାଲ୍‌ ଲୋମ୍ରା ସର୍ବାଧିକ ୪୭ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜୋଶ୍‌ ବଟ୍‌ଲର ୨୨, ରାହୁଲ୍‌ ଟଓ୍ବୋତିଆ ୨୪*, ଜୋଫ୍ରା ଆର୍ଚର ୧୬ ରନ କରିଥିଲେ। ତେବେ ଅଧିନାୟକ ଷ୍ଟିଭ ସ୍ମିଥ (୫) ଓ ସଞ୍ଜୁ ସାମ୍‌ସନ (୪) ନିରାଶ କରିଥିଲେ। ବାଙ୍ଗାଲୋର ପକ୍ଷରୁ ୟୁଜବେନ୍ଦ୍ର ଚହଲ ୩ ଓ ଇସୁରୁ ଉଦାନା ୨ଟି ଉଇକେଟ୍‌ ନେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଚଳିତ ଆଇପିଏଲ୍‌ର ପ୍ରଥମ ଥର ଲାଗି ଶନିବାର ଗୋଟିଏ ଦିନରେ ୨ଟି ମ୍ୟାଚ୍‌ ଖେଳାଯିବ। ସନ୍ଧ୍ୟାରେ ଶାରଜାରେ ଖେଳାଯିବାକୁ ଥିବା ଅନ୍ୟ ଏକ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍‌ ଓ କୋଲକାତା ନାଇଟ୍‌ ରାଇଡର୍ସ ପରସ୍ପର ସାମ୍ନାସାମ୍ନି ହେବେ।

Share