Categories: ଖେଳ

ଟସ୍‌ ଜିତି ବୋଲିଂ କରିବ ରାଜସ୍ଥାନ

ମୁମ୍ବାଇ,୨୪ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଶନିବାର ୧୮ ତମ ମ୍ୟାଚରେ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ। ଫଳରେ ନାଇଟ ରାଇଡର୍ସ ବ୍ୟାଟିଂ କରିବ।
ସୂଚନା ଯୋଗ୍ୟ କୋଲକାତା ୪ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଏବଂ ୩ଟି ପରାଜୟ ସହ ୨ ପଏଣ୍ଟ ପାଇ ଷଷ୍ଟ ସ୍ଥାନରେ ରହିଛି। ସେହିପରି ସମାନ ସଂଖ୍ୟକ ମ୍ୟାଚ ଖେଳି ରାଜସ୍ଥାନ ଗୋଟିଏ ବିଜୟ ଏବଂ ୩ଟି ପରାଜୟ ସହ ୨ ପଏଣ୍ଟ ପାଇଲେ ମଧ୍ୟ ରନ୍‌ ରେଟ୍‌ ଦୃଷ୍ଟିକୋଣରୁ ଅଷ୍ଟମ ତଥା ଟେବୁଲର ଅନ୍ତିମ ସ୍ଥାନରେ ରହିଛିି।

Share