Posted inଖେଳ

୬ ଦାବିଦାରଙ୍କୁ ପଛରେ ପକାଇ ରାଜସ୍ଥାନ ରୟାଲ୍ସର ନୂଆ ଅଧିନାୟକ ହେଲେ ରିୟାନ ପରାଗ, ଜୟସ୍ବାଲ ଦେଲେ ଏଭଳି… 

ନୂଆଦିଲ୍ଲୀ,୧୩।୨:  ଆଇପିଏଲ ୨୦୨୬ ସିଜିନ ପୂର୍ବରୁ ରାଜସ୍ଥାନ ରୟାଲ୍ସ (RR) ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲିଗ୍‌ର ପ୍ରଥମ ଚାମ୍ପିୟନ ଦଳ ଏଥର ସମ୍ପୂର୍ଣ୍ଣ ନୂଆ ରୂପରେ ପଡ଼ିଆକୁ ଓହ୍ଲାଇବ। ସଞ୍ଜୁ ସାମସନ ଦଳ ଛାଡ଼ିବା ପରେ ଫ୍ରାଞ୍ଚାଇଜ ପକ୍ଷରୁ ଯୁବ ଅଲରାଉଣ୍ଡର ରିୟାନ ପରାଗଙ୍କୁ ନୂଆ ଅଧିନାୟକ ଭାବେ ଘୋଷଣା କରାଯାଇଛି।
ରାଜସ୍ଥାନ ରୟାଲ୍ସ ଶୁକ୍ରବାର (୧୩ ଫେବୃଆରୀ) ନିଜର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ରିୟାନ ପରାଗଙ୍କ ନାମ ଉପରେ ମୋହର ମାରିଛି। ଆସାମର ଏହି ତାରକା ଖେଳାଳିଙ୍କୁ ଅଧିନାୟକ କରିବା ପାଇଁ ମ୍ୟାନେଜମେଣ୍ଟ ଏକ ଦୀର୍ଘ ପ୍ରକ୍ରିୟା ଦେଇ ଗତି କରିଥିଲା। ଫ୍ରାଞ୍ଚାଇଜ ମାଲିକ ମନୋଜ ବଦାଲେ ଏବଂ କ୍ରିକେଟ ଡାଇରେକ୍ଟର କୁମାର ସାଙ୍ଗାକାରା ଏକ ୧୧ ମିନିଟର ଭିଡିଓରେ କହିଛନ୍ତି ଯେ, ଅଧିନାୟକ ପଦ ପାଇଁ ୭ ଜଣ ଦାବିଦାର ଥିଲେ ଏବଂ ସମସ୍ତଙ୍କର କଠିନ ସାକ୍ଷାତକାର ନିଆଯାଇଥିଲା।
ଅଧିନାୟକ ଦୌଡ଼ରେ ରିୟାନ ପରାଗଙ୍କ ସହ ରବିନ୍ଦ୍ର ଜାଡେଜା (ଯିଏ CSK ରୁ ଟ୍ରେଡ ହୋଇ ଆସିଛନ୍ତି) ଏବଂ ଷ୍ଟାର୍‌ ଓପନର ଯଶସ୍ବୀ ଜୟସ୍ବାଲ ମଧ୍ୟ ଥିଲେ। ଏହାଛଡ଼ା ଧ୍ରୁବ ଜୁରେଲ, ଶିମ୍ରନ ହେଟମାୟର, ଜୋଫ୍ରା ଆର୍ଚ୍ଚର ଏବଂ ସନ୍ଦୀପ ଶର୍ମା ମଧ୍ୟ ଏହି ତାଲିକାରେ ସାମିଲ ଥିଲେ। ମାତ୍ର ରିୟାନଙ୍କ ଘରୋଇ କ୍ରିକେଟରେ ନେତୃତ୍ୱ ନେବାର ଅଭିଜ୍ଞତା ଏବଂ ଗତ ସିଜିନରେ କିଛି ମ୍ୟାଚରେ ତାଙ୍କର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ତାଙ୍କୁ ଚୟନ କରାଯାଇଛି।
ରିୟାନ ପରାଗ ପ୍ରକାଶ କରିଛନ୍ତି ଯେ, ସେ ଅଧିନାୟକ ହେବା ଖବର ଜାଣିବା ପରେ ସର୍ବପ୍ରଥମେ ଯଶସ୍ବୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜୟସ୍ବାଲ ମେସେଜ କରି କହିଥିଲେ, ‘ଅଭିନନ୍ଦନ ଭାଇ, ଏଥର ଆମେ ଜିତିବା।” ଏହି ବାର୍ତ୍ତା ଦଳ ମଧ୍ୟରେ ଥିବା ଏକତା ଏବଂ ଜୟସ୍ବାଲଙ୍କ ଖେଳାଳି ସୁଲଭ ମନୋଭାବକୁ ଦର୍ଶାଉଛି।

୨୦୦୮ ପରେ ରାଜସ୍ଥାନ ରୟାଲ୍ସ ଆଉ ଦ୍ୱିତୀୟ ଥର ପାଇଁ ଟ୍ରଫି ଜିତି ପାରିନାହିଁ। ଜଣେ ଯୁବ ଅଧିନାୟକଙ୍କ ନେତୃତ୍ୱରେ ଦଳ ପୁଣିଥରେ ଚାମ୍ପିୟନ ହୋଇପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri