Posted inଜାତୀୟ

ନବଜାତକଙ୍କ ନାମ ‘ସିନ୍ଦୂର’ ରଖୁଛନ୍ତି ରାଜସ୍ଥାନୀ ମା’

ଜୟପୁର, ୧୧।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଲୋକମାନେ ନିଜ ନିଜ ଦେଶପ୍ରେମକୁ ବିଭିନ୍ନ ଉପାୟରେ ପ୍ରକାଶ କରିଛନ୍ତି। ଆତଙ୍କବାଦ ବିରୋଧରେ ଭାରତ ସରକାରଙ୍କ ‘ଅପରେଶନ ସିନ୍ଦୂର’ରେ ଅନୁପ୍ରାଣିତ ହୋଇ ରାଜସ୍ଥାନର ଅନେକ ମା’ ସେମାନଙ୍କ ନବଜାତକଙ୍କ ନାମକୁ ସିନ୍ଦୂର ରଖୁଛନ୍ତି। ଝୁନ୍‌ଝୁନ୍‌ ଜିଲା ନଓ୍ବଲଗଡ଼ ହସ୍ପିଟାଲରେ ବର୍ତ୍ତମାନ ସୁଦ୍ଧା ୩ ଜଣ ନବଜାତକଙ୍କ ନାମ ସିନ୍ଦୂର ରଖାଯାଇଛି। ସ୍ଥାନୀୟ ଝାଝର ଗ୍ରାମର ଜଣେ ମହିଳା ସୀମା କହିଛନ୍ତି, ଅପରେଶନ ସିନ୍ଦୂର ମାଧ୍ୟମରେ ପହଲଗାମ୍‌ ଆକ୍ରମଣରେ ମୃତ ପର୍ଯ୍ୟଟକଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ମିଳିଥିଲା। ତେଣୁ ସେ ତାଙ୍କ ନବଜାତ ଶିଶୁପୁତ୍ରର ନାମ ସିନ୍ଦୂର ରଖିଛନ୍ତି। ଏହି ନାମ ସର୍ବଦା ତାଙ୍କ ପୁଅକୁ ଦେଶକୁ ଭଲ ପାଇବା ପାଇଁ ପ୍ରେରଣା ଯୋଗାଇବ। ଉକ୍ତ ଶିଶୁର ଜେଜେମା’ କହିଛନ୍ତି, ସେ ତାଙ୍କ ନାତିକୁ ସେନାକୁ ପଠାଇବେ, ଯାହାଫଳରେ ସେ ଦେଶର ସେବା କରିପାରିବ। ସେହିପରି ଗ୍ରାମର ଅନ୍ୟଜଣେ ମହିଳା ସଞ୍ଜୁ କହିଛନ୍ତି, ୪ ଦିନ ତଳେ ଜନ୍ମ ହୋଇଥିବା ତାଙ୍କ ପୁଅର ନାମ ସେ ସିନ୍ଦୂର ରଖିଛନ୍ତି। ପହଲଗାମ୍‌ ଆକ୍ରମଣରେ ଅନେକ ମା’ ଏବଂ ଭଉଣୀ ସେମାନଙ୍କ ସିନ୍ଦୂର ହରାଇଥିଲେ। ଏହି ନାମରେ ଅପରେଶନ କରି ଭାରତୀୟ ସେନା ଆତଙ୍କବାଦକୁ ଦୃଢ଼ ଜବାବ ଦେଇଥିବା ସେ କହିଛନ୍ତି। ସେହିପରି କାସୈରୁ ଗ୍ରାମର କାଞ୍ଚନ କହିଛନ୍ତି, ସେ ତାଙ୍କ ନବଜାତ ଶିଶୁକନ୍ୟାର ନାମ ସିନ୍ଦୂର ରଖିଛନ୍ତି। ଏପରି କରି ପହଲଗାମ୍‌ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କୁ ସେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ନଓ୍ବଲଗଡ଼ ହସ୍ପିଟାଲର ଡାକ୍ତର ଜିତେନ୍ଦ୍ର ଚୌଧୁରୀ କହିଛନ୍ତି, ଆତଙ୍କବାଦ ବିରୋଧରେ ‘ଅପରେଶନ ସିନ୍ଦୂର’କୁ ନେଇ ଘୋଷଣା କରାଯିବା ପରେ ବର୍ତ୍ତମାନ ସୁଦ୍ଧା ହସ୍ପିଟାଲରେ ଜନ୍ମ ହୋଇଥିବା ୩ ନବଜାତକଙ୍କ ନାମକୁ ସେମାନଙ୍କ ଅଭିଭାବକ ସିନ୍ଦୂର ରଖିଛନ୍ତି। ସମ୍ପ୍ରତି ଲୋକଙ୍କ ମଧ୍ୟରେ ଥିବା ଗଭୀର ଦେଶପ୍ରେମ ଭାବନାକୁ ଏହା ଦର୍ଶାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri