Posted inଜାତୀୟ

ନବଜାତକଙ୍କ ନାମ ‘ସିନ୍ଦୂର’ ରଖୁଛନ୍ତି ରାଜସ୍ଥାନୀ ମା’

ଜୟପୁର, ୧୧।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଲୋକମାନେ ନିଜ ନିଜ ଦେଶପ୍ରେମକୁ ବିଭିନ୍ନ ଉପାୟରେ ପ୍ରକାଶ କରିଛନ୍ତି। ଆତଙ୍କବାଦ ବିରୋଧରେ ଭାରତ ସରକାରଙ୍କ ‘ଅପରେଶନ ସିନ୍ଦୂର’ରେ ଅନୁପ୍ରାଣିତ ହୋଇ ରାଜସ୍ଥାନର ଅନେକ ମା’ ସେମାନଙ୍କ ନବଜାତକଙ୍କ ନାମକୁ ସିନ୍ଦୂର ରଖୁଛନ୍ତି। ଝୁନ୍‌ଝୁନ୍‌ ଜିଲା ନଓ୍ବଲଗଡ଼ ହସ୍ପିଟାଲରେ ବର୍ତ୍ତମାନ ସୁଦ୍ଧା ୩ ଜଣ ନବଜାତକଙ୍କ ନାମ ସିନ୍ଦୂର ରଖାଯାଇଛି। ସ୍ଥାନୀୟ ଝାଝର ଗ୍ରାମର ଜଣେ ମହିଳା ସୀମା କହିଛନ୍ତି, ଅପରେଶନ ସିନ୍ଦୂର ମାଧ୍ୟମରେ ପହଲଗାମ୍‌ ଆକ୍ରମଣରେ ମୃତ ପର୍ଯ୍ୟଟକଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ମିଳିଥିଲା। ତେଣୁ ସେ ତାଙ୍କ ନବଜାତ ଶିଶୁପୁତ୍ରର ନାମ ସିନ୍ଦୂର ରଖିଛନ୍ତି। ଏହି ନାମ ସର୍ବଦା ତାଙ୍କ ପୁଅକୁ ଦେଶକୁ ଭଲ ପାଇବା ପାଇଁ ପ୍ରେରଣା ଯୋଗାଇବ। ଉକ୍ତ ଶିଶୁର ଜେଜେମା’ କହିଛନ୍ତି, ସେ ତାଙ୍କ ନାତିକୁ ସେନାକୁ ପଠାଇବେ, ଯାହାଫଳରେ ସେ ଦେଶର ସେବା କରିପାରିବ। ସେହିପରି ଗ୍ରାମର ଅନ୍ୟଜଣେ ମହିଳା ସଞ୍ଜୁ କହିଛନ୍ତି, ୪ ଦିନ ତଳେ ଜନ୍ମ ହୋଇଥିବା ତାଙ୍କ ପୁଅର ନାମ ସେ ସିନ୍ଦୂର ରଖିଛନ୍ତି। ପହଲଗାମ୍‌ ଆକ୍ରମଣରେ ଅନେକ ମା’ ଏବଂ ଭଉଣୀ ସେମାନଙ୍କ ସିନ୍ଦୂର ହରାଇଥିଲେ। ଏହି ନାମରେ ଅପରେଶନ କରି ଭାରତୀୟ ସେନା ଆତଙ୍କବାଦକୁ ଦୃଢ଼ ଜବାବ ଦେଇଥିବା ସେ କହିଛନ୍ତି। ସେହିପରି କାସୈରୁ ଗ୍ରାମର କାଞ୍ଚନ କହିଛନ୍ତି, ସେ ତାଙ୍କ ନବଜାତ ଶିଶୁକନ୍ୟାର ନାମ ସିନ୍ଦୂର ରଖିଛନ୍ତି। ଏପରି କରି ପହଲଗାମ୍‌ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କୁ ସେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ନଓ୍ବଲଗଡ଼ ହସ୍ପିଟାଲର ଡାକ୍ତର ଜିତେନ୍ଦ୍ର ଚୌଧୁରୀ କହିଛନ୍ତି, ଆତଙ୍କବାଦ ବିରୋଧରେ ‘ଅପରେଶନ ସିନ୍ଦୂର’କୁ ନେଇ ଘୋଷଣା କରାଯିବା ପରେ ବର୍ତ୍ତମାନ ସୁଦ୍ଧା ହସ୍ପିଟାଲରେ ଜନ୍ମ ହୋଇଥିବା ୩ ନବଜାତକଙ୍କ ନାମକୁ ସେମାନଙ୍କ ଅଭିଭାବକ ସିନ୍ଦୂର ରଖିଛନ୍ତି। ସମ୍ପ୍ରତି ଲୋକଙ୍କ ମଧ୍ୟରେ ଥିବା ଗଭୀର ଦେଶପ୍ରେମ ଭାବନାକୁ ଏହା ଦର୍ଶାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri