Posted inଜାତୀୟ

ଉପନିର୍ବାଚନ ହାରିବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଭାଜପା ନେତା

ଜୟପୁର,୯।୧: ରାଜସ୍ଥାନର ଶ୍ରୀଗଙ୍ଗାନଗର ଅନ୍ତର୍ଗତ କରନପୁର ବିଧାନସଭା କ୍ଷେତ୍ର ପାଇଁ ଡିସେମ୍ବର ୩୦ରେ ହୋଇଥିବା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ତଥା ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ସୁରେନ୍ଦ୍ର ପାଲ ସିଂ ଟିଟି ପରାଜିତ ହୋଇଛନ୍ତି। ପରାଜୟ ପରେ ସେ ମନ୍ତ୍ରୀ ପଦରୁ ଇସ୍ତାଫା ଦେଇଛନ୍ତି। ଇସ୍ତାଫା ପତ୍ର ସେ ରାଜ୍ୟପାଳଙ୍କୁ ପଠାଇ ଥିଲେ। ରାଜ୍ୟପାଳ ଇସ୍ତଫାପତ୍ର ଗ୍ରହଣ କରିଥିବା ଜଣାପଡିଛି। ଅନ୍ୟପକ୍ଷେ ଉକ୍ତ ଆସନରୁ କଂଗ୍ରେସ ପ୍ରାର୍ଥୀ ରୂପୀନ୍ଦୀର ସିଂ କୁନେର ୧୧,୨୮୩ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି। ଫଳରେ ରାଜସ୍ଥାନର ଭଜନଲାଲ୍‌ ଶର୍ମାଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି।

ଗତ ନଭେମ୍ବର ୧୫ରେ କରନପୁର ଆସନର କଂଗ୍ରେସ ପ୍ରାର୍ଥୀ ଗୁର୍‌ମିତ ସିଂ କୁନେରଙ୍କ ପରଲୋକ ଯୋଗୁ ସେଠାରେ ନିର୍ବାଚନ ସ୍ଥଗିତ ରହିଥିଲା। ଫଳରେ ଡିସେମ୍ବର ୩୦ରେ ଉକ୍ତ ଆସନ ଲାଗି ହୋଇଥିବା ଉପନିର୍ବାଚନରେ ଭାଜପା ମନ୍ତ୍ରୀ ଥିବା ସୁରେନ୍ଦ୍ରଙ୍କୁ ପ୍ରାର୍ଥୀ କରିଥିଲା। ସୁରେନ୍ଦ୍ର ରାଜ୍ୟର କୃଷି ବିପଣନ, ଜଳସେଚନ ଅଞ୍ଚଳ ବିକାଶ ଓ ଜଳ ଉପଯୋଗ ବିଭାଗର ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ଦାୟିତ୍ୱରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri