Categories: ଖେଳ

କ୍ୱାଲିଫାୟର-୧ରେ ରାଜସ୍ଥାନ

ମୁମ୍ବାଇ ୨୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୫ ଉଇକେଟରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରିଛି। ଫଳରେ ଗୁଜରାଟ ଟାଇଟାନ୍ସ ସହିତ ରାଜସ୍ଥାନ କ୍ୱାଲିଫାୟର-୧ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ରାଜସ୍ଥାନର ବିଜୟ ଫଳରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏଲିମିନେଟର ଖେଳିବାକୁ ବାଧ୍ୟ ହୋଇଛି। କାରଣ ୧୪ଟି ଲେଖାଏ ମ୍ୟାଚ ଖେଳିବା ପରେ ରାଜସ୍ଥାନ ଓ ଲକ୍ଷ୍ନୌ ୧୮ ପଏଣ୍ଟ ଲେଖାଏରେ ପହଞ୍ଚତ୍ଥିବା ବେଳେ ରନ ହାରରେ ରୟାଲ୍ସ ଟେବୁଲର ଦ୍ୱିତୀୟ ସ୍ଥାନ ଅଧିକାର କରି ନେଇଛି।

Share