Posted inଜାତୀୟ

ଅମିତ ଶାହାଙ୍କ ଉପରେ ରାଜନୈତିକ ସଙ୍କଟ ସୃଷ୍ଟି କରିଥିବା ଅଭିଯୋଗ ଆଣିଲେ ଗେହଲଟ

ଜୟପୁର,୧୮।୧୦: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଙ୍ଗଳବାର ପୁଣିଥରେ ୨୦୨୦ର ରାଜନୈତିକ ସଙ୍କଟ ବିଷୟରେ ଉଲ୍ଲେଖ କରିଛନ୍ତି। ଏଥିସହ ଗଜେନ୍ଦ୍ର ସିଂ ଶେଖାୱାତ, ଧର୍ମେନ୍ଦ୍ର ପ୍ରଧାନ ଏବଂ ଅମିତ ଶାହାଙ୍କ ଭଳି କେନ୍ଦ୍ର ମନ୍ତ୍ରୀ ତାଙ୍କ ସରକାରକୁ ହଟାଇବା ଯୋଜନାରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି। ଅଶୋକ ଗେହଲଟ କହିଛନ୍ତି, କଂଗ୍ରେସ ବିଧାୟକମାନେ ଅଧିକ ଦୁର୍ନୀତିଗ୍ରସ୍ତ ବୋଲି ଭାଜପା ଗୁଜବ ପ୍ରଚାର କରୁଛି। ସେ ପ୍ରଶ୍ନ କରିଛନ୍ତି, ଯଦି ଏହି ବିଧାୟକମାନେ ଭ୍ରଷ୍ଟାଚାରୀ ଥିଲେ, ତେବେ ସେମାନେ ୧୦କୋଟିର ପ୍ରଥମ କିସ୍ତି କାହିଁକି ଗ୍ରହଣ କରି ନ ଥିଲେ? ଯଦି ବିଧାୟକମାନେ ଭ୍ରଷ୍ଟାଚାରୀ ହୋଇଥାନ୍ତେ, ସେମାନେ ଏହାକୁ ନେଇଥାନ୍ତେ ଏବଂ ସେମାନଙ୍କୁ ଅଟକାଇବାକୁ କିମ୍ବା ପ୍ରଶ୍ନ କରିବା ପାଇଁ କେହି ନ ଥିଲେ । ଯେଉଁମାନେ ଏହାକୁ ନେଇଛନ୍ତି, ସେମାନଙ୍କୁ କେହି ପଚାରୁଛନ୍ତି ନାହାନ୍ତି।

ଦିଲ୍ଲୀ ଯିବା ପୂର୍ବରୁ ଜୟପୁର ବିମାନବନ୍ଦରରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି , ଯଦି ଆମର ବିଧାୟକମାନେ ଭ୍ରଷ୍ଟାଚାରୀ ହୋଇଥାନ୍ତେ, ତେବେ ସେମାନେ ରାଜନୈତିକ ସଙ୍କଟ ସମୟରେ ପାଇଥିବା ୧୦ -୧୦ କୋଟି ଟଙ୍କା ଛାଡି ନ ଥାନ୍ତେ, ଲୋଭ ଥାନ୍ତା ତ ଏହାକୁ ନେଇଥାନ୍ତେ। ୧୦ କୋଟି ଟଙ୍କା ଛାଡିବାକୁ କିଏ ଚାହିଁବ? ବିଧାୟକମାନେ ବହୁ ଦୁର୍ନୀତି କରିଛନ୍ତି ବୋଲି ଅଭିଯୋଗ କରିବା ଅତି ସହଜ। ଆଜିକାଲି ଏହା ଅଭିଯୋଗର ଯୁଗ ଏବଂ ଆପଣ କାହା ଉପରେ ଅଭିଯୋଗ କରିପାରିବେ। ସେ କହିଛନ୍ତି , ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନରେ କଂଗ୍ରେସ ସରକାରକୁ ଟପି ପାରିବେ ନାହିଁ। ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ନାଟକ ସରକାରକୁ ଟପିଛନ୍ତି, କିନ୍ତୁ ରାଜସ୍ଥାନରେ ସରକାରକୁ ଟପି ପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri