Categories: ଖେଳ

ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫୪ରେ ରୋକିଲା ରାଜସ୍ଥାନ

ଅବୁଧାବି,୨୫।୯: ଅବୁଧାବିରେ ଶନିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ ଅଧିନାୟ ସଞ୍ଜୁ ସାମସନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୬ ଉଇକେଟ ହରାଇ ୧୫୪ କରିଛି। ରାଜସ୍ଥାନ ରୟାଲର ମୁସ୍ତାଫିଜୁର ରହମାନ୍‌ ୨ ଉଇକେଟ ନେଇଥିବା ବେଳେ ଚେତନ ସାକାରିଆ ମଧ୍ୟ ୨ ଉଇକେଟ ନେଇଥିଲେ। କାର୍ତ୍ତିକ ତ୍ୟାଗି ଗୋଟିଏ ଏବଂ ରାହୁଲ ତେୱାଟିଆ ଗୋଟିଏ ଉଇକେଟ ନେବାରେ ସଫଳ ହୋଇଥିଲେ।

Share