ରାଜକନିକା ୭୨.୫୪, ମାର୍ଶାଘାଇରେ ୭୭% ମତଦାନ

କେନ୍ଦ୍ରାପଡ଼ା ଅଫିସ/ ରାଜକନିକା/ ମାର୍ଶାଘାଇ, ୧୯ା୨ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶୁକ୍ରବାର ସରିଛି। ଏହି ପର୍ଯ୍ୟାୟରେ ରାଜକନିକା ଓ ମାର୍ଶାଘାଇ ବ୍ଲକର ୩ଟି ଲେଖାଏ ଜୋନ୍‌ ଅଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅଳ୍ପ କେତୋଟି ସ୍ଥାନରେ ରାଜନୈତିକ ଉତ୍ତେଜନା ସୃଷ୍ଟି ହୋଇଥିଲେ ମଧ୍ୟ ଭୋଟ ଗ୍ରହଣ ଚାଲୁ ରହିଥିଲା। ରାଜକନିକା ବ୍ଲକରେ ୭୨.୫୪ ପ୍ରତିଶତ ଓ ମାର୍ଶାଘାଇ ବ୍ଲକ ଅଞ୍ଚଳରେ ୭୭ ପ୍ରତିଶତ ଭୋଟ ସଂଗ୍ରହ ହୋଇଛି।
ଜିଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରାଜକନିକା ବ୍ଲକ ଅଞ୍ଚଳରେ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ମତଦାନ କରିଛନ୍ତି। ରାଜକନିକା ବ୍ଲକର ମୋଟ୍‌ ଭୋଟର ସଂଖ୍ୟା ୧,୨୩,୫୦୬। ଚଳିତ ନିର୍ବାଚନରେ ପୁରୁଷ ଭୋଟର ୬୭.୨୮ ପ୍ରତିଶତ ଭୋଟ ଦେଇଥିବା ବେଳେ ୭୮.୩୦ ମହିଳା ଭୋଟର ଗଣତାନ୍ତ୍ରିକ ଅଧିକାର ସିଦ୍ଧ କରିଛନ୍ତି। ରାଜକନିକା ବ୍ଲକର ୨୭ନଂ. ଜୋନ୍‌ରେ ମୋଟ ୩୯,୦୫୮ ଭୋଟରଙ୍କ ମଧ୍ୟରୁ ୧୩,୧୮୩ ପୁରୁଷ ଓ ୧୪,୨୨୮ ମହିଳା ଭୋଟ ଦେଇଥିଲେ। ସେହିପରି ୨୮ ନଂ. ଜୋନ୍‌ରେ ମୋଟ ୪୨,୯୦୩ ଭୋଟରଙ୍କ ମଧ୍ୟରୁ ୧୫,୧୮୪ ପୁରୁଷ ଓ ୧୫,୭୧୫ ମହିଳା, ୨୯ ନଂ. ଜୋନ୍‌ରେ ମୋଟ ୪୧,୫୪୫ ଭୋଟରଙ୍କ ମଧ୍ୟରୁ ୧୫,୦୭୧ ପୁରୁଷ ଓ ୧୬,୨୦୮ ମହିଳା ନିର୍ବାଚନରେ ମତସାବ୍ୟସ୍ତ କରିଛନ୍ତି। ମାର୍ଶାଘାଇ ବ୍ଲକରେ ମୋଟ୍‌ ଭୋଟରଙ୍କ ସଂଖ୍ୟା ୧,୦୬,୯୩୦। ଏଥିମଧ୍ୟରୁ ନିର୍ବାଚନରେ ୪୨,୨୭୯ ପୁରୁଷ ଓ ୪୦,୬୭୫ ମହିଳା ମତଦାନ କରିଥିଲେ। ଏହି ବ୍ଲକର ୨୪ନଂ. ଜୋନ୍‌ରେ ମୋଟ ୩୭,୨୬୪ ଭୋଟରଙ୍କ ମଧ୍ୟରୁ ୧୪,୨୩୪ ପୁରୁଷ ଓ ୧୪,୧୯୨ ମହିଳା ଭୋଟ ଦେଇଛନ୍ତି। ସେହିପରି ୨୫ନଂ. ଜୋନ୍‌ରେ ମୋଟ୍‌ ୩୬,୪୦୮ ଭୋଟରଙ୍କ ମଧ୍ୟରୁ ୧୫,୦୨୦ ପୁରୁଷ ଓ ୧୩,୯୫୮ ମହିଳା, ୨୬ନଂ. ଜୋନ୍‌ରେ ମୋଟ୍‌ ୩୩,୨୫୮ ଭୋଟରଙ୍କ ମଧ୍ୟରୁ ୧୩,୦୨୫ ପୁରୁଷ ଓ ୧୨,୫୨୫ ମହିଳା ନିର୍ବାଚନରେ ଅଂଶଗ୍ରହଣ କରିଛନ୍ତି। ରାଜକନିକାର ଗିରିଆଠାରେ ନିର୍ବାଚନୀ ଉତ୍ତେଜନା ଦେଖାଦେଇଥିଲା। ଏଥିସହ ହାବଳଗଣ୍ଡ ପଞ୍ଚାୟତର ୧ରୁ ୧୧ ନଂ. ବୁଥ କ୍ୟାପ୍‌ଚରିଂ ହୋଇଥିବା ଓ ସାନି ମତଦାନ ଦାବି କରି ୨୮ ନଂ. ଜୋନ ଜିଲା ପରିଷଦ ପ୍ରାର୍ଥୀ କ୍ଷୀରୋଦ ବେହୁରିଆ ବ୍ଲକ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପୂର୍ବତନ ଆଳି ବିଧାୟକ ତଥା କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମା ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି। ମାର୍ଶାଘାଇର କରିଲୋପାଟଣାରେ ଦୁଇ ଏଜେଣ୍ଟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ନିର୍ବାଚନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାରେ ସରିଥିବା ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri