ରାଜକନିକା ୭୨.୫୪, ମାର୍ଶାଘାଇରେ ୭୭% ମତଦାନ

କେନ୍ଦ୍ରାପଡ଼ା ଅଫିସ/ ରାଜକନିକା/ ମାର୍ଶାଘାଇ, ୧୯ା୨ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶୁକ୍ରବାର ସରିଛି। ଏହି ପର୍ଯ୍ୟାୟରେ ରାଜକନିକା ଓ ମାର୍ଶାଘାଇ ବ୍ଲକର ୩ଟି ଲେଖାଏ ଜୋନ୍‌ ଅଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅଳ୍ପ କେତୋଟି ସ୍ଥାନରେ ରାଜନୈତିକ ଉତ୍ତେଜନା ସୃଷ୍ଟି ହୋଇଥିଲେ ମଧ୍ୟ ଭୋଟ ଗ୍ରହଣ ଚାଲୁ ରହିଥିଲା। ରାଜକନିକା ବ୍ଲକରେ ୭୨.୫୪ ପ୍ରତିଶତ ଓ ମାର୍ଶାଘାଇ ବ୍ଲକ ଅଞ୍ଚଳରେ ୭୭ ପ୍ରତିଶତ ଭୋଟ ସଂଗ୍ରହ ହୋଇଛି।
ଜିଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରାଜକନିକା ବ୍ଲକ ଅଞ୍ଚଳରେ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ମତଦାନ କରିଛନ୍ତି। ରାଜକନିକା ବ୍ଲକର ମୋଟ୍‌ ଭୋଟର ସଂଖ୍ୟା ୧,୨୩,୫୦୬। ଚଳିତ ନିର୍ବାଚନରେ ପୁରୁଷ ଭୋଟର ୬୭.୨୮ ପ୍ରତିଶତ ଭୋଟ ଦେଇଥିବା ବେଳେ ୭୮.୩୦ ମହିଳା ଭୋଟର ଗଣତାନ୍ତ୍ରିକ ଅଧିକାର ସିଦ୍ଧ କରିଛନ୍ତି। ରାଜକନିକା ବ୍ଲକର ୨୭ନଂ. ଜୋନ୍‌ରେ ମୋଟ ୩୯,୦୫୮ ଭୋଟରଙ୍କ ମଧ୍ୟରୁ ୧୩,୧୮୩ ପୁରୁଷ ଓ ୧୪,୨୨୮ ମହିଳା ଭୋଟ ଦେଇଥିଲେ। ସେହିପରି ୨୮ ନଂ. ଜୋନ୍‌ରେ ମୋଟ ୪୨,୯୦୩ ଭୋଟରଙ୍କ ମଧ୍ୟରୁ ୧୫,୧୮୪ ପୁରୁଷ ଓ ୧୫,୭୧୫ ମହିଳା, ୨୯ ନଂ. ଜୋନ୍‌ରେ ମୋଟ ୪୧,୫୪୫ ଭୋଟରଙ୍କ ମଧ୍ୟରୁ ୧୫,୦୭୧ ପୁରୁଷ ଓ ୧୬,୨୦୮ ମହିଳା ନିର୍ବାଚନରେ ମତସାବ୍ୟସ୍ତ କରିଛନ୍ତି। ମାର୍ଶାଘାଇ ବ୍ଲକରେ ମୋଟ୍‌ ଭୋଟରଙ୍କ ସଂଖ୍ୟା ୧,୦୬,୯୩୦। ଏଥିମଧ୍ୟରୁ ନିର୍ବାଚନରେ ୪୨,୨୭୯ ପୁରୁଷ ଓ ୪୦,୬୭୫ ମହିଳା ମତଦାନ କରିଥିଲେ। ଏହି ବ୍ଲକର ୨୪ନଂ. ଜୋନ୍‌ରେ ମୋଟ ୩୭,୨୬୪ ଭୋଟରଙ୍କ ମଧ୍ୟରୁ ୧୪,୨୩୪ ପୁରୁଷ ଓ ୧୪,୧୯୨ ମହିଳା ଭୋଟ ଦେଇଛନ୍ତି। ସେହିପରି ୨୫ନଂ. ଜୋନ୍‌ରେ ମୋଟ୍‌ ୩୬,୪୦୮ ଭୋଟରଙ୍କ ମଧ୍ୟରୁ ୧୫,୦୨୦ ପୁରୁଷ ଓ ୧୩,୯୫୮ ମହିଳା, ୨୬ନଂ. ଜୋନ୍‌ରେ ମୋଟ୍‌ ୩୩,୨୫୮ ଭୋଟରଙ୍କ ମଧ୍ୟରୁ ୧୩,୦୨୫ ପୁରୁଷ ଓ ୧୨,୫୨୫ ମହିଳା ନିର୍ବାଚନରେ ଅଂଶଗ୍ରହଣ କରିଛନ୍ତି। ରାଜକନିକାର ଗିରିଆଠାରେ ନିର୍ବାଚନୀ ଉତ୍ତେଜନା ଦେଖାଦେଇଥିଲା। ଏଥିସହ ହାବଳଗଣ୍ଡ ପଞ୍ଚାୟତର ୧ରୁ ୧୧ ନଂ. ବୁଥ କ୍ୟାପ୍‌ଚରିଂ ହୋଇଥିବା ଓ ସାନି ମତଦାନ ଦାବି କରି ୨୮ ନଂ. ଜୋନ ଜିଲା ପରିଷଦ ପ୍ରାର୍ଥୀ କ୍ଷୀରୋଦ ବେହୁରିଆ ବ୍ଲକ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପୂର୍ବତନ ଆଳି ବିଧାୟକ ତଥା କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମା ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି। ମାର୍ଶାଘାଇର କରିଲୋପାଟଣାରେ ଦୁଇ ଏଜେଣ୍ଟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ନିର୍ବାଚନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାରେ ସରିଥିବା ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri