ବନସ୍ତେ ଡାକିଲା ଗଜ… ବରଷକେ ଥରେ ଆସିଛି ରଜ…

ବନସ୍ତେ ଡାକିଲା ଗଜ… ବରଷକେ ଥରେ ଆସିଛି ରଜ…। ବର୍ଷକ ପରେ ପୁଣି ଆସିଛି ଗଣପର୍ବ ରଜ। ଶନିବାର ପହିଲି ରଜ। ତେଣୁ ଘରେ ଘରେ ପୋଡପିଠାର ମହକ ସାଙ୍ଗକୁ ପାନର ରଙ୍ଗରେ କୁଆଁରୀମାନଙ୍କ ଓଠ ଝଲସିବ। ରଜପାଇଁ ସଭିଁଙ୍କ ମନରେ ଆନନ୍ଦ ଓ ଉତ୍ସାହ ଭରିଯାଇଛି। ସବୁଠି ବିଭିନ୍ନ ପ୍ରକାରର ପିଠା, ପାନଭଙ୍ଗା ପ୍ରସ୍ତୁତି ସାଙ୍ଗକୁ ଦୋଳି ଲାଗିସରିଲାଣି। ଶୁକ୍ରବାର ଝିଅବୋହୂମାନେ ସଜବାଜ ଦିନକୁ ବେଶ୍‌ ଉତ୍ସାହର ସହିତ ପାଳନ କରିଛନ୍ତି। ସେହିପରି ରଜକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଭୁବନେଶ୍ୱରର ପାତ୍ରପଡ଼ା ସ୍ଥିତ ଭଗବାନପୁର ପଡ଼ିଆ, ନୟାପଲ୍ଲୀ ସ୍ଥିତ ରାବଣପୋଡ଼ି ପଡ଼ିଆ, ଜାଗମରା ପଡ଼ିଆ ଭଳି ବିଭିନ୍ନ ସ୍ଥାନରେ ଦୋଳି ଲଗାଯିବା ସହ କେତେକ ଅନୁଷ୍ଠାନ ପକ୍ଷରୁ ରଜ ଦୋଳି, ପାନ, ପିଠା ଷ୍ଟଲ୍‌ ଲାଗିଛି। ପାନ୍ଥନିବାସ ଓ ରାଜ୍ୟ ସଂଗ୍ରହାଳୟଠାରେ ରଜ ପାଇଁ ବିଶେଷ ବ୍ୟବସ୍ଥା ହୋଇଛି। ରଜ ପ୍ରସ୍ତୁତି ନେଇ ଧରିତ୍ରୀ ପକ୍ଷରୁ ସ୍ବତନ୍ତ୍ର ଉପସ୍ଥାପନା…।

ପାତ୍ରପଡ଼ା ରଜ ମହୋତ୍ସବ
୧୪ ରୁ ୧୭ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ରଜ ମହୋତ୍ସବରେ ପ୍ରଥମ କରି ରାଧାକୃଷ୍ଣଙ୍କ ମୂର୍ତ୍ତି ଏକ ପ୍ରମୁଖ ଦୋଳିରେ ପୂଜା ପାଇବେ। ଏଥିସହ ପୋଡ଼ପିଠା ସାଙ୍ଗକୁ ରଜପାନ, ଝିଅମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ପାରମ୍ପରିକ ପୁଚି, ମେହେନ୍ଦି, ଶଙ୍ଖ ଫୁଙ୍କା, ହୁଳହୁଳି, ଦୌଡ଼ିଡିଆଁ, ମ୍ୟୁଜିକ୍‌ ଚେୟାର, ମେହେନ୍ଦି ଓ ପ୍ରତି ସାରେ ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ନୟାପଲ୍ଲୀ ରଜ ମହୋତ୍ସବ
ନୟାପଲ୍ଲୀ କଳିଙ୍ଗ କ୍ରୀଡ଼ା ଓ ବିକାଶ ପରିଷଦ ପକ୍ଷରୁ ରଜ ମହୋତ୍ସବରେ ମହିଳାମାନେ ନିଜ ହାତ ପ୍ରସ୍ତୁତି ପିଠାପଣା ସାଙ୍ଗକୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କାର୍ଯ୍ୟକ୍ରମ ରହିବ। ଏହା ସାଙ୍ଗକୁ ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଅନେକ ପ୍ରକାରର ଖେଳକୁଦ ପ୍ରତିଯୋଗିତା ସହ ପୁରସ୍କାର ପ୍ରଦାନର ବ୍ୟବସ୍ଥା ହେବ। ରାମ ଦୋଳି, ବ୍ରେକ୍‌ଡାନ୍ସ, ବେଲୁନ ଦୋଳି, ଡ୍ରାଗନ ଦୋଳି ସାଙ୍ଗକୁ ମୀନାବଜାରର ସୁବିଧା ରଖାଯାଇଛି। ଚଳିତ ବର୍ଷ ୮୦ରୁ ଅଧିକ ଷ୍ଟଲ ସାଙ୍ଗକୁ ୨୦ରୁ ଉର୍ଦ୍ଧ ଦୋଳି ଲାଗିବ। ସାଂସ୍କୃତିକ ସାରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କଠାରୁ ଆରମ୍ଭ କରି ବିଷ୍ଣୁମୋହନ କବି, ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ଓ ସିନେ କଳାକାର ଏହି ମହୋତ୍ସବରେ ଯୋଗଦେବେ।
ମନମୋହିବ ‘ଜାଗମରା ରଜ ମହୋତ୍ସବ’
ଭୁବନେଶ୍ବର ସାଉଥ୍‌ ୱେଲଫେୟାର ଆସୋସିଏଶନ ପକ୍ଷରୁ ଖଣ୍ଡଗିରି ପାଦଦେଶ ଜାଗମରା ପଡ଼ିଆରେ ‘ଜାଗମରା ରଜ ମହୋତ୍ସବ’ ଆୟୋଜିତ ହେଉଛି। ପହିଲି ରଜରୁ ଶେଷରଜ ପର୍ଯ୍ୟନ୍ତ ଏହି ମହୋତ୍ସବ ଅନୁଷ୍ଠିତ ହେବ। ପ୍ରତିଦିନ ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ଏଥିସହ ମୀନାବଜାର, ବିଭିନ୍ନ ଦୋଳି, ପୋଡ଼ପିଠା, ମିଠା ଏବଂ ରଜପାନ ସାଙ୍ଗକୁ ବଲିଉଡ,ଓଲିଉଡ୍‌ କଳାକାରଙ୍କ ଦ୍ବାରା ସଙ୍ଗୀତ ଏବଂ ନୃତ୍ୟ କାର୍ଯ୍ୟକ୍ରମ ଜମିବ। ସେହିପରି କଣ୍ଠଶିଳ୍ପୀ ସ୍ବୟଂ ପାଢ଼ୀ ଏବଂ ଗ୍ରୁପ୍‌, କୁଲଦୀପ ଏବଂ ଗ୍ରୁପ୍‌, ଦିପ୍ତିରେଖା ପାଢ଼ୀ ଏବଂ ଗ୍ରୁପ୍‌ଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯିବ। ସେହିପରି ମହିଳା ଏବଂ ଯୁବତୀମାନେ ପାରମ୍ପରିକ କ୍ରୀଡ଼ ପ୍ରତିଯୋଗିତାର ଆନନ୍ଦ ନେବେ।
ଓଟିଡିସିରେ ପିଠା ପସରା
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ପାନ୍ଥନିବାସରେ ରଜ ମହୋତ୍ସବ ଆୟୋଜନ କରାଯାଇଛି। ରଜଦୋଳି ସାଙ୍ଗକୁ ସ୍ବାଦିଷ୍ଟ ପିଠା ଓ ମେହେନ୍ଦି ଷ୍ଟଲ ଖୋଲାଯାଇଛି। ସେହିପରି ‘ନିମନ୍ତ୍ରଣ’ ରେସ୍ତୋରଁା ଓ ପାନ୍ଥନିବାସରେ ପିଠା ବିକ୍ରି ପାଇଁ ସତନ୍ତ୍ର କାଉଣ୍ଟର ଖୋଲା ଯାଇଛି। ପାନ୍ଥନିବାସରେ ପୋଡ଼ପିଠା, ଆରିସା, କାକରା, ଛଣା ଓ ସିଝା ମଣ୍ଡା, କ୍ଷୀରଗଜା, ଲବଙ୍ଗଲତା ଓ ଛେନାପୋଡ଼ ପ୍ରସ୍ତୁତ ହୋଇଛି। ସେହିପରି ରଜପାନ ସାଙ୍ଗକୁ ପିଠା ବାସ୍କେଟ୍‌ କରାଯାଇଛି। ରଜ ୩ଦିନ ଓଟିଡିସି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକ, ଚନ୍ଦ୍ରଶେଖରପୁର ଓ ନନ୍ଦନକାନନ ପର୍ଯ୍ୟନ୍ତ ‘ପିଠା ଅନ୍‌ ହ୍ବିଲ’ ଗାଡ଼ି ବୁଲିବା ନେଇ ସୂଚନା ଦିଆଯାଇଛି।
ପାନ ତୋଷିବ ମନ…
ରଜରେ ପାନର ଭିନ୍ନ ସ୍ବାତନ୍ତ୍ର ରହିଛି। ପୋଡପିଠା ବିନା ଯେମିତି ରଜ ଅଧୁରା, ପାନ ବିନା ସେମିତି ରଜ ଫିକାଫିକା। ବର୍ଷସାରା ପାନଠାରୁ ଯେତେ ଦୂରେଇ ରହିଲେ ବି ରଜ ତିନିଦିନ ପାଇଁ ସବୁ ମାଫ୍‌। ପାନ ଖାଇ ପାଟି ନାଲି କରିବାକୁ ଝିଅମାନଙ୍କୁ ଏହି ଦିନରେ ଅନୁମତି ମିଳିଯାଏ। ତେଣୁ ରଜରେ ପାନର ଚାହିଦା ବଢିଯାଏ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପାନ ବ୍ୟବସାୟୀଙ୍କ ପକ୍ଷରୁ ବିଭିନ୍ନ ପାନର ବ୍ୟବସ୍ଥା କରାଯାଇଛି। ଏହି ଦୌଡରେ ସାମିଲ ହୋଇଛି ସହିଦ ନଗର ବନାରସ ପାନ ଭଣ୍ଡାର। ବନାରସୀ ମିଠା ପାନ, ଲଡୁ ମିଠା ପାନ, ଆୟୁର୍ବେଦିକ ପାନ, ଡାଏଟ୍‌ ସାଧା ପାନ, ଲଭର୍ସ ଗିଫ୍ଟ ପାନ, ମହାରାଜା ପାନ, କୋହେନୁର୍‌ ପାନ ଭଳି ୧୩୪ ପ୍ରକାରରୁ ଊର୍ଦ୍ଧ୍ୱ ପାନ ଏଠାରେ ମିଳୁଛି। ତେବେ ଚଳିତ ଥର ଗ୍ରାହକଙ୍କୁ ଭେଟି ଦେବାକୁ ଆସିଛି ‘ସୋନା ଚାନ୍ଦି’ ପାନ। ଏଗୁଡିକର ଦାମ୍‌ ୨୫ଟଙ୍କା ଠାରୁ ଆରମ୍ଭ ହୋଇ ୧୧୧୧ଟଙ୍କା ପର୍ଯ୍ୟନ୍ତ ରହିଛି। ଏନେଇ ପାନ ଭଣ୍ଡାରର ମାଲିକ ରମାକାନ୍ତ ସେନାପତି କହିଛନ୍ତି ସଜବାଜ ଦିନରୁ ହିଁ ପାନର ଚାହିଦା ଦେଖିବାକୁ ମିଳିଛି। ସନ୍ଧ୍ୟାସୁଦ୍ଧା ପ୍ରାୟ ୩୫୦୦ ପାନ ବିକ୍ରି ହୋଇସାରିଛି ବୋଲି ରମାକାନ୍ତ କହିଛନ୍ତି।
ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ‘ରଜ ଉତ୍ସବ’
ପହିଲି ରଜରେ ସଂଭାବନା ଓଡ଼ିଆଣୀ ସମିତି ପକ୍ଷରୁ ଗୀତଗୋବିନ୍ଦ ସଦନ ଠାରେ ‘ରଜ ମଉଜ’ ଅନୁଷ୍ଠିତ ହେବ। ଓଡ଼ିଆଣୀମାନଙ୍କୁ ନେଇ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଆ ମାଟିର ମହକ ଥିବା ପରମ୍ପରା, ସଙ୍ଗୀତ ଓ ନୃତ୍ୟ ପରିବେଷିତ ହେବ। ଦର୍ଶକମାନେ ପୋଡ଼ପିଠା ଓ ରଜ ପାନ ସହ ରଜ କବିତା ପାଠୋସତ୍ବ, ସଂଗୀତ ଓ ନୃତ୍ୟ ଆଦିର ମଜା ଉଠାଇବେ। ସୋସାଇଟି ଫର୍‌ ନେଚର୍‌ ଏଜୁକେସନ୍‌ ଆଣ୍ଡ୍‌ ହେଲ୍‌ଥ (ସ୍ନେହ) ପକ୍ଷରୁ ସାଲିଆ ସାହିଠାରେ ରଜ ପର୍ବ ପାଳନ କରାଯିବ। ଏଥିରେ ପ୍ରାୟ ୩ଶହ ଶିଶୁ, କିଶୋରୀ ଏବଂ ମହିଳା ସାମିଲ ହେବେ। ସେହିପରି ନୂଆ ଗାଁ ବିକାଶ ମଞ୍ଚ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ରଜ ମହୋତ୍ସବ ପାଳନ କରାଯାଇଛି।
ରାଜ୍ୟ ସଂଗ୍ରହାଳୟରେ ରଜ ମହୋତ୍ସବ
ରାଜ୍ୟ ସଂଗ୍ରହାଳୟରେ ଶନିବାର ପହିଲି ରଜରେ ବିଶ୍ୱ ଓଡ଼ିଶା ପରିବାର ପକ୍ଷରୁ ରଜ ମହୋତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ପୁଚି, ହୁଳହୁଳି, ରଜ ସ୍ଳୋଗାନ ଆବୃତ୍ତି ପ୍ରତିଯୋଗିତା, କବି ସମ୍ମିଳନୀ, ମହିଳାଙ୍କ ସମସ୍ୟା ଓ ସମାଧାନ ଉପରେ କର୍ମଶାଳା, ଝୋଟି ଚିତା, ରଙ୍ଗୋଲି ପ୍ରତିଯୋଗିତା କରାଯିବ। ଏଥିସହ ବିଜେତାଙ୍କୁ ସମ୍ମାନିତ କରାଯିବ। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟପାଳ,ମୁଖମନ୍ତ୍ରୀ, ମନ୍ତ୍ରୀ, ଏମ୍‌ପି, ବିଧାୟକ, ପ୍ରଶାସନିକ ଅଧିକାରୀ, କଳାକାର ଏବଂ ଅନ୍ୟାନ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
ବୁଲାବୁଲିରେ କଟିବ ରଜ
ରଜ ପାଇଁ ୩ଦିନ ଛୁଟି ପଡୁଥିବାରୁ ବୁଲାବୁଲିର ଆସର ଜମିବ। ବିଶେଷକରି ନନ୍ଦନକାନନ, ଖଣ୍ଡଗିରି, ଉଦୟଗିରି, ରାଜ୍ୟ ସଂଗ୍ରହାଳୟ, ପ୍ଲାନେଟାରିୟମ, ଧଉଳି, ଶିଖରଚଣ୍ଡୀ ଭଳି ସ୍ଥାନରେ ଭିଡ ହେବାର ସମ୍ଭାବନା ରହିଛି।
-ରିପୋର୍ଟ: ସୌମ୍ୟରଞ୍ଜନ ରାଉତ, ଭୁବନେଶ୍ୱର, ଫଟୋ: ବିକାଶ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା! ସଙ୍କେତ ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। କେନ୍ଦ୍ର ବେସାମରିକ ବିମାନ…

ଆଲୋଭେରା ଗଛ ଲଗାଇବାରେ କରନ୍ତୁନି ଏପରି ଭୁଲ, ନ ହେଲେ ଘରକୁ ମାଡ଼ିଆସିବ…

ଆଲୋଭେରାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଯଥେଷ୍ଟ ରହିଥିବା ହେତୁ ଅନେକେ ଏହାକୁ ଘରେ ଲଗାଇଥାନ୍ତି। ହେଲେ ଜାଣନ୍ତି କି ବାସ୍ତୁ ଅନୁଯାୟୀ, ଯଦି ଏହି ଗଛକୁ ଠିକ୍‌ ଦିଗରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରି ଯୁଦ୍ଧ ବନ୍ଦ କରିବାର ସର୍ତ୍ତ ଶୁଣାଇଲେ ଇରାନ ରାଷ୍ଟ୍ରପତି, ଟ୍ରମ୍ପ ଶୁଣିଲେ…

ନୂଆଦିଲ୍ଲୀ,୨୨।୩: ଇରାନ-ଆମେରିକା-ଇସ୍ରାଏଲ ବିବାଦ ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କଲ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଅପିଲ କରିଛନ୍ତି। ଯୁଦ୍ଧ ଆରମ୍ଭ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ? ପରମାଣୁ ଆଟାକ୍‌ ନେଇ ଆମେରିକା-ଇସ୍ରାଏଲକୁ ଖୋଲା ଧମକ ଦେଲେ ପୁଟିନ୍‌!

ମସ୍କୋ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ ନେଇଛି। ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ୟୁରାନିୟମ ସମୃଦ୍ଧି କେନ୍ଦ୍ର ନାଟାଞ୍ଜ ଉପରେ ଏକ ଭୟଙ୍କର…

‘ଇରାନକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଇଛି’, ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବୟାନକୁ ନେଇ ସାରା ବିଶ୍ୱ ଥରହର

ନୂଆଦିଲ୍ଲୀ,୨୨।୩: ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଇରାନ ସମ୍ପର୍କରେ ଏକ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

ଇରାନ ବିରୁଦ୍ଧରେ ଏକଜୁଟ୍‌ ହେଲେ ୨୨ଟି ଦେଶ, କହିଲେ ତୁରନ୍ତ ଧମକ ବନ୍ଦ କର, ନଚେତ୍‌…

ନୂଆଦିଲ୍ଲୀ,୨୨।୩: ଇରାନ-ଆମେରିକା ବିବାଦ ମଧ୍ୟରେ, ହର୍ମୁଜ ପ୍ରଣାଳୀର ସଙ୍କଟ ବିଶ୍ୱ ଅର୍ଥନୀତି ପାଇଁ ଏକ ଲାଲ ପତାକା ପାଲଟିଛି। ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ୟୁଏଇ, ବାହାରିନ, ଜାପାନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri