Posted inଜାତୀୟ

ପ୍ରେମିକଙ୍କୁ ପ୍ରତିଶ୍ରୁତି,ସ୍ବାମୀଙ୍କୁ ଧୋକା: ବିବାହର ମାତ୍ର ୫ ଦିନ ପରେ ସ୍ବାମୀଙ୍କ ହତ୍ୟାର ସ୍କ୍ରିପ୍ଟ ପ୍ରସ୍ତୁତ କରିଥିଲେ ସୋନମ

ଶିଲଂ/ଇନ୍ଦୋର/ଗାଜିପୁର,୧୦ା୬:ନବ ଦମ୍ପତି ରାଜା ରଘୁବଂଶୀ ଓ ସୋନମ ହନିମୁନ୍‌ରେ ଇଷ୍ଟ୍‌ ଖାସି ହିଲ୍ସ ଚେରାପୁଞ୍ଜି ବୁଲିବାକୁ ଯାଉଥିଲେ। ମେ’ ୨୩ରେ ଉଭୟେ ନିଖୋଜ ହୋଇଯାଇଥିଲେ। ଏହାର ଦିନକ ପରେ ଦୁହଁିଙ୍କୁ ଶେଷଥର ପାଇଁ ନୋଙ୍ଗ୍‌ରିଆଟ୍‌ର ବାଲାଜୀ ହୋମ୍‌ଷ୍ଟେ’ରେ ଦେଖିବାକୁ ମିଳିଥିଲା। ରାଜା ଓ ସୋନମ ବୁଲାବୁଲି କରିବା ପାଇଁ ଭଡ଼ାରେ ନେଇଥିବା ଏକ ସ୍କୁଟର ନିଖୋଜ ହେବାର ଦିନକ ପରେ ସୋହରାରିମ୍‌ରେ ପରିତ୍ୟକ୍ତ ଅବସ୍ଥାରେ ଠାବ ହୋଇଥିଲା। ରିଆଟ୍‌ ଆର୍ଲିଅଙ୍ଗ୍‌ର ଓ୍ବେଇସାଡୋଙ୍ଗ୍‌ ପାର୍କିଂ ଲଟ୍‌ରେ ଥିବା ଏକ ଗଭୀର ଖାଇରୁ ଇନ୍ଦୋର ବ୍ୟବସାୟୀ ରାଜାଙ୍କ ମୃତଦେହ ଠାବ ହେବାର ୧୦ ଦିନ ପରେ ସେହି ସ୍ଥାନରୁ ଏକ ଦାଆ ମଧ୍ୟ ମିଳିଥିଲା। ରାଜାଙ୍କୁ ଏହି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଥିଲା। ତେବେ ସ୍ତ୍ରୀ ସୋନମଙ୍କ ପତ୍ତା ମିଳି ନ ଥିବାରୁ ପୋଲିସ ତନାଘନା ଜାରି ରଖିଥିଲା। ଇତିମଧ୍ୟରେ ମେଘାଳୟର ଜଣେ ଟୁରିଷ୍ଟ ଗାଇଡ୍‌ ଏହି ଦମ୍ପତି ନିଖୋଜ ହେବା ଦିନ ସେମାନଙ୍କୁ ଅନ୍ୟ ୩ ଜଣଙ୍କ ସହ ଦେଖିଥିବା କଥା ଶନିବାର କହିଥିଲେ। ମେ’ ୨୩ ପୂର୍ବାହ୍ନ ୧୦ଟାରେ ସେହି ୫ ଜଣ ନୋଙ୍ଗ୍‌ରିଆଟ୍‌ରୁ ମଲାଖିଆଟ୍‌କୁ ୩,୦୦୦ ପାଦ ଉପରକୁ ଟ୍ରେକିଂ କରି ଚଢ଼ିଥିବା ବିଷୟ ସେ ପୋଲିସକୁ ଜଣାଇଥିଲେ। ଟୁରିଷ୍ଟ ଗାଇଡ୍‌ଙ୍କ ବୟାନ ଏଥିରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ପୋଲିସର ସନ୍ଦେହ ଦୃଢ଼ୀଭୂତ କରିଥିଲା। ସେମାନେ ସମସ୍ତେ ହିନ୍ଦୀ କହୁଥିବାରୁ ପୋଲିସର ତଲାସି ଅଭିଯାନ ରାଜ୍ୟ ବାହାରକୁ ଲମ୍ବିଥିଲା। ଏହି ୩ ଜଣ ବ୍ୟକ୍ତି କିଏ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଭିକି, ଆକାଶ ଓ ଆନନ୍ଦଙ୍କୁ ରାଜାଙ୍କ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ରାଜାଙ୍କୁ ହତ୍ୟା କରିବା ଲାଗି ସୋନମ ଏହି ୩ ଜଣଙ୍କୁ ସୁପାରି ଦେଇଥିଲେ। ସୋନମ ତାଙ୍କ ପୂର୍ବ ପ୍ରେମିକ ରାଜ କୁଶଓ୍ବାହଙ୍କୁ ବିବାହ କରିବା ପାଇଁ ସ୍ବାମୀଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଥିଲେ। ଏଥିଲାଗି ବିବାହର ସପ୍ତାହେ ଭିତରେ ସେ ନିଜ ସ୍ବାମୀଙ୍କୁ ହତ୍ୟା କରାଇଛନ୍ତି। ରାଜ କୁଶଓ୍ବାହଙ୍କୁ ମଧ୍ୟ ଗିରଫ କରାଯାଇଥିବା ମେଘାଳୟ ପୋଲିସ ସୋମବାର ସ୍ପଷ୍ଟ କରିଛି। ପୋଲିସର କହିବା ହେଲା ସୋନମ ସ୍ବାମୀ ରାଜାଙ୍କୁ ହତ୍ୟା କରାଇବା ପାଇଁ ଅଭିଯୁକ୍ତମାନଙ୍କୁ ସୁପାରି ଦେଇଥିଲେ। ପୋଲିସ ସୂତ୍ର ଅନୁଯାୟୀ, ସୋନମ ରଘୁବଂଶୀ ତାଙ୍କ ପ୍ରେମିକଙ୍କ ସହ ମିଶି ଏହି ଅପରାଧ କରିଥିଲେ। ବିବାହର ମାତ୍ର ୫ ଦିନ ପରେ, ସୋନମ ରାଜା ରଘୁବଂଶୀଙ୍କ ହତ୍ୟାର ସମ୍ପୂର୍ଣ୍ଣ ସ୍କ୍ରିପ୍ଟ ଲେଖିଥିଲେ। ସିସିଟିଭି ଫୁଟେଜ ଓ ସେମାନଙ୍କ ସ୍ବୀକାରୋକ୍ତି ଏହି ଥିଓରିକୁ ଦୃଢ଼ କରିଛି। ରାଜାଙ୍କ ପରିବାର ସିବିଆଇ ତଦନ୍ତ ଦାବି କରିଛି। ସୋନମ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ରାଜାଙ୍କ ମା’ ଉମା ରଘୁବଂଶୀ ଦାବି କରିଛନ୍ତି। ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି ଫାଷ୍ଟଟ୍ରାକ୍‌ କୋର୍ଟରେ ହୋଇପାରେ ବୋଲି କୁହାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri