Posted inଜାତୀୟ

ପ୍ରେମିକଙ୍କୁ ପ୍ରତିଶ୍ରୁତି,ସ୍ବାମୀଙ୍କୁ ଧୋକା: ବିବାହର ମାତ୍ର ୫ ଦିନ ପରେ ସ୍ବାମୀଙ୍କ ହତ୍ୟାର ସ୍କ୍ରିପ୍ଟ ପ୍ରସ୍ତୁତ କରିଥିଲେ ସୋନମ

ଶିଲଂ/ଇନ୍ଦୋର/ଗାଜିପୁର,୧୦ା୬:ନବ ଦମ୍ପତି ରାଜା ରଘୁବଂଶୀ ଓ ସୋନମ ହନିମୁନ୍‌ରେ ଇଷ୍ଟ୍‌ ଖାସି ହିଲ୍ସ ଚେରାପୁଞ୍ଜି ବୁଲିବାକୁ ଯାଉଥିଲେ। ମେ’ ୨୩ରେ ଉଭୟେ ନିଖୋଜ ହୋଇଯାଇଥିଲେ। ଏହାର ଦିନକ ପରେ ଦୁହଁିଙ୍କୁ ଶେଷଥର ପାଇଁ ନୋଙ୍ଗ୍‌ରିଆଟ୍‌ର ବାଲାଜୀ ହୋମ୍‌ଷ୍ଟେ’ରେ ଦେଖିବାକୁ ମିଳିଥିଲା। ରାଜା ଓ ସୋନମ ବୁଲାବୁଲି କରିବା ପାଇଁ ଭଡ଼ାରେ ନେଇଥିବା ଏକ ସ୍କୁଟର ନିଖୋଜ ହେବାର ଦିନକ ପରେ ସୋହରାରିମ୍‌ରେ ପରିତ୍ୟକ୍ତ ଅବସ୍ଥାରେ ଠାବ ହୋଇଥିଲା। ରିଆଟ୍‌ ଆର୍ଲିଅଙ୍ଗ୍‌ର ଓ୍ବେଇସାଡୋଙ୍ଗ୍‌ ପାର୍କିଂ ଲଟ୍‌ରେ ଥିବା ଏକ ଗଭୀର ଖାଇରୁ ଇନ୍ଦୋର ବ୍ୟବସାୟୀ ରାଜାଙ୍କ ମୃତଦେହ ଠାବ ହେବାର ୧୦ ଦିନ ପରେ ସେହି ସ୍ଥାନରୁ ଏକ ଦାଆ ମଧ୍ୟ ମିଳିଥିଲା। ରାଜାଙ୍କୁ ଏହି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଥିଲା। ତେବେ ସ୍ତ୍ରୀ ସୋନମଙ୍କ ପତ୍ତା ମିଳି ନ ଥିବାରୁ ପୋଲିସ ତନାଘନା ଜାରି ରଖିଥିଲା। ଇତିମଧ୍ୟରେ ମେଘାଳୟର ଜଣେ ଟୁରିଷ୍ଟ ଗାଇଡ୍‌ ଏହି ଦମ୍ପତି ନିଖୋଜ ହେବା ଦିନ ସେମାନଙ୍କୁ ଅନ୍ୟ ୩ ଜଣଙ୍କ ସହ ଦେଖିଥିବା କଥା ଶନିବାର କହିଥିଲେ। ମେ’ ୨୩ ପୂର୍ବାହ୍ନ ୧୦ଟାରେ ସେହି ୫ ଜଣ ନୋଙ୍ଗ୍‌ରିଆଟ୍‌ରୁ ମଲାଖିଆଟ୍‌କୁ ୩,୦୦୦ ପାଦ ଉପରକୁ ଟ୍ରେକିଂ କରି ଚଢ଼ିଥିବା ବିଷୟ ସେ ପୋଲିସକୁ ଜଣାଇଥିଲେ। ଟୁରିଷ୍ଟ ଗାଇଡ୍‌ଙ୍କ ବୟାନ ଏଥିରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ପୋଲିସର ସନ୍ଦେହ ଦୃଢ଼ୀଭୂତ କରିଥିଲା। ସେମାନେ ସମସ୍ତେ ହିନ୍ଦୀ କହୁଥିବାରୁ ପୋଲିସର ତଲାସି ଅଭିଯାନ ରାଜ୍ୟ ବାହାରକୁ ଲମ୍ବିଥିଲା। ଏହି ୩ ଜଣ ବ୍ୟକ୍ତି କିଏ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଭିକି, ଆକାଶ ଓ ଆନନ୍ଦଙ୍କୁ ରାଜାଙ୍କ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ରାଜାଙ୍କୁ ହତ୍ୟା କରିବା ଲାଗି ସୋନମ ଏହି ୩ ଜଣଙ୍କୁ ସୁପାରି ଦେଇଥିଲେ। ସୋନମ ତାଙ୍କ ପୂର୍ବ ପ୍ରେମିକ ରାଜ କୁଶଓ୍ବାହଙ୍କୁ ବିବାହ କରିବା ପାଇଁ ସ୍ବାମୀଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଥିଲେ। ଏଥିଲାଗି ବିବାହର ସପ୍ତାହେ ଭିତରେ ସେ ନିଜ ସ୍ବାମୀଙ୍କୁ ହତ୍ୟା କରାଇଛନ୍ତି। ରାଜ କୁଶଓ୍ବାହଙ୍କୁ ମଧ୍ୟ ଗିରଫ କରାଯାଇଥିବା ମେଘାଳୟ ପୋଲିସ ସୋମବାର ସ୍ପଷ୍ଟ କରିଛି। ପୋଲିସର କହିବା ହେଲା ସୋନମ ସ୍ବାମୀ ରାଜାଙ୍କୁ ହତ୍ୟା କରାଇବା ପାଇଁ ଅଭିଯୁକ୍ତମାନଙ୍କୁ ସୁପାରି ଦେଇଥିଲେ। ପୋଲିସ ସୂତ୍ର ଅନୁଯାୟୀ, ସୋନମ ରଘୁବଂଶୀ ତାଙ୍କ ପ୍ରେମିକଙ୍କ ସହ ମିଶି ଏହି ଅପରାଧ କରିଥିଲେ। ବିବାହର ମାତ୍ର ୫ ଦିନ ପରେ, ସୋନମ ରାଜା ରଘୁବଂଶୀଙ୍କ ହତ୍ୟାର ସମ୍ପୂର୍ଣ୍ଣ ସ୍କ୍ରିପ୍ଟ ଲେଖିଥିଲେ। ସିସିଟିଭି ଫୁଟେଜ ଓ ସେମାନଙ୍କ ସ୍ବୀକାରୋକ୍ତି ଏହି ଥିଓରିକୁ ଦୃଢ଼ କରିଛି। ରାଜାଙ୍କ ପରିବାର ସିବିଆଇ ତଦନ୍ତ ଦାବି କରିଛି। ସୋନମ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ରାଜାଙ୍କ ମା’ ଉମା ରଘୁବଂଶୀ ଦାବି କରିଛନ୍ତି। ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି ଫାଷ୍ଟଟ୍ରାକ୍‌ କୋର୍ଟରେ ହୋଇପାରେ ବୋଲି କୁହାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

ଚିଠା ଭୋଟର ତାଲିକା ପ୍ରକାଶ, ବାଦ୍ ପଡିଲେ ୩୬,୩୪୨

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡଳୀ ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ ମାନଙ୍କ ଦ୍ଵାରା…

ଶୋଇଥିବା ବେଳେ ଯୁବକଙ୍କୁ ପଥର ଛେଚି ହତ୍ୟା

କେନ୍ଦୁଝର,୫।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଅଞ୍ଜର ଗ୍ରାମର ଏକ ଘରୁ ପୋଲିସ ରବିବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଜବତ କରିଛି।…

ବରଗଡ଼ରେ ଉନ୍ମୋଚନ ହେଲା ଚିଠା ଭୋଟର ତାଲିକା, ଜିଲାପାଳ କହିଲେ….

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ରବିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଅନ୍ତର୍ଗତ ଚିଠା ନିର୍ବାଚନ ତାଲିକା ଆନୁଷ୍ଠାନିକ ଭାବେ…

PCBର ବଡ଼ ଘୋଷଣା, ପୁଣି ଥରେ ବାବର ଆଜମ ହେଲେ ଅଧିନାୟକ

ଇସଲାମାବାଦ,୫।୭: ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ବଡ଼ ଘୋଷଣା। ଆଗାମୀ ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ଗସ୍ତ ପାଇଁ ବୋର୍ଡ ଟେଷ୍ଟ ଦଳର ଘୋଷଣା କରିଛି। ଏହା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri