ଝିଅକୁ ପୂଜା କଲେ ରାଜକୁନ୍ଦ୍ରା, ଲୋକେ କହିଲେ ୯ଶହ ମୂଷା ଖାଇ ବିଲେଇ ବାହାରିଛି ହଜ କରି

ମୁମ୍ବାଇ: ଏବେ ସାରା ଦେଶରେ ପାଳନ କରାଯାଉଛି ନବରାତ୍ର । ମଙ୍ଗଳବାର ହେଉଛି ଏହାର ଶେଷ ଦିନ । ଏଥର ୩ ଅକ୍ଟୋବରରେ ପଡିଥିଲା ଦୁର୍ଗାଷ୍ଟମୀ । ଏହିଦିନ କନ୍ୟା ପୂଜନର ବିଧି ରହିଛି । ଅନେକ ଲୋକ ଏହିଦିନ କନ୍ୟାମାନଙ୍କୁ ପୂଜା କରିଥାଆନ୍ତି । ଏହି ଅବସରରେ ବଲିଉଡ ନାୟିକା ଶିଳ୍ପା ସେଟ୍ଟିବି ତାଙ୍କ ଘରେ କନ୍ୟା ଭୋଜର ଆୟୋଜନ କରିଥିଲେ । ଏଥିରେ ସେ ତାଙ୍କ ଝିଅ ସମିଷାକୁ ପୂଜା କରିଥିଲେ । ଏହାର ଏକ ଭିଡିଓ ଶିଳ୍ପ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏବେ ଏହାକୁ ନେଇ ଭିନ୍ନ ଭିନ୍ନ କମେଣ୍ଟସ ଆସୁଛି ।
ଉକ୍ତ ଭିଡିଓରେ ଶିଳ୍ପାଙ୍କ ପତି ତଥା ବିଜନେସମ୍ୟାନ ରାଜକୁନ୍ଦ୍ରା ତାଙ୍କ ଝିଅ ସମିଷାର ଗୋଡ ଧୋଇଦେଇ ତାଙ୍କୁ ପୂଜା କରୁଥିବା ଦେଖାଯାଇଛି । ବ୍ରାହ୍ମଣଙ୍କ କହିବା ଅନୁଯାୟୀ, ରାଜ ଝିଅ ସମିଷାର ଗୋଡକୁ ପୋଛିଦେଉଛନ୍ତି, ଏହାପରେ ଲାଲ ଚନ୍ଦନର ଟିପା ଲଗାଇ ଦେଇ ତାଙ୍କୁ ଆଳତି ଦେଇ ପୂଜା କରୁଛନ୍ତି । ଏବେ ଏହି ଭିଡିଓକୁ ଦେଖି ଭିନ୍ନ ଭିନ୍ନ କମେଣ୍ଟ ଆସୁଥିବା ବେଳେ ଜଣେ ୟୁଜର୍ସ ଲେଖିଛନ୍ତି ୯୦୦ ମୂଷା ଖାଇ ବିଲେଇ ବାହାରିଛି ହଜ କରିବାକୁ । ଅନ୍ୟ ଜଣେ ଲେଖିଛନ୍ତି, ଖୁବ୍ ସୁନ୍ଦର ଏମିତିବି ବାହାରର ଝିଅଙ୍କୁ ସମ୍ମାନ ଦିଅନ୍ତୁ କୁନ୍ଦ୍ରା ଜି । ଆଉ ଜଣେ ଲେଖିଛନ୍ତି, ଆରେ ଫେସସିଲ୍ଡ କୁଆଡେ ଗଲା । ଆଜି ମୁହଁ ଦେଖାଦେଲା, ଆଜି ସବୁ ପାପା ଧୋଇଯିବ । ଏମିତି ଭାବେ ୟୁଜର୍ସ ରାଜଙ୍କୁ ଟ୍ରୋଲ କରୁଛନ୍ତି ।

Share