ସାମ୍ନାକୁ ଆସିଲା ରାଜ କୌଶଲଙ୍କ ଶେଷ ଫିଲ୍ମର ରିଲିଜ୍‌ ଡେଟ୍‌

ମୁମ୍ବାଇ: ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ବାମୀ ରାଜ୍‌ କୌଶଲଙ୍କ ଶେଷ ଫିଲ୍ମ ନଭେମ୍ବରରେ ରିଲିଜ୍‌ ହେବାକୁ ଯାଉଛି। ରାଜ୍‌ ଆଉ ଏ ଦୁନିଁଆରେ ନାହାନ୍ତି। ତାଙ୍କର ଚଳିତ ବର୍ଷ ଜୁନରେ ଦେହାନ୍ତ ହୋଇଥିଲା। ତେବେ ରାଜ୍‌ଙ୍କ ଶେଷ ଫିଲ୍ମ ‘ଅକଡ ବକଡ ରଫୁ ଚକ୍କର’ର ରିଲିଜ୍‌ ଡେଟ୍‌ ସାମ୍ନାକୁ ଆସିଛି । ଆମାଜନ ପ୍ରାଇମ୍‌ରେ ୩ ନଭେମ୍ବରରେ ଏହା ରିଲିଜ୍‌ ହେବ।

ତେବେ ମନ୍ଦିରା ଇନଷ୍ଟାଗ୍ରାମରେ ଇମୋସ୍‌ନାଲ ପୋଷ୍ଟ କରି ଲେଖିଛନ୍ତି ଯେ, ‘ରାଜ୍‌ଙ୍କର ତାଙ୍କ କାମ ପ୍ରତି ବହୁତ ଭଲପାଇବା ଥିଲା, ତାଙ୍କ ଆଖିରେ କାମ ପ୍ରତି ଏକ ଚମକ ଦେଖାଯାଉଥିଲା। ଏହି ଫିଲ୍ମ ରିଲିଜ୍‌ ହେବାକୁ ନେଇ ମନ୍ଦିରା ଯେତିକି ଖୁସି ହେଉଛନ୍ତି ଏହାକୁ ଦେଖିବାକୁ ରାଜ୍‌ ନଥିବାରୁ ତାଙ୍କୁ ନେଇ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି।

Share