ଦକ୍ଷିଣ ଭାରତୀୟ ଷ୍ଟାର ସାମନ୍ଥା ରୁଥ ପ୍ରଭୁ ନିକଟରେ ଦ୍ୱିତୀୟ ବିବାହ କରିଛନ୍ତି। ଦି ଫ୍ୟାମିଲି ମ୍ୟାନ ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କ ହାତ ଧରିଛନ୍ତି ସାମନ୍ଥା। ଏହି ଦମ୍ପତି ଏକ ସରଳ ଢଙ୍ଗରେ ବିବାହ କରିଥିଲେ। ବିବାହ ପରେ ସାମନ୍ଥାଙ୍କୁ ଏକ ଦାମୀ ଉପହାର ମିଳିଛି। ଏହି ଉପହାର ଆଉ କେହି ନୁହେଁ, ସ୍ବାମୀ ଦେଇଛନ୍ତି। ରାଜ ସାମନ୍ଥାଙ୍କୁ ଏକ ସୁନ୍ଦର ଘର ଉପହାର ଦେଇଛନ୍ତି। ଏହି ଘର ହାଇଦ୍ରାବାଦର ଜୁବୁଲି ହିଲ୍ସରେ ଅବସ୍ଥିତ। ବିବାହ ସମୟରେ ସାମନ୍ଥାଙ୍କୁ ଘରର ଚାବି ଦେଇଥିଲେ। ସିଟାଡେଲ ଶୁଟିଂ ସମୟରେ ସାମନ୍ଥା ଏବଂ ରାଜ ପ୍ରେମରେ ପଡ଼ିଯାଇଥିଲେ।
ଏହା ରାଜ ଏବଂ ସାମନ୍ଥା ଉଭୟଙ୍କ ପାଇଁ ଦ୍ୱିତୀୟ ବିବାହ। ରାଜ ପ୍ରଥମେ ଶ୍ୟାମଳୀ ଦେଙ୍କୁ ବିବାହ କରିଥିଲେ। ଏହି ଦମ୍ପତି ୨୦୧୫ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏବଂ ୨୦୨୨ରେ ଅଲଗା ହୋଇଥିଲେ। ସାମନ୍ଥା ପୂର୍ବରୁ ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ। ଏହି ବିବାହ ମାତ୍ର ଚାରି ବର୍ଷ ଚାଲିଥିଲା। ସାମନ୍ଥା ଏବଂ ନାଗା ୨୦୧୭ରେ ବିବାହ କରିଥିଲେ ଏବଂ ୨୦୨୧ରେ ଅଲଗା ହୋଇଥିଲେ।
Dharitri – Odisha’s No.1 Odia Daily


