ବର୍ଷାଋତୁ ଆସୁଛି: ଆଶଙ୍କାରେ ତଟାଞ୍ଚଳବାସୀ

କେନ୍ଦ୍ରାପଡ଼ା ଅଫିସ, ୪।୬: ବିଶ୍ୱତାପନ ଯୋଗୁ ସମୁଦ୍ର ଉପରେ ପ୍ରଭାବ ପଡୁଛି। ଏହାର ପ୍ରଭାବରେ ଉତ୍ତାଳ ଜୁଆର ପାଣି ଗ୍ରାମ ମଧ୍ୟକୁ ପଶୁଛି। ଲୁଣାବନ୍ଧ ଟପି ଚାଷବାସକୁ କ୍ଷତି ପହଞ୍ଚାଉଛି। ପ୍ରତିବର୍ଷ ସାମୁଦ୍ରିକ ଝଡ଼ ବର୍ଷା ପରି ପ୍ରାକୃତିକ ବିପତ୍ତି କେନ୍ଦ୍ରାପଡ଼ା ଜିଲାକୁ ରହିଛି। ଅପରପକ୍ଷରେ ସମୁଦ୍ର ଓ ନଦୀ ତଟାଞ୍ଚଳରେ ଚିଙ୍ଗୁଡ଼ି ଘେରି ସ୍ଥାନୀୟ ଅଞ୍ଚଳ ପାଇଁ ବିପତ୍ତି ସାଜିଛି। ସମୁଦ୍ର ଜୁଆରିଆ ସମୟରେ ତଟବର୍ତ୍ତୀ ସ୍ଥାନ ଓ ନଦୀତଟର ସର୍ବୋଚ୍ଚ ସୀମା ଚିହ୍ନଟ ପାଇଁ ହାଇକୋର୍ଟ ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଅଦ୍ୟାବଧି ଆଲୋଚନା ହୋଇନାହିଁ। ସେହିପରି ଜିଓ ଟ୍ୟୁବୱାଲର ସ୍ଥିତି ପରଖା ଯାଉନାହିଁ। ଆଗକୁ ବର୍ଷାଋତୁ ଆସୁଛି। ବନ୍ୟା, ବାତ୍ୟା, ସୁନାମି ପରି ପ୍ରାକୃତିକ ବିପଦର ସମ୍ଭାବନା ଥିବା ତଟାଞ୍ଚଳକୁ ଏକ ବୈଷୟିକ ଟିମ୍‌ ଦ୍ୱାରା ତଦନ୍ତ କରାଯାଉ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଆରମ୍ଭ ହୋଇଛି।
ସାମାଜିକ କର୍ମୀ ପ୍ରଭାତ କୁମାର ଲେଙ୍କା କହିଛନ୍ତି, ଆଦ୍ରଭୂମି ସୁରକ୍ଷା ସମ୍ପର୍କରେ ହାଇକୋର୍ଟରେ ଏକ ପିଆଇଏଲ ମାମଲାକୁ ଚିଫ ଜଷ୍ଟିସ ଏସ୍‌. ମୂରଲୀଧର ଓ ଜଷ୍ଟିସ ଆର. କେ. ପଟ୍ଟନାୟକଙ୍କ ଡିଭିଜନ ବେଞ୍ଚ ଶୁଣାଣି କରିଥିଲେ। ଏଥିରେ ସମୁଦ୍ର ତଟକ୍ଷୟ ଓ ସୁରକ୍ଷା ସମ୍ପର୍କରେ ଆମିକସକ୍ୟୁରୀ ମୋହିତ ଅଗ୍ରୱାଲ ଦର୍ଶାଇଥିଲେ ଯେ, ବିଭିନ୍ନ କାରଣ ସହିତ ଚିଙ୍ଗୁଡ଼ି ଘେରି ଏବେ ମୁଖ୍ୟ ପ୍ରସଙ୍ଗ ହୋଇଛି। ଏହି ଘେରି ଯୋଗୁ ତଟାଞ୍ଚଳ ନଷ୍ଟ ହେଉଛି। ଡିଭିଜନ ବେଞ୍ଚର ଶୁଣାଣି ସମୟରେ କେନ୍ଦ୍ରାପଡ଼ା ଜିଲାପାଳ ଦର୍ଶାଇଛନ୍ତି ଯେ, ରାଜକନିକା ବ୍ଲକ ଅଞ୍ଚଳର ଚିହ୍ନଟ ଚିଙ୍ଗୁଡ଼ି ଘେରି ମଧ୍ୟରୁ କିଛି ପରିମାଣରେ ଉଚ୍ଛେଦ ହୋଇଛି। ଅନ୍ୟ ଅଞ୍ଚଳରେ ଘେରି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖିଲେ ଜୀବନ ଜୀବିକା ଆଶଙ୍କାରେ ଜିଲାର ୬୪ ସୁନାମିପ୍ରବଣ ଚିହ୍ନଟ ଗ୍ରାମବାସୀ ଅଛନ୍ତି। ଜିଲାର ଥିବା ୭ ନଦୀକୁ ସଂଯୋଗୀକରଣ ସହ ୪୮ କିଲୋମିଟର ତଟାଞ୍ଚଳରେ ଘଞ୍ଚ ହେନ୍ତାଳବଣ ସୃଷ୍ଟି ପାଇଁ ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ପେଣ୍ଠର ପ୍ରସନ୍ନ କୁମାର ଦାସ କହିଛନ୍ତି, ଆଗକୁ ବର୍ଷାଋତୁ ଆସୁଛି। ପ୍ରତିବର୍ଷ ପରି ସାମୁଦ୍ରିକ ଝଡ଼ ପ୍ରଭାବ ତଟାଞ୍ଚଳ ଉପରେ ପଡ଼ିବ। ସମୁଦ୍ର ଜୁଆରିଆ ହେଲେ ସ୍ଥାନୀୟ ନଦୀ, ନାଳ ଉଚ୍ଛୁଳି ପଡୁଛି। ଅଧିକ ଜୁଆରିଆରେ ଲୁଣା ବନ୍ଧ ଟପି ଚାଷ ବାସ ନଷ୍ଟ କରୁଛି। ପେଣ୍ଠଠାରେ ପ୍ରତିବର୍ଷ ସମୁଦ୍ର ୧୨ ମିଟର ଗ୍ରାମ ଆଡ଼କୁ ମାଡ଼ି ଆସୁଥିଲା। ଏହାକୁ ଦୃଷ୍ଟିରେ ରଖାଯାଇ ୫୦୫ ମିଟର ଜିଓ ସିନ୍ଥେଟିକ ଟ୍ୟୁବୱାଲ ନିର୍ମାଣ ହୋଇଥିଲା। ତେବେ ପଥରର ଧାର ଗାବିଅନ ବକ୍ସର ରଶିକୁ ନଷ୍ଟ କରୁଛି। ଫଳରେ ପଥରଗୁଡ଼ିକ ସମୁଦ୍ର ଗର୍ଭକୁ ଚାଲିଯାଉଛି। ସେହିପରି ଏହି ୱାଲ ନିର୍ମାଣରେ ଥିବା ବୈଷୟିକ ତ୍ରୁଟିକୁ ସଂଶୋଧନ କରାଯାଉନାହିଁ। ବର୍ଷାଋତୁ ଆସିଲେ ସ୍ଥାନୀୟ ସୁନାମି ପ୍ରବଣ ଚିହ୍ନଟ ୬୪ଟି ଗ୍ରାମର ଅଧିବାସୀଙ୍କ ଜୀବନଜୀବିକା ଉପରେ ଆଶଙ୍କା ବଢ଼ୁଛି। ବଗପାଟିଆର ନିରାକାର ସ୍ବାଇଁ କହିଛନ୍ତି, ଚିଙ୍ଗୁଡ଼ି ଘେରି ତଟକ୍ଷୟ ରୋକିବାରେ ବାଧକ ହୋଇଛି। ଏହି ଘେରି ପ୍ରଭାବରେ ହଜାର ହଜାର ହେକ୍ଟର ଚାଷ ଜମି ଲୁଣା ମାଡ଼ିବା ସହ ଗଛ ନଷ୍ଟ କରୁଛି। ହାଇକୋର୍ଟ ପକ୍ଷରୁ ବାରମ୍ବାର ସତର୍କ କରାଗଲେ ମଧ୍ୟ ଜିଲା ପ୍ରଶାସନ ଉପରେ ଏହାର ପ୍ରଭାବ ପଡ଼ୁନାହିଁ। ନାମକୁମାତ୍ର ହିଡ଼ ଭାଙ୍ଗି ଚିଙ୍ଗୁଡ଼ି ଘେରି ଉଚ୍ଛେଦ ହେଲା ବୋଲି ଜିଲା ପ୍ରଶାସନ ଦର୍ଶାଉଛି। ଅଧିକ ଜୁଆରିଆ ସମୟରେ କେତେଦୂର ପର୍ଯ୍ୟନ୍ତ ପାଣି ଯାଉଛି, ତାହା ଚିହ୍ନଟ ପରେ ୧ କିଲୋମିଟର ପରିଧିରେ ଚିଙ୍ଗୁଡ଼ି ଘେରିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଉ। ସାମାଜିକ କର୍ମୀ ମନ୍ମଥ ନାଥ ରାଉତ କହିଛନ୍ତି, ଉପକୂଳ କେନାଲର ଆବଶ୍ୟକତା ଅଛି। ସମୁଦ୍ର ତଟଠାରୁ ୧୦ କିଲୋମିଟର ଦୂରରେ ଏହାକୁ ନିର୍ମାଣ କରାଯାଇ ଜିଲାର ୭ ନଦୀକୁ ଏଥିରେ ସଂଯୋଗ କରାଯାଉ। ଫଳରେ ବନ୍ୟା ନିୟନ୍ତ୍ରଣ ହେବା ସହ ଚାଷ କାର୍ଯ୍ୟ ଓ ତଟାଞ୍ଚଳରେ ହେନ୍ତାଳବଣ ସୃଷ୍ଟି ହୋଇପାରିବ। ସେହିପରି ଚିଙ୍ଗୁଡ଼ି ଘେରି ଉଚ୍ଛେଦ ସହ ସାମଗ୍ରୀ ଜବତ କରି ଚାଷୀଙ୍କ ନାମରେ ମାମଲା ରୁଜୁ କରାଯାଉ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri