ଚାଷରେ ବାଧକ ସାଜିଛି ବର୍ଷାଜଳ

ଡେରାବିଶ,୨୪ା୮(ବେବର୍ତା ଅଜୟ ଦାସ)ବର୍ଷାର ଲୁଚକାଳି ଖେଳ ପରେ ବହୁ ବିଳମ୍ବରେ ଲଘୁଚାପ ଜନିତ ବର୍ଷା ହେବାରୁ ଚାଷୀଙ୍କ ମନରେ ଆନନ୍ଦ ଦେଖାଦେଇଛି ା ମାତ୍ର ବିଲରେ ଧାନ ଫସଲ ରୁଆପୋତା କାର୍ଯ୍ୟ ଆଗେଇ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଡ୍ରେନେଜ୍‌ ବିଭାଗର ଅପାରଗତା ପାଇଁ ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ଚାଷଜମିରେ ଜମି ରହିଛି ା ଫଳରେ ଫସଲ ହାନୀ ହେବା ଚିନ୍ତାରେ ଚାଷୀ ରହିଛି ା ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଡେରାବିଶ ତହସିଲ ଅଧୀନ ଚାନ୍ଦୋଳ, ପଲେଇ, ଖମୋଳ, ବାଲିଆ, ଗୋଲରାହାଟ, କାଉପଡ଼ା ଆଦି ପଞ୍ଚାୟତରେ ା ଶତାଧିକ ଏକର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇରହିଛି ା ଡ୍ରେନେଜ୍‌ ବିଭାଗର ୧୯ ନଂ. ଡ୍ରେନେଜ୍‌ କଟ୍‌କୁ ସଫେଇ ନ କରାଯିବା ଫଳରେ ପାଣି ନିଷ୍କାସନରେ ସମସ୍ୟା ଦେଖାଦେଇଥିବା ନେଇ ଏବଂ ତୁରନ୍ତ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ବୁଧବାର ଡେରାବିଶ ତହସିଲଦାରଙ୍କ ନିକଟରେ ବହୁ ଚାଷୀ ଅଭିଯୋଗ କରିଛନ୍ତି। ଚାଷୀମାନେ ଦେଇଥିବା ଅଭିଯୋଗ ଅନୁଯାୟୀ, ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜଳନିଷ୍କାସନର ସ୍ଥାୟୀ ବ୍ୟବସ୍ଥା ପାଇଁ ଜିଲା ପ୍ରଶାସନଠାରୁ ଆରମ୍ଭ କରି ଡ୍ରେନେଜ ବିଭାଗ ପର୍ଯ୍ୟନ୍ତ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ଏଯାଏ ନିଆଯାଇ ନାର୍ହି ା ଫଳରେ ପ୍ରତ୍ୟେକ ବର୍ଷ ଦୀର୍ଘଦିନ ଧରି ବର୍ଷା ଜଳରେ ଫସଲ ବୁଡ଼ି ରହିବା ଦ୍ୱାରା ପ୍ରତ୍ୟେକ ବର୍ଷ ଫସଲ ହାନୀ ହେଉଥିବାରୁ ଚାଷୀମାନେ ବହୁ ପରିମାଣରେ କ୍ଷତି ସହୁଛନ୍ତି ବୋଲି ଦର୍ଶାଯାଇଛି ା ଚଳିତ ବର୍ଷ ମଧ୍ୟ ଜଳ ନିଷ୍କାସନର ସମସ୍ୟା ଚାଷ ଆରମ୍ଭରୁ ଦେଖାଦେଇଥିବାରୁ ଚଳିତ ବର୍ଷ ମଧ୍ୟ ଫସଲହାନୀର ଆଶଙ୍କା ରହିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ା ଏ ବିଷୟରେ ଅଗ୍ରଣୀ ଚାଷୀ ବିଧୁଭୂଷଣ ମହାପାତ୍ର କହିଛନ୍ତି, ତହସିଲଦାରଙ୍କୁ ଏ ବିଷୟରେ ଗତ ସପ୍ତାହରେ ଜଳ ନିଷ୍କାସନ ସମସ୍ୟା ନେଇ ଅଭିଯୋଗ କରାଯାଇଥିଲା ା ତହସିଲଦାର ଡ୍ରେନେଜ୍‌ କଟ ବିଭାଗର ଯନ୍ତ୍ରୀଙ୍କୁ ଡକାଇ ଜଳ ନିଷ୍କାସନ ପାଇଁ ତୁରନ୍ତ ବ୍ୟବସ୍ଥା କରିବା ଉପରେ ଆଲୋଚନା କରିଥିଲେ ା ବିଭାଗୀୟ ଯନ୍ତ୍ରୀ ତୁରନ୍ତ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନ ଥିବାରୁ ଆଜି ବହୁଳ ସଂଖ୍ୟାରେ ଚାଷୀମାନେ ତହସିଲଦାରଙ୍କ ନିକଟରେ ପୁନର୍ବାରୀ ଅଭିଯୋଗ ପାଇଁ ଆସିଥିଲେ ବୋଲି ବିଧୁଭୂଷଣ କହିଥିଲେ। ଆସନ୍ତା ୭ ଦିନ ମଧ୍ୟରେ ଏହାର ତୁରନ୍ତ ସମାଧାନ ନ ହେଲେ କ୍ଷତିଗ୍ରସ୍ତ ଚାଷୀମାନେ କଟକ-ଚାନ୍ଦବାଲି ରାଜପଥ, ୫୩ ନଂ. ଜାତୀୟ ରାଜପଥକୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଥିବା ବିଧୁଭୂଷଣ ସୂଚନା ଦେଇଛନ୍ତି ା
ଏ ବିଷୟରେ ତହସିଲଦାର ଅକ୍ଷୟ ପରିଡ଼ାଙ୍କୁ ପଚାରିବାରୁ ସେ କହିଛନ୍ତି, ଏହା ପୂର୍ବରୁ ଚାଷୀମାନେ କରିଥିବା ଅଭିଯୋଗର ସମାଧାନ ପାଇଁ ଡ୍ରେନେଜ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ଏବଂ ଉକ୍ତ ଅଞ୍ଚଳର ଚାଷୀମାନଙ୍କୁ ଡକାଯାଇ ଏ ସମ୍ପର୍କରେ ଆଲୋଚନା ମଧ୍ୟ କରାଯାଇଥିଲା ା ଶୀଘ୍ର ଏହାର ସମାଧାନ ପାଇଁ ବିଭାଗୀୟ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ା ତେବେ ଆଜିର ଏହି ଅଭିଯୋଗ ପାଇବା ପରେ ତୁରନ୍ତ ଜଳନିଷ୍କାସନ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଅବଗତ କରାଇଥିବା ନେଇ ତହସିଲଦାର ପରିଡ଼ା କହିଥିଲେ। ତେବେ କେନ୍ଦ୍ରାପଡ଼ା ଡ୍ରେନେଜ୍‌ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବାଙ୍କନିଧି ସାମଲଙ୍କୁ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି, ଜଳ ନିଷ୍କାସନ ପାଇଁ ୧୯ ନଂ. ଡ୍ରେନେଜ୍‌କଟ୍‌ରେ ଥିବା ଚେକଡ୍ୟାମ ନିକଟରେ ଜମାଟ ବାନ୍ଧିଥିବା ଦଳ ସଫା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଛି ା ଦିନେ ଦୁଇଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri