ଓଡ଼ିଶା ଉପକୂଳରେ ଅବପାତ ସୃଷ୍ଟି, ଏସବୁ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮।୮: ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଓଡ଼ିଶା ଉପକୂଳ ନିକଟ ସମୁଦ୍ରରେ ଅବପାତରେ ପରିଣତ ହୋଇଛି। ଏହି ଅବପାତ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୪୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ୯.୬ କିମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି, ଯାହା ଦକ୍ଷିଣ-ପଶ୍ଚିମ ଦିଗକୁ ଢଳିଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଏହି ଅବପାତ ଆଗାମୀ ୧୨ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଗଭୀର ଅବପାତରେ ପରିଣତ ହେବ ଏବଂ ୧୯ ଅଗଷ୍ଟ ୨୦୨୫ ପୂର୍ବାହ୍ନରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ।

ମୌସୁମୀ ଅବବାହିକା ବର୍ତ୍ତମାନ ନଳିୟା, ଜଳଗାଁ, ବ୍ରହ୍ମପୁରୀ, ଜଗଦଳପୁର ଦେଇ ଅବପାତର କେନ୍ଦ୍ର ଓ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ୧.୫ କିମି ଉଚ୍ଚତାରେ ବିସ୍ତାରିତ ହୋଇଛି।

ଏହି ଲଘୁଚାପ ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲାରେ ବର୍ଷା ଲାଗି ରହିଥିବା ଅବେଳେ ଆହୁରି ଦୁଇଦିନ ହାଲୁକାରୁ ମଧ୍ୟମ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ଏକ ବା ଦୁଇଟି ସ୍ଥାନରେ ଭାରୀରୁ ଅତି ଭାରୀ ବର୍ଷା ସହ ଅତ୍ୟଧିକ ବର୍ଷା ଏବଂ ବଜ୍ରପାତ ସହ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। କଳାହାଣ୍ଡି, ରାୟଗଡ଼ା, ଗଜପତି ଓ କନ୍ଧମାଳରେ ମଧ୍ୟ ଏକ ବା ଦୁଇଟି ସ୍ଥାନରେ ଭାରୀରୁ ଅତି ଭାରୀ ବର୍ଷା ଓ ବଜ୍ରପାତ ସହ ଝଟକା ପବନ ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri