ଖସୁଛି ପାରଦ, ବଢୁଛି ଶୀତ କଳାହାଣ୍ଡିରେ ଘନ କୁହୁଡି

ଭବାନୀପାଟଣା,୩ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ପାରଦ ଖସୁଥିବାବେଳେ ଶୀତର ପ୍ରକୋପ ବଢୁଛି। ସୁଲୁସୁଲିଆ ପବନ ସାଙ୍ଗକୁ ଘନ କୁହୁଡିର ଆସ୍ତରଣ ଘୋଡ଼େଇ ହୋଇଛି। ବଦଳି ଯାଇଛି କଳାହାଣ୍ଡିର ରୂପ। ଚାରିଆଡେ ଘନ କୁହୁଡି। ମଙ୍ଗଳବାର ସକାଳୁ ସହରରେ ଘନ କୁହୁଡିର ଚିତ୍ର ଦେଖିବାକୁ ମିଳିଥିଲା। ଏଥିଯୋଗୁ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଅନ୍ୟପକ୍ଷେ ଶୀତୁଆ ସକାଳେ କିଏ ବ୍ୟାୟମ କରି ତ ଆଉ କିଏ ପ୍ରକୃତି କୋଳରେ ବୁଲି ଘନ କୁହୁଡିର ମଜା ଉଠାଉଛନ୍ତି। ହେଲେ ଖଟିଖିଆ ଲୋକଙ୍କୁ କଷ୍ଟ ଦେଇଛି ଜାଡ। ଗତ କିଛିଦିନ ହେବ ଜିଲାରେ ପାରଦ ୧୫ ଡିଗ୍ରୀ ତଳେ ରହୁଛି। ଫଳରେ ଜିଲାରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି। ସକାଳ ହେଉ ବା ସାର ଜାଡ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଥୁଆମୂଳ ରାମପୁରରେ ତାପମାତ୍ରା ୧୦ଡିଗ୍ରୀ ରହିଥିବାବେଳେ କାଲୁଆ ପବନ ସାଙ୍ଗକୁ କାକର ତୁଷାରପାତର ଭ୍ରମ ସୃଷ୍ଟି କରୁଛି। ତେଣୁ ସକାଳ ହେଲେ ଲୋକେ ମର୍ନିଂ ଓ୍ବାକ୍‌ରେ ବାହାରି ପଡୁଥିବା ବେଳେ ଖୋଲାସ୍ଥାନରେ ବ୍ୟାୟାମ କରି ଶୀତୁଆ ସକାଳର ମଜା ନେଉଛନ୍ତି। କିଏ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ପରିଧାନ କରୁଛି ତ ଆଉ କିଏ ଗାଁ ଦାଣ୍ଡରେ ନିଆଁ ଲଗାଇ ପୋଇଁ ହେଉଛନ୍ତି। ଭବାନୀପାଟଣା ସହରରେ ସକାଳ ହେବା ମାତ୍ରେ ଶୀତର ମଜା ନେଉଛନ୍ତି ଲୋକେ। ଘନ କୁହୁଡିରେ ବିଭିନ୍ନ ସ୍ଥାନ ଢାଙ୍କି ହୋଇ ରହୁଛି। ଜରୁରୀ କାମ ଥିଲେ ହିଁ ଲୋକେ ଘରୁ ପଦାକୁ ଆସୁଛନ୍ତି। ଏ ନେଇ ଭବାନୀପାଟଣା ବାସିନ୍ଦା ସୁବାସ ପ୍ରଧାନ କହିଛନ୍ତି, ସକାଳୁ ଘନ କୁହୁଡି ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ହେଲେ ପାଗରେ ପରିବର୍ତ୍ତନ ହୋଇଥିବାରୁ ବହୁତ ଖୁସି ଲାଗୁଛି। ଏ ପରିବେଶ ସବୁବେଳେ ଦେଖିବାକୁ ମିଳେ ନାହିଁ। ପ୍ରବଳ ଶୀତ ସାଙ୍ଗକୁ କାକର ବିନ୍ଦୁ ପଡୁଥିବାରୁ ଭଲ ଲାଗୁଛି ବୋଲି ସେ କହିଛନ୍ତି। ଅନ୍ୟଜଣେ ବାସିନ୍ଦା ଛବିଲାଲ ନିଆଳ କହିଛନ୍ତି ଯେ, ସକାଳେ ଘନ କୁହୁଡି ଆସ୍ତରଣ ଭିତରେ ଭବାନୀପାଟଣା ସହର ରହୁଛି। ଏତେ ସମୟ ଧରି କୁହୁଡି ସହରରେ କେବେ ଦେଖିବାକୁ ମିଳି ନ ଥିଲା। ଆଜି ଯେଉଁ କୁହୁଡି ହୋଇଛି ଅତ୍ୟନ୍ତ ମନୋରମ। ଏହା ଦାରିଙ୍ଗବାଡିର ଭ୍ରମ ସୃଷ୍ଟି କରୁଛି ବୋଲି ସେ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ ବାର୍ତ୍ତା ମାଧ୍ୟମରେ ଇରାନକୁ କଡ଼ା ବାର୍ତ୍ତା ଦେଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ଜେରୁଜେଲମ,୭।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର (ମାର୍ଚ୍ଚ ୭, ୨୦୨୬) ଜେରୁଜେଲମରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଇସ୍ରାଏଲୀ ଲୋକଙ୍କ ସାହସ ଏବଂ ଏକତାକୁ…

ନେପାଳ ରାଜନୀତିର ରଣନୀତିକାର

ନେପାଳ ୨୦୨୫ ସେପ୍ଟେମ୍ବରରେ ଦେଖିଥିଲା ଜେନ୍‌ ଜି ବିପ୍ଳବ। ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହୋଇଥିଲା। ପରିଣାମ ସ୍ବରୂପ ନେପାଳରେ କେ.ପି. ଶର୍ମା ଓଲିଙ୍କ…

ପୁଷ୍ପଗିରି ବିଶ୍ୱବିଦ୍ୟାଳୟ: ଅସ୍ମିତାର ପରିଚୟ

ଇଉରୋପରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାର ପ୍ରମାଣ ମିଳେ। ଭାରତରେ ଉଚ୍ଚ ଶିକ୍ଷା ଅଧ୍ୟୟନ ଅତି ପୁରାତନ। ପ୍ରାଚୀନ…

ସାହସ ନାହିଁ

ଏକ ଦେଶ ଭାବରେ ଆମେ ସବୁବେଳେ କିମ୍ବା ପ୍ରାୟତଃ ଯାହା ଚାହୁଁ ତାହା ପାଇପାରିବୁ ନାହିଁ, ଏହି ବାସ୍ତବତାକୁ ସ୍ବୀକାର କରିବାରେ ମୋର କୌଣସି ସମସ୍ୟା ନାହିଁ।…

ସରକାରୀ ଉଚ୍ଚ ମାଧ୍ୟମିକ ଛାତ୍ରାବାସରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କଲେ ଓଡିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ

ଦାରିଙ୍ଗବାଡି, ୭ ।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଓଡିଶା ପର୍ଯ୍ୟଟନ ବିଭାଗର ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ବଳବନ୍ତ…

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri