କମିଛି ବୃଷ୍ଟିପାତ, ଟଳିନି ବନ୍ୟା ସ୍ଥିତି

ବରଗଡ଼/ଅମ୍ବାଭୋନା,୫।୮(ପ୍ରେମାନନ୍ଦ ଖମାରୀ/ଛନ୍ଦାଚରଣ ପ୍ରଧାନ): ବରଗଡ଼ ଜିଲାରେ ୨ଦିନ ହେଲା ବୃଷିପାତ ପରିମାଣ ପୂର୍ବାପେକ୍ଷା କମିଛି। ହେଲେ ଜିଲା ଏପର୍ଯ୍ୟନ୍ତ ବନ୍ୟାସ୍ଥିତି ଟଳିନାହିଁ। ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବୃଷ୍ଟିପାତ ତଥା ସରଗୁଲ, ଗାଙ୍ଗରେଲ, ସାରାଡ୍ୟାମ, କଲାମ ଆଦି ମହାନଦୀ ବ୍ୟାରେଜରୁ ବନ୍ୟାଜଳ ନିଷ୍କାସନ ହେବା ଯୋଗୁ ଜିଲାର ଉପାନ୍ତ ଅମ୍ବାଭୋନା ବ୍ଲକ ପଟକୁ ତାହା ମୁହାଁଇଛି। ମହାନଦୀର ବନ୍ୟାଜଳ ଅର୍ଥାତ ହୀରାକୁଦ ପଛୁଆ ପାଣି ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି, ବେନିଆଁପାଲି, ଅନ୍ତରାଡ଼ି, ଘୁଘୁରାପାଲି, ବଡ଼ମାଳ, ସଉନ୍ତାମାଳ ଆଦି ଗ୍ରାମ ପଟକୁ ମାଡ଼ି ଆସୁଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଉକ୍ତ ବସ୍ତି ଭିତରକୁ ବନ୍ୟାଜଳ ପଶିନାହିଁ । କିନ୍ତୁ ଉପରୋକ୍ତ ଗ୍ରାମଗୁଡ଼ିକର ଉପକଣ୍ଠରେ ରହିଥିବା ପ୍ରାୟ ୨୦୦ ଏକର ଚାଷଜମିରେ ବନ୍ୟାଜଳ ଲହଡ଼ି ମାରୁଛି। ଏଥିଯୋଗୁ ଧାନ, ପରିବା ଫସଲ ନଷ୍ଟ ହୋଇଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ମାଛମରା ଜାଲ ଭାସି ଯାଇଥିବା ସୂଚନା ମିଳିଛି । ଅମ୍ବାଭୋନା ତହସିଲଦାର ଗଙ୍ଗାରାମ ବୁଡ଼େକ, ଭୁକ୍ତା ରାଜସ୍ବ ନିରୀକ୍ଷକ ବିଜ୍ଞାନନ୍ଦ ବେସନ ପ୍ରମୁଖ ଉକ୍ତ ଗ୍ରାମକୁ ଆସି ବନ୍ୟାସ୍ଥିତି ଅନୁଧ୍ୟାନ କରୁଛନ୍ତି। ବନ୍ୟାସ୍ଥିତି ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଛି ବୋଲି ଅମ୍ବାଭୋନା ବିଡ଼ିଓ ପ୍ରଣବ କୁମାର ଚାନ୍ଦ ପ୍ରକାଶ କରିଛନ୍ତି । ସେହିପରି ସମ୍ଭାବ୍ୟ ବନ୍ୟାସ୍ଥିତି ଯୋଗୁ ବ୍ଲକର ସମସ୍ତ ରାଜସ୍ବ ନିରୀକ୍ଷକମାନଙ୍କୁ ମୁଖ୍ୟ କାର୍ଯ୍ୟାଳୟରେ ରହିବାକୁ ତହସିଲଦାର ବୁଡ଼େକ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।
ବରଗଡ଼ ଜିଲାରେ ଗତ ୨ତାରିଖରେ ପ୍ରବଳ ବର୍ଷା ହୋଇଥିଲା। ଉକ୍ତ ଦିନ ଜିଲାରେ ହାରାହାରି ୧୧୦.୫୫ ମି.ମି ବୃଷ୍ଟିପାତ ରେକର୍ଡ ହୋଇଥିବାବେଳେ ବିଜେପୁର ବ୍ଲକରେ ସର୍ବାଧିକ ୧୮୫ ମି.ମି ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଗାଇସିଲେଟରେ ୧୭୦, ବରପାଲିରେ ୧୪୮, ସୋହେଲାରେ ୧୩୦, ପଦ୍ମପୁରରେ ୧୨୦, ଅମ୍ବାଭୋନାରେ ୭୫.୫, ଅତାବିରାରେ ୬୫.୨, ବରଗଡ଼ରେ ୮୫.୬, ଭଟଲିରେ ୬୦, ଭେଡ଼େନରେ ୯୫.୩, ଝାରବନ୍ଧରେ ୯୮, ପାଇକମାଳରେ ୯୪ ମିମି ବୃଷ୍ଟିପାତ ରେକର୍ଡ ହୋଇଛି। ଜିଲାରେ ଏଭଳି ବୃଷ୍ଟିପାତ ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଭିନ୍ନ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଯାତାୟାତ ଠପ୍‌ ପଡ଼ିଯାଇଥିଲା। ସେହିପରି ଜିଲାର ବିଜେପୁର, ଭେଡ଼େନ, ଅତାବିରା, ଗାଇସିଲେଟ ଆଦି ଅଞ୍ଚଳରେ ମାଟିଘର ଭାଙ୍ଗି ପଡ଼ିଥିବାରୁ ବିପନ୍ନମାନେ ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିଲେ।
୩ ତାରିଖରେ ବୃଷ୍ଟିପାତ ନେଇ ପାଣିପାଗ ରିପୋର୍ଟ ଅନୁଯାୟୀ ବରଗଡ଼ ଜିଲାକୁ ରେଡ୍‌ ଆଲର୍ଟ ଚିହ୍ନଟ କରାଯାଇଥିଲେ ସୁଦ୍ଧା ସେଭଳି ବୃଷ୍ଟିପାତ ହୋଇ ନ ଥିଲା । ଗୁରୁବାର ଜିଲାରେ ହାରାହାରି ୪୯.୭୯ମି.ମି ବୃଷ୍ଟିପାତ ରେକର୍ଡ କରାଯାଇଛି । ସେହିପରି ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ମଧ୍ୟ ଜିଲାରେ ସେଭଳି ବୃଷ୍ଟିପାତ ହୋଇନାହିଁ। କାଁ ଭାଁ ଜିଲାର କେତେକ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ମେଘୁଆ ପାଗ ହୋଇଛି। ତେବେ ୨ଦିନ ହେଲା ଜିଲାରେ ସେଭଳି ବୃଷ୍ଟିପାତ ହୋଇ ନ ଥିଲେ ସୁଦ୍ଧା ମଙ୍ଗଳବାର ବର୍ଷା ବିତ୍ପାତରୁ ବିପନ୍ନମାନେ ସ୍ବାଭାବିକ ଅବସ୍ଥାକୁ ଫେରି ନାହାନ୍ତି। ଅନେକଙ୍କ ମାଟିକାନ୍ଥ ଭାଙ୍ଗିଯାଇ ଥିବାରୁ ତାହା ସଜାଡ଼ିବାରେ ସେମାନେ ଲାଗି ପଡ଼ିଛନ୍ତି। ଅତାବିରା ବ୍ଲକର ବାବେବିରା-ଅମସ୍ତଲା ଏବଂ ବୁଗବୁଗା-ପୋଡ଼ବାଡ଼ି ରାସ୍ତାର ଝାଇଁଜୋରର ଫେୟାରୱେଦର ରାସ୍ତା ଧୋଇ ହୋଇଯାଇଥିବାରୁ ଏବେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇ ପଡ଼ିଛି। ଅନ୍ୟପଟେ ମହାନଦୀ ବନ୍ୟାଜଳ ତଥା ହୀରାକୁଦ ଜଳଭଣ୍ଡାର ପଛୁଆ ପାଣି ଅମ୍ବାଭୋନା ବ୍ଲକର ଚିଖିଲି, ଅନ୍ତରାଡ଼ି, ଘୁଘୁରାପାଲି, ବେନିଆଁପାଲି ଆଦି ଗ୍ରାମ ପଟକୁ ମାଡ଼ି ଆସୁଛି । ହୀରାକୁଦ ଜଳଭଣ୍ଡାରରୁ ଅଧିକ ଗେଟ୍‌ ଖୋଲା ନ ଗଲେ ଏବଂ ଉପରମୁଣ୍ଡ ଛତିଶଗଡ଼ ଅଞ୍ଚଳରେ ପ୍ରବଳ ବର୍ଷା ହେଲେ ବନ୍ୟାଜଳ ଉକ୍ତ ଗ୍ରାମକୁ ପଶିବାର ଆଶଙ୍କା ରହିଛି । ଫଳରେ ବନ୍ୟା ଆଶଙ୍କାରେ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ନିଦ ହଜି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବର୍ଷ ପରେ କୁମ୍ଭ ରାଶିରେ ସୃଷ୍ଟି ହେଲା ‘ଅଦ୍ଭୁତ ଯୋଗ’: ଏହି ୩ ରାଶିଙ୍କର ଅଚାନକ ଘଟିବ…

୬ ଫେବୃଆରୀ, ୨୦୨୬ ଠାରୁ, ସୁଖ, ସମୃଦ୍ଧି ଏବଂ ପ୍ରେମର ଗ୍ରହ ଶୁକ୍ର, ତାଙ୍କ ବନ୍ଧୁ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ, ଏହା ତାଙ୍କ…

ଆଉ U19 ବିଶ୍ୱକପରେ ଖେଳିପାରିବେ ନାହିଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୭।୨: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ର ୧୯ ବର୍ଷରୁ କମ ବିଶ୍ୱକପରେ ଇତିହାସ ରଚିଥିଲେ। ଫାଇନାଲରେ ୮୦ ବଲ ରୁ ୧୭୫ ରନ କରି ଭାରତକୁ…

ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ,୭।୨: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ ଭାରତ ଏବଂ ଆମେରିକା ମାର୍ଚ୍ଚ ମାସରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ…

ଟାରିଫ୍‌ ହ୍ରାସ ଦ୍ୱାରା ଉଭୟ ଦେଶ କ’ଣ ଫାଇଦା ପାଇବେ? ବୁଝନ୍ତୁ ପୂରା ଗଣିତ…

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଆମେରିକା ପାରସ୍ପରିକ ବାଣିଜ୍ୟକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉଭୟ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତିନାମା ପାଇଁ…

ହୋମଗାର୍ଡ ପରୀକ୍ଷାବେଳେ ଯୁବକ ଗୁରୁତର: ଗଞ୍ଜାମର ୪ ସ୍ଥାନରେ ଚାଲିଛି ପରୀକ୍ଷା

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଶନିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri