କମିଛି ବୃଷ୍ଟିପାତ, ଟଳିନି ବନ୍ୟା ସ୍ଥିତି

ବରଗଡ଼/ଅମ୍ବାଭୋନା,୫।୮(ପ୍ରେମାନନ୍ଦ ଖମାରୀ/ଛନ୍ଦାଚରଣ ପ୍ରଧାନ): ବରଗଡ଼ ଜିଲାରେ ୨ଦିନ ହେଲା ବୃଷିପାତ ପରିମାଣ ପୂର୍ବାପେକ୍ଷା କମିଛି। ହେଲେ ଜିଲା ଏପର୍ଯ୍ୟନ୍ତ ବନ୍ୟାସ୍ଥିତି ଟଳିନାହିଁ। ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବୃଷ୍ଟିପାତ ତଥା ସରଗୁଲ, ଗାଙ୍ଗରେଲ, ସାରାଡ୍ୟାମ, କଲାମ ଆଦି ମହାନଦୀ ବ୍ୟାରେଜରୁ ବନ୍ୟାଜଳ ନିଷ୍କାସନ ହେବା ଯୋଗୁ ଜିଲାର ଉପାନ୍ତ ଅମ୍ବାଭୋନା ବ୍ଲକ ପଟକୁ ତାହା ମୁହାଁଇଛି। ମହାନଦୀର ବନ୍ୟାଜଳ ଅର୍ଥାତ ହୀରାକୁଦ ପଛୁଆ ପାଣି ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି, ବେନିଆଁପାଲି, ଅନ୍ତରାଡ଼ି, ଘୁଘୁରାପାଲି, ବଡ଼ମାଳ, ସଉନ୍ତାମାଳ ଆଦି ଗ୍ରାମ ପଟକୁ ମାଡ଼ି ଆସୁଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଉକ୍ତ ବସ୍ତି ଭିତରକୁ ବନ୍ୟାଜଳ ପଶିନାହିଁ । କିନ୍ତୁ ଉପରୋକ୍ତ ଗ୍ରାମଗୁଡ଼ିକର ଉପକଣ୍ଠରେ ରହିଥିବା ପ୍ରାୟ ୨୦୦ ଏକର ଚାଷଜମିରେ ବନ୍ୟାଜଳ ଲହଡ଼ି ମାରୁଛି। ଏଥିଯୋଗୁ ଧାନ, ପରିବା ଫସଲ ନଷ୍ଟ ହୋଇଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ମାଛମରା ଜାଲ ଭାସି ଯାଇଥିବା ସୂଚନା ମିଳିଛି । ଅମ୍ବାଭୋନା ତହସିଲଦାର ଗଙ୍ଗାରାମ ବୁଡ଼େକ, ଭୁକ୍ତା ରାଜସ୍ବ ନିରୀକ୍ଷକ ବିଜ୍ଞାନନ୍ଦ ବେସନ ପ୍ରମୁଖ ଉକ୍ତ ଗ୍ରାମକୁ ଆସି ବନ୍ୟାସ୍ଥିତି ଅନୁଧ୍ୟାନ କରୁଛନ୍ତି। ବନ୍ୟାସ୍ଥିତି ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଛି ବୋଲି ଅମ୍ବାଭୋନା ବିଡ଼ିଓ ପ୍ରଣବ କୁମାର ଚାନ୍ଦ ପ୍ରକାଶ କରିଛନ୍ତି । ସେହିପରି ସମ୍ଭାବ୍ୟ ବନ୍ୟାସ୍ଥିତି ଯୋଗୁ ବ୍ଲକର ସମସ୍ତ ରାଜସ୍ବ ନିରୀକ୍ଷକମାନଙ୍କୁ ମୁଖ୍ୟ କାର୍ଯ୍ୟାଳୟରେ ରହିବାକୁ ତହସିଲଦାର ବୁଡ଼େକ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।
ବରଗଡ଼ ଜିଲାରେ ଗତ ୨ତାରିଖରେ ପ୍ରବଳ ବର୍ଷା ହୋଇଥିଲା। ଉକ୍ତ ଦିନ ଜିଲାରେ ହାରାହାରି ୧୧୦.୫୫ ମି.ମି ବୃଷ୍ଟିପାତ ରେକର୍ଡ ହୋଇଥିବାବେଳେ ବିଜେପୁର ବ୍ଲକରେ ସର୍ବାଧିକ ୧୮୫ ମି.ମି ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଗାଇସିଲେଟରେ ୧୭୦, ବରପାଲିରେ ୧୪୮, ସୋହେଲାରେ ୧୩୦, ପଦ୍ମପୁରରେ ୧୨୦, ଅମ୍ବାଭୋନାରେ ୭୫.୫, ଅତାବିରାରେ ୬୫.୨, ବରଗଡ଼ରେ ୮୫.୬, ଭଟଲିରେ ୬୦, ଭେଡ଼େନରେ ୯୫.୩, ଝାରବନ୍ଧରେ ୯୮, ପାଇକମାଳରେ ୯୪ ମିମି ବୃଷ୍ଟିପାତ ରେକର୍ଡ ହୋଇଛି। ଜିଲାରେ ଏଭଳି ବୃଷ୍ଟିପାତ ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଭିନ୍ନ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଯାତାୟାତ ଠପ୍‌ ପଡ଼ିଯାଇଥିଲା। ସେହିପରି ଜିଲାର ବିଜେପୁର, ଭେଡ଼େନ, ଅତାବିରା, ଗାଇସିଲେଟ ଆଦି ଅଞ୍ଚଳରେ ମାଟିଘର ଭାଙ୍ଗି ପଡ଼ିଥିବାରୁ ବିପନ୍ନମାନେ ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିଲେ।
୩ ତାରିଖରେ ବୃଷ୍ଟିପାତ ନେଇ ପାଣିପାଗ ରିପୋର୍ଟ ଅନୁଯାୟୀ ବରଗଡ଼ ଜିଲାକୁ ରେଡ୍‌ ଆଲର୍ଟ ଚିହ୍ନଟ କରାଯାଇଥିଲେ ସୁଦ୍ଧା ସେଭଳି ବୃଷ୍ଟିପାତ ହୋଇ ନ ଥିଲା । ଗୁରୁବାର ଜିଲାରେ ହାରାହାରି ୪୯.୭୯ମି.ମି ବୃଷ୍ଟିପାତ ରେକର୍ଡ କରାଯାଇଛି । ସେହିପରି ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ମଧ୍ୟ ଜିଲାରେ ସେଭଳି ବୃଷ୍ଟିପାତ ହୋଇନାହିଁ। କାଁ ଭାଁ ଜିଲାର କେତେକ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ମେଘୁଆ ପାଗ ହୋଇଛି। ତେବେ ୨ଦିନ ହେଲା ଜିଲାରେ ସେଭଳି ବୃଷ୍ଟିପାତ ହୋଇ ନ ଥିଲେ ସୁଦ୍ଧା ମଙ୍ଗଳବାର ବର୍ଷା ବିତ୍ପାତରୁ ବିପନ୍ନମାନେ ସ୍ବାଭାବିକ ଅବସ୍ଥାକୁ ଫେରି ନାହାନ୍ତି। ଅନେକଙ୍କ ମାଟିକାନ୍ଥ ଭାଙ୍ଗିଯାଇ ଥିବାରୁ ତାହା ସଜାଡ଼ିବାରେ ସେମାନେ ଲାଗି ପଡ଼ିଛନ୍ତି। ଅତାବିରା ବ୍ଲକର ବାବେବିରା-ଅମସ୍ତଲା ଏବଂ ବୁଗବୁଗା-ପୋଡ଼ବାଡ଼ି ରାସ୍ତାର ଝାଇଁଜୋରର ଫେୟାରୱେଦର ରାସ୍ତା ଧୋଇ ହୋଇଯାଇଥିବାରୁ ଏବେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇ ପଡ଼ିଛି। ଅନ୍ୟପଟେ ମହାନଦୀ ବନ୍ୟାଜଳ ତଥା ହୀରାକୁଦ ଜଳଭଣ୍ଡାର ପଛୁଆ ପାଣି ଅମ୍ବାଭୋନା ବ୍ଲକର ଚିଖିଲି, ଅନ୍ତରାଡ଼ି, ଘୁଘୁରାପାଲି, ବେନିଆଁପାଲି ଆଦି ଗ୍ରାମ ପଟକୁ ମାଡ଼ି ଆସୁଛି । ହୀରାକୁଦ ଜଳଭଣ୍ଡାରରୁ ଅଧିକ ଗେଟ୍‌ ଖୋଲା ନ ଗଲେ ଏବଂ ଉପରମୁଣ୍ଡ ଛତିଶଗଡ଼ ଅଞ୍ଚଳରେ ପ୍ରବଳ ବର୍ଷା ହେଲେ ବନ୍ୟାଜଳ ଉକ୍ତ ଗ୍ରାମକୁ ପଶିବାର ଆଶଙ୍କା ରହିଛି । ଫଳରେ ବନ୍ୟା ଆଶଙ୍କାରେ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ନିଦ ହଜି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri