ଘଣ୍ଟାଏ ବର୍ଷାରେ ବେହାଲ ଭୁବନେଶ୍ୱର

ଭୁବନେଶ୍ୱର, ୨୯।୩ (ବ୍ୟୁରୋ): ବର୍ଷା ଜଳ ନିଷ୍କାସନ ଏବେ ରାଜଧାନୀବାସୀଙ୍କ ମୁଖ୍ୟ ସମସ୍ୟା ହୋଇଥିବାବେଳେ ବିଏମ୍‌ସି ପାଇଁ ମୁଣ୍ଡବିନ୍ଧା ପାଲଟିଛି। ଭୁବନେଶ୍ୱରକୁ ୧ ନମ୍ବର କରିବା ପାଇଁ ଯେତେ ଉନ୍ନତିମୂଳକ କାମ ବା ସୌନ୍ଦର୍ଯ୍ୟକରଣ କଲେ ବି ଅସରାଏ ବର୍ଷା ଏସବୁ ଉପରେ ସତେ ଯେମିତି ପାଣି ପକାଇ ଦେଉଛି। ଫଳରେ ବାରମ୍ବାର ବିଏମ୍‌ସିକୁ ଏଥିପାଇଁ ସମାଲୋଚିତ ହେବାକୁ ପଡୁଛି। ମଙ୍ଗଳବାର କାଳବୈଶାଖୀ ବର୍ଷାରେ ପୁଣିଥରେ ସ୍ମାର୍ଟସିଟି ଭୁବନେଶ୍ବର ବେହାଲ ହୋଇପଡ଼ିିଛି। ପ୍ରାୟ ୧ ଘଣ୍ଟା ଧରି ଲଗାଣ ବର୍ଷା ହେବା ଫଳରେ ସହରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିଲା। ବିଶେଷକରି ଚିନ୍ତାମଣିଶ୍ବର, ଲକ୍ଷ୍ମୀସାଗର, ଝାରପଡ଼ା ଜିଜିପି କଲୋନୀ ଭଳି ଅଞ୍ଚଳରେ ଦୀର୍ଘ ସମୟ ଧରି ପାଣି ଜମି ରହିଥିଲା। ସେହିପରି ଇସ୍କନ ମନ୍ଦିର ସମ୍ମୁଖରେ ଆଣ୍ଠୁଏ ଉପରକୁ ପାଣି ଜମି ରହିବାରୁ ଜାତୀୟ ରାଜପଥରେ ଯାତାୟତ ବ୍ୟାଘାତ ହୋଇଥିଲା। ଦୁଇଚକିଆ ଯାନ ଅଧାଯାଏ ବୁଡି ରହିଥିବାବେଳେ, ଏକ କାର ଇସ୍କନ ସମ୍ମୁଖରେ ଆଗକୁ ଯାଇ ନ ପାରି ଫସି ରହିଥିଲା। ସେହିପରି ଅଟୋ ଠାରୁ ଆରମ୍ଭ କରି ମୋ ବସ୍‌ ପର୍ଯ୍ୟନ୍ତ ଯାତାୟାତ କରିବାରେ ସମସ୍ୟା ଦେଖାଦେଇଥିଲା। ଯଦିଓ ରାଜଧାନୀବାସୀଙ୍କ ଲାଗି ଏହା କୌଣସି ନୂଆ ଚିତ୍ର ନୁହେଁ, ତଥାପି ଏନେଇ ବିଏମସି ପକ୍ଷରୁ କୌଣସି ସ୍ଥାୟୀ ସମାଧାନ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। କେବଳ ଏତିକି ନୁହେଁ ଅଳ୍ପ ସମୟର ବର୍ଷାରେ ବହୁ ଅଞ୍ଚଳରେ ରାସ୍ତାକଡ଼ରେ ପଙ୍କ କାଦୁଅ ଗଦା ହୋଇଯାଇଥିଲା। ଯାହାକି ସ୍ମାର୍ଟସିଟିର ବାସ୍ତବ ଚିତ୍ରକୁ ପଦାରେ ପକାଇଥିଲା।
ରାଜ୍ୟରେ ଗତ ୨୪ ତାରିଖରୁ ପଶ୍ଚିମା ଝଡ଼ର ପ୍ରଭାବ ଅନୁଭୂତ ହେଉଛି। ତେବେ ମଙ୍ଗଳବାର ସକାଳୁ ଭୁବନେଶ୍ବରରେ ପାଗ ଶୁଖିଲା ଥିବାବେଳେ ଅପରାହ୍ନ ୩ଟା ୩୦ ବେଳକୁ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପ୍ରାୟ ଏକ ଘଣ୍ଟା ବର୍ଷା ସାଙ୍ଗକୁ ପବନ ବହିଥିଲା। ଭୁବନେଶ୍ୱରରେ ୮.୮ ମିଲିମିଟର ବର୍ଷା ହୋଇଥିବାବଳେ ତଳିଆ ଅଞ୍ଚଳରେ ପାଣି ଜମି ରହିଥିଲା। ଅପରପକ୍ଷେ ବିଭିନ୍ନ ୱାର୍ଡରେ ଏବେ ନୂଆ ଡ୍ରେନ ନିର୍ମାଣ ଓ ପୁନରୁଦ୍ଧାର କାମ ଚାଲୁ ରହିଛି। ୫, ୬, ୭ ଓ ୧୦ ନମ୍ବର ଓ୍ବାର୍ଡରେ ମୁଖ୍ୟ ଡ୍ରେନ ସମ୍ପ୍ରସାରଣ ସହ ଉଭୟ ପାଶର୍‌ବ ପାଚେରୀ ନିର୍ମାଣ ଚାଲିଛି। ଏଥିପାଇଁ ଠିକ୍‌ ଭାବେ ଜଳ ନିଷ୍କାସନ ହୋଇପାରୁନାହିଁ। ସହରର ଅଧା ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜୁଛି। ବର୍ଷା ପୂର୍ବରୁ ପ୍ରତିଥର ପରି ଏଥର ମଧ୍ୟ ବିଏମସି ପକ୍ଷରୁ ପ୍ରାକ୍‌ ପ୍ରସ୍ତୁତି କରାଯାଇ ଡ୍ରେନ ସଫା ଜାରି ରହିଥିବା ସୂଚନା ଦିଆଯାଇଛି। ଏବେ ଜଳ ନିଷ୍କାସନରେ ସାମାନ୍ୟ ସମୟ ଲାଗୁଥିଲେ ବି ଖୁବ୍‌ ଶୀଘ୍ର ଡ୍ରେନେଜ ବ୍ୟବସ୍ଥା ସୁଧୁରିବ ବୋଲି ଡ୍ରେନେଜ୍‌ ବିଭାଗ ମୁଖ୍ୟଯନ୍ତ୍ରୀ କହିଛନ୍ତି। ଗତ ୧୬ ତାରିଖରେ ଡ୍ରେନ ବ୍ୟବସ୍ଥା ନେଇ ବୈଠକ ହୋଇଥିଲା। ଜଳବନ୍ଦୀ ଲାଗି ଯେପରି ବିଏମ୍‌ସିକୁ ସମାଲୋଚିତ ନ ହେବାକୁ ପଡ଼ିିବ ସେଥିଲାଗି ଯୋଜନା କରିବାକୁ ଅଧିକାରୀମାନଙ୍କୁ ମେୟର ସୁଲୋଚନା ଦାସ ତାଗିଦ କରିଥିଲେ। ହେଲେ ଏପର୍ଯ୍ୟନ୍ତ ଯୋଜନା କାର୍ଯ୍ୟକାରୀ ହୋଇପାରି ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri