ଘଣ୍ଟାଏ ବର୍ଷାରେ ବେହାଲ ଭୁବନେଶ୍ୱର

ଭୁବନେଶ୍ୱର, ୨୯।୩ (ବ୍ୟୁରୋ): ବର୍ଷା ଜଳ ନିଷ୍କାସନ ଏବେ ରାଜଧାନୀବାସୀଙ୍କ ମୁଖ୍ୟ ସମସ୍ୟା ହୋଇଥିବାବେଳେ ବିଏମ୍‌ସି ପାଇଁ ମୁଣ୍ଡବିନ୍ଧା ପାଲଟିଛି। ଭୁବନେଶ୍ୱରକୁ ୧ ନମ୍ବର କରିବା ପାଇଁ ଯେତେ ଉନ୍ନତିମୂଳକ କାମ ବା ସୌନ୍ଦର୍ଯ୍ୟକରଣ କଲେ ବି ଅସରାଏ ବର୍ଷା ଏସବୁ ଉପରେ ସତେ ଯେମିତି ପାଣି ପକାଇ ଦେଉଛି। ଫଳରେ ବାରମ୍ବାର ବିଏମ୍‌ସିକୁ ଏଥିପାଇଁ ସମାଲୋଚିତ ହେବାକୁ ପଡୁଛି। ମଙ୍ଗଳବାର କାଳବୈଶାଖୀ ବର୍ଷାରେ ପୁଣିଥରେ ସ୍ମାର୍ଟସିଟି ଭୁବନେଶ୍ବର ବେହାଲ ହୋଇପଡ଼ିିଛି। ପ୍ରାୟ ୧ ଘଣ୍ଟା ଧରି ଲଗାଣ ବର୍ଷା ହେବା ଫଳରେ ସହରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିଲା। ବିଶେଷକରି ଚିନ୍ତାମଣିଶ୍ବର, ଲକ୍ଷ୍ମୀସାଗର, ଝାରପଡ଼ା ଜିଜିପି କଲୋନୀ ଭଳି ଅଞ୍ଚଳରେ ଦୀର୍ଘ ସମୟ ଧରି ପାଣି ଜମି ରହିଥିଲା। ସେହିପରି ଇସ୍କନ ମନ୍ଦିର ସମ୍ମୁଖରେ ଆଣ୍ଠୁଏ ଉପରକୁ ପାଣି ଜମି ରହିବାରୁ ଜାତୀୟ ରାଜପଥରେ ଯାତାୟତ ବ୍ୟାଘାତ ହୋଇଥିଲା। ଦୁଇଚକିଆ ଯାନ ଅଧାଯାଏ ବୁଡି ରହିଥିବାବେଳେ, ଏକ କାର ଇସ୍କନ ସମ୍ମୁଖରେ ଆଗକୁ ଯାଇ ନ ପାରି ଫସି ରହିଥିଲା। ସେହିପରି ଅଟୋ ଠାରୁ ଆରମ୍ଭ କରି ମୋ ବସ୍‌ ପର୍ଯ୍ୟନ୍ତ ଯାତାୟାତ କରିବାରେ ସମସ୍ୟା ଦେଖାଦେଇଥିଲା। ଯଦିଓ ରାଜଧାନୀବାସୀଙ୍କ ଲାଗି ଏହା କୌଣସି ନୂଆ ଚିତ୍ର ନୁହେଁ, ତଥାପି ଏନେଇ ବିଏମସି ପକ୍ଷରୁ କୌଣସି ସ୍ଥାୟୀ ସମାଧାନ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। କେବଳ ଏତିକି ନୁହେଁ ଅଳ୍ପ ସମୟର ବର୍ଷାରେ ବହୁ ଅଞ୍ଚଳରେ ରାସ୍ତାକଡ଼ରେ ପଙ୍କ କାଦୁଅ ଗଦା ହୋଇଯାଇଥିଲା। ଯାହାକି ସ୍ମାର୍ଟସିଟିର ବାସ୍ତବ ଚିତ୍ରକୁ ପଦାରେ ପକାଇଥିଲା।
ରାଜ୍ୟରେ ଗତ ୨୪ ତାରିଖରୁ ପଶ୍ଚିମା ଝଡ଼ର ପ୍ରଭାବ ଅନୁଭୂତ ହେଉଛି। ତେବେ ମଙ୍ଗଳବାର ସକାଳୁ ଭୁବନେଶ୍ବରରେ ପାଗ ଶୁଖିଲା ଥିବାବେଳେ ଅପରାହ୍ନ ୩ଟା ୩୦ ବେଳକୁ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପ୍ରାୟ ଏକ ଘଣ୍ଟା ବର୍ଷା ସାଙ୍ଗକୁ ପବନ ବହିଥିଲା। ଭୁବନେଶ୍ୱରରେ ୮.୮ ମିଲିମିଟର ବର୍ଷା ହୋଇଥିବାବଳେ ତଳିଆ ଅଞ୍ଚଳରେ ପାଣି ଜମି ରହିଥିଲା। ଅପରପକ୍ଷେ ବିଭିନ୍ନ ୱାର୍ଡରେ ଏବେ ନୂଆ ଡ୍ରେନ ନିର୍ମାଣ ଓ ପୁନରୁଦ୍ଧାର କାମ ଚାଲୁ ରହିଛି। ୫, ୬, ୭ ଓ ୧୦ ନମ୍ବର ଓ୍ବାର୍ଡରେ ମୁଖ୍ୟ ଡ୍ରେନ ସମ୍ପ୍ରସାରଣ ସହ ଉଭୟ ପାଶର୍‌ବ ପାଚେରୀ ନିର୍ମାଣ ଚାଲିଛି। ଏଥିପାଇଁ ଠିକ୍‌ ଭାବେ ଜଳ ନିଷ୍କାସନ ହୋଇପାରୁନାହିଁ। ସହରର ଅଧା ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜୁଛି। ବର୍ଷା ପୂର୍ବରୁ ପ୍ରତିଥର ପରି ଏଥର ମଧ୍ୟ ବିଏମସି ପକ୍ଷରୁ ପ୍ରାକ୍‌ ପ୍ରସ୍ତୁତି କରାଯାଇ ଡ୍ରେନ ସଫା ଜାରି ରହିଥିବା ସୂଚନା ଦିଆଯାଇଛି। ଏବେ ଜଳ ନିଷ୍କାସନରେ ସାମାନ୍ୟ ସମୟ ଲାଗୁଥିଲେ ବି ଖୁବ୍‌ ଶୀଘ୍ର ଡ୍ରେନେଜ ବ୍ୟବସ୍ଥା ସୁଧୁରିବ ବୋଲି ଡ୍ରେନେଜ୍‌ ବିଭାଗ ମୁଖ୍ୟଯନ୍ତ୍ରୀ କହିଛନ୍ତି। ଗତ ୧୬ ତାରିଖରେ ଡ୍ରେନ ବ୍ୟବସ୍ଥା ନେଇ ବୈଠକ ହୋଇଥିଲା। ଜଳବନ୍ଦୀ ଲାଗି ଯେପରି ବିଏମ୍‌ସିକୁ ସମାଲୋଚିତ ନ ହେବାକୁ ପଡ଼ିିବ ସେଥିଲାଗି ଯୋଜନା କରିବାକୁ ଅଧିକାରୀମାନଙ୍କୁ ମେୟର ସୁଲୋଚନା ଦାସ ତାଗିଦ କରିଥିଲେ। ହେଲେ ଏପର୍ଯ୍ୟନ୍ତ ଯୋଜନା କାର୍ଯ୍ୟକାରୀ ହୋଇପାରି ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri